Odisha Parba / ପାଖେଇଲା ଓଡ଼ିଶା ପର୍ବ ୨୦୨୬; ଦିଲ୍ଲୀରେ ହେବ 'ପ୍ରକୃତି ଓ ସଂସ୍କୃତି'ର ମହାମିଳନ
·4 months ago·4 min read

Key Points
ପାଖେଇଲା ଓଡ଼ିଶାର ଚତୁର୍ଦ୍ଦଶ ପର୍ବ 'ଓଡ଼ିଶା ପର୍ବ'
ଦେଶ ଦେଖିବ ଓଡ଼ିଶାର ସମୃଦ୍ଧ କଳା, ସାହିତ୍ୟ, ଖାଦ୍ୟ, ହସ୍ତଶିଳ୍ପ
ଗୋଟିଏ ଜାଗାରେ ସଭିଏଁ ହେବେ ଏକାଠି
ଜାଣନ୍ତୁ କେଉଁ ଦିନ କିଏ କରିବେ କଳା ପ୍ରଦର୍ଶନ ?
ଦେଖନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ
ଦେଶ ଦେଖିବ ଓଡ଼ିଶାର ସମୃଦ୍ଧ କଳା, ସାହିତ୍ୟ, ଖାଦ୍ୟ, ହସ୍ତଶିଳ୍ପ
ଗୋଟିଏ ଜାଗାରେ ସଭିଏଁ ହେବେ ଏକାଠି
ଜାଣନ୍ତୁ କେଉଁ ଦିନ କିଏ କରିବେ କଳା ପ୍ରଦର୍ଶନ ?
ଦେଖନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ
ଦିଲ୍ଲୀ: ଓଡ଼ିଆ କଳା, ସଂସ୍କୃତି, ଇତିହାସ, ଐତିହ୍ୟର ହେବ ମହାମିଳନ । କିଛି ଦିନ ପାଇଁ ଓଡ଼ିଶା ପାଲଟିବ ଜାତୀୟ ରାଜଧାନୀ ଦିଲ୍ଲୀ । ଏକାଠି ହେବେ ଲକ୍ଷ ଲକ୍ଷ ଓଡ଼ିଆ । ଓଡ଼ିଶାର ନାଚଗୀତ, ଲୋକକଳା, ବାଦ୍ୟଯନ୍ତ୍ରରେ କମ୍ପି ଉଠିବ ଭାରତର ହୃଦୟ । ଗୋଟିଏ ସ୍ଥାନରେ ସଭିଏଁ ହେବେ ଏକାଠି । ହାତ ପାହାନ୍ତାରେ ଓଡ଼ିଶାର ପିଠାପଣା, ମିଠା, ସୁସ୍ଵାଦୁ ବ୍ୟଞ୍ଜନର ମଜା ନେବେ ଓଡ଼ିଆ ଏବଂ ଦେଶବାସୀ । ହଜିଯାଉଥିବା ଲୋକକଳା ପ୍ରଦର୍ଶନ କରିବେ ଓଡ଼ିଶାର ନୃତ୍ୟଶିଳ୍ପୀ । ଆଦିବାସୀ ଲୋକକଳାଠୁ ଆଧୁନିକ ସଂଗୀତ, ଗୋଟିଏ ମଞ୍ଚରେ ମିଳିବ ସବୁର ଝଲକ । ଏମିତି ଏକ ମହାମଞ୍ଚ ନେଇ ଆସିଛି ଓଡ଼ିଆଙ୍କ ଗର୍ବ 'ଓଡ଼ିଶା ପର୍ବ ୨୦୨୬' ।
ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଦିଲ୍ଲୀ ସ୍ଥିତ ଅଗ୍ରଣୀ ସାମାଜିକ-ସାଂସ୍କୃତିକ ସଂଗଠନ 'ଓଡ଼ିଆ ସମାଜ' ଦ୍ଵାରା ମାର୍ଚ୍ଚ ୧୩ ତାରିଖରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ତିନି ଧରି ଓଡ଼ିଶା ପର୍ବର ଆୟୋଜନ ହେବାକୁ ଯାଉଛି । ଓଡ଼ିଶା ପର୍ବର ମୁଖ୍ୟ ବିନ୍ଧାଣୀ, ପୃଷ୍ଠପୋଷକ ହେଉଛନ୍ତି ଓଡ଼ିଆ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯିଏକି ଓଡ଼ିଶାର କଳା ସଂସ୍କୃତିକୁ ଜାତୀୟ ସ୍ତରରେ ପରିଚିତ ଏବଂ ବ୍ୟାପକ କରିବାକୁ ପଣ କରିଛନ୍ତି । ଓଡ଼ିଶା ପର୍ବକୁ ସଫଳ କରିବାରେ ତାଙ୍କର ରହିଛି ବଡ଼ ଭୂମିକା, ଯାହାକୁ ନିଜେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଶଂସା କରିଛନ୍ତି । ଚଳିତ ଥର ଏହି ପର୍ବରେ ଓଡ଼ିଶାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେବେ ।
ଅଧିକ ପଢ଼ନ୍ତୁ: ଆମ ସଂସ୍କୃତି ଓ ପରମ୍ପରାର ପରିଚୟ 'ଓଡ଼ିଶା ପର୍ବ'
ମନୋରଞ୍ଜନ ସାଙ୍ଗକୁ ସପିଂ ଓ ଖାଦ୍ୟପେୟର ମଜା ନେବେ ଓଡ଼ିଶା ପର୍ବ ବୁଲିବାକୁ ଆସିଥିବା ପର୍ଯ୍ୟଟକ । ଗୋଟିଏ ସ୍ଥାନରେ ମିଳିବ ଓଡ଼ିଶାର ପିଠାପଣା, ମିଠାଠୁ ଆରମ୍ଭ କରି ସମସ୍ତ ପ୍ରସିଦ୍ଧ ଲୋକପ୍ରିୟ ଖାଦ୍ୟ । ସେ କଟକ ଦହିବରା ହେଉ କି ବାରିପଦାର ମୁଢି ମାଂସ...ଆମିଷ ଓ ନିରାମିଷ ଖାଦ୍ୟର ଆସର ଜମିବ । ପ୍ରତିଟି ଷ୍ଟଲକୁ ଯାଇ ପର୍ଯ୍ୟଟକମାନେ ନିଜ ମନ ପସନ୍ଦର ଖାଦ୍ୟ ଖାଇପାରିବେ । ସେହିପରି ଓଡ଼ିଶାର ହସ୍ତକଳାର ଷ୍ଟଲ୍ ମଧ୍ୟ ଲାଗିବ । କେନ୍ଦୁଝରର ଅଭଙ୍ଗା କଣ୍ଢେଇ, ପୁରୀର ପଟ୍ଟଚିତ୍ର, କୋରାପୁଟର କୋଟପାଡ଼ ଶାଢୀ, ସମ୍ବଲପୁରର ସମ୍ବଲପୁରୀ ଶାଢୀ ଆଦି ସମସ୍ତ ଓଡ଼ିଆ ହସ୍ତକଳା ଓ ହସ୍ତତନ୍ତର ସାମଗ୍ରୀକୁ ଦିଲ୍ଲୀରେ ପାଇବେ ପ୍ରବାସୀ ଓଡ଼ିଆ ।
ଆଉ ରହିଲା ମାତ୍ର କେଇଟା ଦିନ । ଯଦି ଆପଣ ବି ଦିଲ୍ଲୀରେ ଅଛନ୍ତି ବା ଏହି ମହୋତ୍ସବରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଜାଣିରଖନ୍ତୁ ଓଡ଼ିଶା ପର୍ବ ୨୦୨୬ର କାର୍ଯ୍ୟସୂଚୀ । ମାର୍ଚ୍ଚ ୧୩ରୁ ୧୫ ତାରିଖ ତିନି ଦିନ ଧରି ଅନେକ ବିଶେଷ କାର୍ଯ୍ୟକ୍ରମ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଯେଉଁଠି ଓଡ଼ିଶାରୁ ଦିଲ୍ଲୀ ଯାଇଥିବା ଲୋକପ୍ରିୟ କଳାକାରମାନେ ନିଜର କଳା ପ୍ରଦର୍ଶନ କରି ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ କିଣିବେ । ନିମ୍ନରେ ପଢନ୍ତୁ ସମସ୍ତ କାର୍ଯ୍ୟକ୍ରମର ତାଲିକା...
ସାଂସ୍କୃତିକ କାର୍ଯ୍ୟକ୍ରମ ବିବରଣୀ:
ପ୍ରଥମ ଦିନ - ଶୁକ୍ରବାର, ୧୩ ମାର୍ଚ୍ଚ ୨୦୨୬
ସନ୍ଧ୍ୟା ୦୬:୦୦-ସନ୍ଧ୍ୟା ୦୭:୦୦
ଆନୁଷ୍ଠାନିକ ଉଦଘାଟନୀ କାର୍ଯ୍ୟକ୍ରମ
(ଦୀପ ପ୍ରଜ୍ଜ୍ୱଳନ, ସ୍ୱାଗତ ଭାଷଣ, ସମ୍ବର୍ଦ୍ଧନା)
ସନ୍ଧ୍ୟା ୦୭:୧୦-ସନ୍ଧ୍ୟା ୦୭:୪୦
ଗାଥା ଓଡ଼ିଶା
(ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଓଡ଼ିଶା ନୃତ୍ୟ ଏକାଡେମୀ ଦ୍ଵାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ)
ସନ୍ଧ୍ୟା ୦୭:୪୦- ରାତି ୦୮:୦୦
'ଲୋକ କଳା ଓ ଲୋକ ଜୀବନ'
(ସମ୍ବଲପୁରୀ ନୃତ୍ୟ ନାଟିକା ମାଧ୍ୟମରେ ପଶ୍ଚିମ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳା ପ୍ରଦର୍ଶନ)
ରାତି ୦୮:୦୦-ରାତି ୦୮:୨୦
ଆଦିମ ଧାରା: ଓଡ଼ିଶାର ଆଦିବାସୀଙ୍କ ଯାତ୍ରା
(ଓଡ଼ିଶାର ଆଦିବାସୀ ଜନଜାତି ନୃତ୍ୟ ଓ ପରମ୍ପରାର ଏକ ଜୀବନ୍ତ ପ୍ରଦର୍ଶନ)
ରାତି ୦୮:୨୦-ରାତି ୦୯:୩୦
ପଶ୍ଚିମ ଓଡ଼ିଶା ସୁର ସନ୍ଧ୍ୟା
(ଉମାକାନ୍ତ ବାରିକ ଏବଂ ଶାଶ୍ଵତ ତ୍ରିପାଠୀଙ୍କ ଦ୍ୱାରା ଲାଇଭ୍ ସମ୍ବଲପୁରୀ ସଙ୍ଗୀତ ପ୍ରଦର୍ଶନ)
ଦ୍ଵିତୀୟ ଦିନ - ଶନିବାର, ୧୪ ମାର୍ଚ୍ଚ ୨୦୨୬
ସନ୍ଧ୍ୟା ୦୬:୦୦-ସନ୍ଧ୍ୟା ୦୭:୦୦
ଆନୁଷ୍ଠାନିକ କାର୍ଯ୍ୟକ୍ରମର ଶୁଭାରମ୍ଭ
ସନ୍ଧ୍ୟା ୦୭:୧୦ - ସନ୍ଧ୍ୟା ୦୭:୪୦
ଓଡ଼ିଶୀ ନୃତ୍ୟ ଧର୍ମ ଚକ୍ର ଅଶୋକ
(କବିତା ମହାନ୍ତି ଏବଂ ଗ୍ରୁପ୍ ଦ୍ଵାରା ନୃତ୍ୟ ପ୍ରଦର୍ଶନ)
ସନ୍ଧ୍ୟା ୦୭:୪୦-ରାତି ୦୮:୦୦
ବିଘ୍ନବିନାଶକ ଲୀଳା- ଏକ ଦିବ୍ୟ ଶୁଭାରମ୍ଭ
(ବିଦ୍ୟାଦାତା ଶ୍ରୀଗଣେଶଙ୍କୁ ଆବାହନ କରି ଏକ ଭାରତୀୟ ଲୋକନୃତ୍ୟ ଉପସ୍ଥାପନା)
ରାତି ୦୮:୦୦ – ରାତି ୦୮:୨୦
ଧ୍ଵନୀ: ସ୍ୱରର ଓଡ଼ିଶା
(ଓଡ଼ିଶାର ବିବିଧ ସଙ୍ଗୀତ ପରମ୍ପରାକୁ ଦର୍ଶାଇ ଏକ ସଙ୍ଗୀତ ବାଦ୍ୟଯନ୍ତ୍ର ଶୋ')
ରାତି ୦୮:୨୦ – ରାତି ୦୯:୩୦
ସୁର ସଙ୍ଗମ
(ସତ୍ୟଜିତ ପ୍ରଧାନ ଏବଂ ଲିପ୍ସା ମହାପାତ୍ରଙ୍କ ଦ୍ୱାରା ଲାଇଭ୍ ସଙ୍ଗୀତ କାର୍ଯ୍ୟକ୍ରମ)
ତୃତୀୟ ତଥା ଶେଷ ଦିନ – ରବିବାର, ୧୫ ମାର୍ଚ୍ଚ ୨୦୨୬
ସନ୍ଧ୍ୟା ୦୬:୦୦– ସନ୍ଧ୍ୟା ୦୭:୦୦
ଆନୁଷ୍ଠାନିକ କାର୍ଯ୍ୟକ୍ରମର ଶୁଭାରମ୍ଭ
ସନ୍ଧ୍ୟା ୦୭:୧୦ – ସନ୍ଧ୍ୟା ୦୭:୪୦
ଅନନ୍ତ ନାଦର ଅମର ପ୍ରତିଧ୍ୱନି:
ରାଷ୍ଟ୍ରୀୟ ଗୀତ 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ
(ଫ୍ୟୁଜନ ଓଡ଼ିଶୀ ଏବଂ ଫ୍ରି-ଷ୍ଟାଇଲ୍ ନୃତ୍ୟ ପ୍ରଦର୍ଶନ)
ରାତି ୦୭:୪୦ – ରାତି ୦୮:୧୦
ଗୀତର ଯୁଗଯାତ୍ରା
ସ୍ମୃତିରେ ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଗୀତ (ଓଲିଉଡ଼ ନୃତ୍ୟ ପ୍ରଦର୍ଶନ)
ରାତି ୦୮:୧୦ – ରାତି ୦୮:୨୦
ପଞ୍ଚରାଶି
(ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳା, ସଙ୍ଗୀତ ଏବଂ ସାଂସ୍କୃତିକ ଐତିହ୍ୟର ଏକ ରଙ୍ଗୀନ ଉତ୍ସବ)
ରାତି ୦୮:୨୦-ରାତି ୦୮:୪୦
ପରମ୍ପରା ପ୍ରବାହ – ଓଡ଼ିଶାର ଜୀବନ୍ତ ସୂତ୍ର
(ରଙ୍ଗବତୀ ରାମ୍ପ ଶୋ' ସହ ଓଡ଼ିଶାର ଆଦିବାସୀ ଐତିହ୍ୟ, ଲୋକକଳା, ଉତ୍କୃଷ୍ଟ ହସ୍ତତନ୍ତ ଏବଂ କାଳଜୟୀ ହସ୍ତଶିଳ୍ପ ପ୍ରଦର୍ଶନ)
ରାତି ୦୮:୪୦ – ରାତି ୦୯:୩୦
ପ୍ରତିଭା ଉତ୍ସବ – ପ୍ରତିଭାକୁ ପାଳନ
(ଓଡ଼ିଶା ଗଟ୍ ଟ୍ୟାଲେଣ୍ଟର ବିଜେତାମାନଙ୍କୁ ନେଇ ଗ୍ରାଣ୍ଡ ଫିନାଲେ)
ଏପରିକି କୋଭିଡ଼ ମହାମାରୀ ସମୟରେ ମଧ୍ୟ ଓଡ଼ିଶା ପର୍ବରେ ରୋକ୍ ଲାଗିନଥିଲା । ଭର୍ଚ୍ଚୁଆଲରେ ଆୟୋଜିତ ହୋଇଥିଲା ପ୍ରତି ଓଡ଼ିଆଙ୍କ ଗର୍ବ ଓଡ଼ିଶା ପର୍ବ । ୨୦୨୩ରୁ ଏହି ପର୍ବ ପ୍ରତିବର୍ଷ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ପାଳନ ହେଉଛି । ଚଳିତ ବର୍ଷ ମଧ୍ୟ ବାହୁ ମେଲାଇ ସମସ୍ତଙ୍କୁ ସ୍ଵାଗତ କରୁଛି ଓଡ଼ିଶା ପର୍ବ ୨୦୨୬ । ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବାର ଏହା ଏକ ବଡ଼ ସୁଯୋଗ ପାଲଟିଛି ।
ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଦିଲ୍ଲୀ ସ୍ଥିତ ଅଗ୍ରଣୀ ସାମାଜିକ-ସାଂସ୍କୃତିକ ସଂଗଠନ 'ଓଡ଼ିଆ ସମାଜ' ଦ୍ଵାରା ମାର୍ଚ୍ଚ ୧୩ ତାରିଖରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ତିନି ଧରି ଓଡ଼ିଶା ପର୍ବର ଆୟୋଜନ ହେବାକୁ ଯାଉଛି । ଓଡ଼ିଶା ପର୍ବର ମୁଖ୍ୟ ବିନ୍ଧାଣୀ, ପୃଷ୍ଠପୋଷକ ହେଉଛନ୍ତି ଓଡ଼ିଆ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯିଏକି ଓଡ଼ିଶାର କଳା ସଂସ୍କୃତିକୁ ଜାତୀୟ ସ୍ତରରେ ପରିଚିତ ଏବଂ ବ୍ୟାପକ କରିବାକୁ ପଣ କରିଛନ୍ତି । ଓଡ଼ିଶା ପର୍ବକୁ ସଫଳ କରିବାରେ ତାଙ୍କର ରହିଛି ବଡ଼ ଭୂମିକା, ଯାହାକୁ ନିଜେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଶଂସା କରିଛନ୍ତି । ଚଳିତ ଥର ଏହି ପର୍ବରେ ଓଡ଼ିଶାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେବେ ।
ଅଧିକ ପଢ଼ନ୍ତୁ: ଆମ ସଂସ୍କୃତି ଓ ପରମ୍ପରାର ପରିଚୟ 'ଓଡ଼ିଶା ପର୍ବ'
ଉଠିବ ପଡ଼ିବ ନ୍ୟାସନାଲ୍ କ୍ୟାପିଟାଲ୍
ତିନି ଦିନ ଧରି ଜାତୀୟ ରାଜଧାନୀରେ ଜମିବ ଓଡ଼ିଶା ପର୍ବ । ଦେଶ ଦେଖିବ ଓଡ଼ିଶାର କଳା, ସଂସ୍କୃତି । ଆଉ ଚାଖିବ ଓଡ଼ିଆ ହାଣ୍ଡିଶାଳର ସ୍ଵାଦ । ସନ୍ଧ୍ୟା ହେବା ମାତ୍ରେ ଆହୁରି ରଙ୍ଗୀନ ହୋଇଯିବ ଦିଲ୍ଲୀ ପରିବେଶ । ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଓ ଗାୟକ ନିଜର କଳା ପ୍ରଦର୍ଶନ କରି ସମସ୍ତଙ୍କୁ ମତୁଆଲା କରିବେ । ଓଡ଼ିଶାର ଲୋକନୃତ୍ୟ ଯେପରିକି ବାଘନାଚ, ଘୋଡ଼ାନାଚ, ରଣପାଠାରୁ ଆରମ୍ଭ କରି ଆଦିବାସୀ ନୃତ୍ୟ କେଡୁ, ଦୁରୁଆ ପର୍ଯ୍ୟନ୍ତ ସବୁକିଛି ଗୋଟିଏ ମଞ୍ଚରେ ପ୍ରଦର୍ଶିତ ହେବ ।ମନୋରଞ୍ଜନ ସାଙ୍ଗକୁ ସପିଂ ଓ ଖାଦ୍ୟପେୟର ମଜା ନେବେ ଓଡ଼ିଶା ପର୍ବ ବୁଲିବାକୁ ଆସିଥିବା ପର୍ଯ୍ୟଟକ । ଗୋଟିଏ ସ୍ଥାନରେ ମିଳିବ ଓଡ଼ିଶାର ପିଠାପଣା, ମିଠାଠୁ ଆରମ୍ଭ କରି ସମସ୍ତ ପ୍ରସିଦ୍ଧ ଲୋକପ୍ରିୟ ଖାଦ୍ୟ । ସେ କଟକ ଦହିବରା ହେଉ କି ବାରିପଦାର ମୁଢି ମାଂସ...ଆମିଷ ଓ ନିରାମିଷ ଖାଦ୍ୟର ଆସର ଜମିବ । ପ୍ରତିଟି ଷ୍ଟଲକୁ ଯାଇ ପର୍ଯ୍ୟଟକମାନେ ନିଜ ମନ ପସନ୍ଦର ଖାଦ୍ୟ ଖାଇପାରିବେ । ସେହିପରି ଓଡ଼ିଶାର ହସ୍ତକଳାର ଷ୍ଟଲ୍ ମଧ୍ୟ ଲାଗିବ । କେନ୍ଦୁଝରର ଅଭଙ୍ଗା କଣ୍ଢେଇ, ପୁରୀର ପଟ୍ଟଚିତ୍ର, କୋରାପୁଟର କୋଟପାଡ଼ ଶାଢୀ, ସମ୍ବଲପୁରର ସମ୍ବଲପୁରୀ ଶାଢୀ ଆଦି ସମସ୍ତ ଓଡ଼ିଆ ହସ୍ତକଳା ଓ ହସ୍ତତନ୍ତର ସାମଗ୍ରୀକୁ ଦିଲ୍ଲୀରେ ପାଇବେ ପ୍ରବାସୀ ଓଡ଼ିଆ ।
ଆଉ ରହିଲା ମାତ୍ର କେଇଟା ଦିନ । ଯଦି ଆପଣ ବି ଦିଲ୍ଲୀରେ ଅଛନ୍ତି ବା ଏହି ମହୋତ୍ସବରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଜାଣିରଖନ୍ତୁ ଓଡ଼ିଶା ପର୍ବ ୨୦୨୬ର କାର୍ଯ୍ୟସୂଚୀ । ମାର୍ଚ୍ଚ ୧୩ରୁ ୧୫ ତାରିଖ ତିନି ଦିନ ଧରି ଅନେକ ବିଶେଷ କାର୍ଯ୍ୟକ୍ରମ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଯେଉଁଠି ଓଡ଼ିଶାରୁ ଦିଲ୍ଲୀ ଯାଇଥିବା ଲୋକପ୍ରିୟ କଳାକାରମାନେ ନିଜର କଳା ପ୍ରଦର୍ଶନ କରି ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ କିଣିବେ । ନିମ୍ନରେ ପଢନ୍ତୁ ସମସ୍ତ କାର୍ଯ୍ୟକ୍ରମର ତାଲିକା...
ସାଂସ୍କୃତିକ କାର୍ଯ୍ୟକ୍ରମ ବିବରଣୀ:
ପ୍ରଥମ ଦିନ - ଶୁକ୍ରବାର, ୧୩ ମାର୍ଚ୍ଚ ୨୦୨୬
ସନ୍ଧ୍ୟା ୦୬:୦୦-ସନ୍ଧ୍ୟା ୦୭:୦୦
ଆନୁଷ୍ଠାନିକ ଉଦଘାଟନୀ କାର୍ଯ୍ୟକ୍ରମ
(ଦୀପ ପ୍ରଜ୍ଜ୍ୱଳନ, ସ୍ୱାଗତ ଭାଷଣ, ସମ୍ବର୍ଦ୍ଧନା)
ସନ୍ଧ୍ୟା ୦୭:୧୦-ସନ୍ଧ୍ୟା ୦୭:୪୦
ଗାଥା ଓଡ଼ିଶା
(ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଓଡ଼ିଶା ନୃତ୍ୟ ଏକାଡେମୀ ଦ୍ଵାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ)
ସନ୍ଧ୍ୟା ୦୭:୪୦- ରାତି ୦୮:୦୦
'ଲୋକ କଳା ଓ ଲୋକ ଜୀବନ'
(ସମ୍ବଲପୁରୀ ନୃତ୍ୟ ନାଟିକା ମାଧ୍ୟମରେ ପଶ୍ଚିମ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳା ପ୍ରଦର୍ଶନ)
ରାତି ୦୮:୦୦-ରାତି ୦୮:୨୦
ଆଦିମ ଧାରା: ଓଡ଼ିଶାର ଆଦିବାସୀଙ୍କ ଯାତ୍ରା
(ଓଡ଼ିଶାର ଆଦିବାସୀ ଜନଜାତି ନୃତ୍ୟ ଓ ପରମ୍ପରାର ଏକ ଜୀବନ୍ତ ପ୍ରଦର୍ଶନ)
ରାତି ୦୮:୨୦-ରାତି ୦୯:୩୦
ପଶ୍ଚିମ ଓଡ଼ିଶା ସୁର ସନ୍ଧ୍ୟା
(ଉମାକାନ୍ତ ବାରିକ ଏବଂ ଶାଶ୍ଵତ ତ୍ରିପାଠୀଙ୍କ ଦ୍ୱାରା ଲାଇଭ୍ ସମ୍ବଲପୁରୀ ସଙ୍ଗୀତ ପ୍ରଦର୍ଶନ)
ଦ୍ଵିତୀୟ ଦିନ - ଶନିବାର, ୧୪ ମାର୍ଚ୍ଚ ୨୦୨୬
ସନ୍ଧ୍ୟା ୦୬:୦୦-ସନ୍ଧ୍ୟା ୦୭:୦୦
ଆନୁଷ୍ଠାନିକ କାର୍ଯ୍ୟକ୍ରମର ଶୁଭାରମ୍ଭ
ସନ୍ଧ୍ୟା ୦୭:୧୦ - ସନ୍ଧ୍ୟା ୦୭:୪୦
ଓଡ଼ିଶୀ ନୃତ୍ୟ ଧର୍ମ ଚକ୍ର ଅଶୋକ
(କବିତା ମହାନ୍ତି ଏବଂ ଗ୍ରୁପ୍ ଦ୍ଵାରା ନୃତ୍ୟ ପ୍ରଦର୍ଶନ)
ସନ୍ଧ୍ୟା ୦୭:୪୦-ରାତି ୦୮:୦୦
ବିଘ୍ନବିନାଶକ ଲୀଳା- ଏକ ଦିବ୍ୟ ଶୁଭାରମ୍ଭ
(ବିଦ୍ୟାଦାତା ଶ୍ରୀଗଣେଶଙ୍କୁ ଆବାହନ କରି ଏକ ଭାରତୀୟ ଲୋକନୃତ୍ୟ ଉପସ୍ଥାପନା)
ରାତି ୦୮:୦୦ – ରାତି ୦୮:୨୦
ଧ୍ଵନୀ: ସ୍ୱରର ଓଡ଼ିଶା
(ଓଡ଼ିଶାର ବିବିଧ ସଙ୍ଗୀତ ପରମ୍ପରାକୁ ଦର୍ଶାଇ ଏକ ସଙ୍ଗୀତ ବାଦ୍ୟଯନ୍ତ୍ର ଶୋ')
ରାତି ୦୮:୨୦ – ରାତି ୦୯:୩୦
ସୁର ସଙ୍ଗମ
(ସତ୍ୟଜିତ ପ୍ରଧାନ ଏବଂ ଲିପ୍ସା ମହାପାତ୍ରଙ୍କ ଦ୍ୱାରା ଲାଇଭ୍ ସଙ୍ଗୀତ କାର୍ଯ୍ୟକ୍ରମ)
ତୃତୀୟ ତଥା ଶେଷ ଦିନ – ରବିବାର, ୧୫ ମାର୍ଚ୍ଚ ୨୦୨୬
ସନ୍ଧ୍ୟା ୦୬:୦୦– ସନ୍ଧ୍ୟା ୦୭:୦୦
ଆନୁଷ୍ଠାନିକ କାର୍ଯ୍ୟକ୍ରମର ଶୁଭାରମ୍ଭ
ସନ୍ଧ୍ୟା ୦୭:୧୦ – ସନ୍ଧ୍ୟା ୦୭:୪୦
ଅନନ୍ତ ନାଦର ଅମର ପ୍ରତିଧ୍ୱନି:
ରାଷ୍ଟ୍ରୀୟ ଗୀତ 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ
(ଫ୍ୟୁଜନ ଓଡ଼ିଶୀ ଏବଂ ଫ୍ରି-ଷ୍ଟାଇଲ୍ ନୃତ୍ୟ ପ୍ରଦର୍ଶନ)
ରାତି ୦୭:୪୦ – ରାତି ୦୮:୧୦
ଗୀତର ଯୁଗଯାତ୍ରା
ସ୍ମୃତିରେ ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଗୀତ (ଓଲିଉଡ଼ ନୃତ୍ୟ ପ୍ରଦର୍ଶନ)
ରାତି ୦୮:୧୦ – ରାତି ୦୮:୨୦
ପଞ୍ଚରାଶି
(ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳା, ସଙ୍ଗୀତ ଏବଂ ସାଂସ୍କୃତିକ ଐତିହ୍ୟର ଏକ ରଙ୍ଗୀନ ଉତ୍ସବ)
ରାତି ୦୮:୨୦-ରାତି ୦୮:୪୦
ପରମ୍ପରା ପ୍ରବାହ – ଓଡ଼ିଶାର ଜୀବନ୍ତ ସୂତ୍ର
(ରଙ୍ଗବତୀ ରାମ୍ପ ଶୋ' ସହ ଓଡ଼ିଶାର ଆଦିବାସୀ ଐତିହ୍ୟ, ଲୋକକଳା, ଉତ୍କୃଷ୍ଟ ହସ୍ତତନ୍ତ ଏବଂ କାଳଜୟୀ ହସ୍ତଶିଳ୍ପ ପ୍ରଦର୍ଶନ)
ରାତି ୦୮:୪୦ – ରାତି ୦୯:୩୦
ପ୍ରତିଭା ଉତ୍ସବ – ପ୍ରତିଭାକୁ ପାଳନ
(ଓଡ଼ିଶା ଗଟ୍ ଟ୍ୟାଲେଣ୍ଟର ବିଜେତାମାନଙ୍କୁ ନେଇ ଗ୍ରାଣ୍ଡ ଫିନାଲେ)
କେବେ ପଡ଼ିଥିଲା 'ଓଡ଼ିଶା ପର୍ବ'ର ମୂଳଦୁଆ ?
ସୂଚନା ଥାଉ କି ବର୍ଷ ୨୦୧୭ ଏପ୍ରିଲ ମାସ ୨୯ ତାରିଖରୁ ମେ ୧ ତାରିଖ ତିନି ଦିନ ଯାଏଁ ପ୍ରଥମ କରି ଜାତୀୟ ରାଜଧାନୀରେ ଆରମ୍ଭ ହୋଇଥିଲା ଓଡ଼ିଶା ପର୍ବ । ଏକାଠି ହୋଇଥିଲେ ହଜାର ହଜାର ଓଡ଼ିଆ ଓ ଅଣଓଡ଼ିଆ । ଏହାପରେ ୨୦୧୮ ମସିହା ଦିଲ୍ଲୀର ଐତିହାସିକ ଇଣ୍ଡିଆ ଗେଟ୍ ଲନ୍ରେ ପୁଣି ଥରେ ଓଡ଼ିଶା ପର୍ବ ଆୟୋଜିତ ହୋଇଥିଲା । ୨୦୧୯ ମସିହାରେ ଥରଟିଏ ଗୁଜରାଟର ସୁରତରେ ଓଡ଼ିଶା ପର୍ବ ଆୟୋଜିତ ହୋଇଥିଲେ । ଏଠାରେ ମଧ୍ୟ ଏହି ପର୍ବକୁ ମିଳିଥିଲା ଓଡ଼ିଆ ଓ ଅଣଓଡ଼ିଆଙ୍କ ଅକୁଣ୍ଠ ଭଲପାଇବା ।ଏପରିକି କୋଭିଡ଼ ମହାମାରୀ ସମୟରେ ମଧ୍ୟ ଓଡ଼ିଶା ପର୍ବରେ ରୋକ୍ ଲାଗିନଥିଲା । ଭର୍ଚ୍ଚୁଆଲରେ ଆୟୋଜିତ ହୋଇଥିଲା ପ୍ରତି ଓଡ଼ିଆଙ୍କ ଗର୍ବ ଓଡ଼ିଶା ପର୍ବ । ୨୦୨୩ରୁ ଏହି ପର୍ବ ପ୍ରତିବର୍ଷ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ପାଳନ ହେଉଛି । ଚଳିତ ବର୍ଷ ମଧ୍ୟ ବାହୁ ମେଲାଇ ସମସ୍ତଙ୍କୁ ସ୍ଵାଗତ କରୁଛି ଓଡ଼ିଶା ପର୍ବ ୨୦୨୬ । ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବାର ଏହା ଏକ ବଡ଼ ସୁଯୋଗ ପାଲଟିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories