ମଦମୃତ୍ୟୁ ଘଟଣା: ଗିରଫ ସଂଖ୍ୟା ୮କୁ ବୃଦ୍ଧି

ବ୍ରହ୍ମପୁର: ଭାଙ୍ଗୁଛି ବେଆଇନ ମଦ ଭିତ୍ତିଭୂମି । ସାରା ଓଡ଼ିଶାରେ ବିଜେଡି ସରକାରବେଳେ ବେଆଇନ ମଦ କାରବାର ବଢିଥିଲା । ଏବେ ମୋହନ ସରକାର ମଦ ମାଫିଆଙ୍କ ଅଣ୍ଟା ଭାଙ୍ଗିବା ନିର୍ଦ୍ଦେଶ ପରେ ସବୁଠି ଅବକାରୀ ବିଭାଗ ପକ୍ଷରୁ ଚାଲିଛି ରେଡ୍ । ଚିକିଟି ବିଷାକ୍ତ ମଦମୃତ୍ୟୁ ଘଟଣାରେ ଫେରାର ଅଭିଯୁକ୍ତ ରାଜେନ୍ଦ୍ର ସାହୁ ଓରଫ ଜୁରିଆ ଗିରଫ ହୋଇଛି ।
ଏହାକୁ ମିଶାଇ ଗିରଫ ସଂଖ୍ୟା 8କୁ ବୃଦ୍ଧି ପାଇଛି । ପୂର୍ଵରୁ ଗିରଫଙ୍କ ମଧ୍ୟରେ ଜୁରିଆର ପତ୍ନୀ ନିର୍ମଳା ସାହୁ ଗିରଫ ହୋଇଥିବା ସୂଚନା । କେବଳ ଚିକିଟି ନୁହେଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ଉପରେ ଚାଲିଛି ଚଢାଉ । ଆନନ୍ଦପୁର, ବାଲେଶ୍ବର, ଆଠଗଡ଼, ଭୁବନେଶ୍ବର, ଟିଟିଲାଗଡ଼, କୃଷ୍ଣପ୍ରସାଦ ଆଦି ସ୍ଥାନରେ ରେଡ୍ ଜାରି ରଖିଛି । ବର୍ଷେ ଭିତରେ ବେଆଇନ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ପାଇଁ କଠୋର ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ଅଧିକ ପଢନ୍ତୁ ଓଡିଶା ଖବର