Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି କମି ଯିବାରୁ ମାଛ ଉତ୍ପାଦନ ହ୍ରାସ, ଚେକ୍ ଡ୍ୟାମ୍ ଭାଙ୍ଗିଯିବା ପରେ ବଢିଛି ଦୁର୍ଦ୍ଦଶା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଣି କମି ଯିବାରୁ ମାଛ ଉତ୍ପାଦନ ହ୍ରାସ,  ଚେକ୍ ଡ୍ୟାମ୍ ଭାଙ୍ଗିଯିବା ପରେ ବଢିଛି ଦୁର୍ଦ୍ଦଶା
  • ଶୁଖିଲା ପଡିଛି ଭଞ୍ଜନଗର ଜଳଭଣ୍ଡାର
  • ପାଣି କମି ଯିବାରୁ ମାଛ ଉତ୍ପାଦନ ହ୍ରାସ  
  • ଚେକ୍ ଡ୍ୟାମ୍ ଭାଙ୍ଗିଯିବା ପରେ ବଢିଛି ଦୁର୍ଦ୍ଦଶା 
  • କେନାଲରେ ପଳାଉଛନ୍ତି ବଡ ବଡ ମାଛ
  • ଚିନ୍ତାରେ ଶତାଧିକ ମତ୍ସ୍ୟଜୀବୀ ପରିବାର

ଅର୍ଗସ ବ୍ୟୁରୋ:  1894 ମସିହାରେ ଭଞ୍ଜନଗର ଜଳଭଣ୍ଡାର ନିର୍ମାଣ ଆରମ୍ଭ ହୋଇଥିଲା । 1966ରେ କାମ ସମ୍ପୂର୍ଣ୍ଣ ହୋଇଥିଲା । ତଳିଆ ଅଞ୍ଚଳର ଜଳକଷ୍ଟ ଦୂର ଥିଲା ଡ୍ୟାମ୍ ନିର୍ମାଣର ଉଦ୍ଦେଶ୍ୟ । ଯେଉଁଥିରୁ ଶତାଧିକ ମତ୍ସ୍ୟଜୀବୀ ପରିବାର ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ବର୍ଷ ବର୍ଷ ଧରି ଲାଲସିଙ୍ଗି, ପଢାଳ, ଡ଼େଙ୍ଗାପଦର ବାଲିଆପଟା, ପଙ୍କାଳ, ଶ୍ରୀରାମ ନଗର ଗାଁର ମତ୍ସଜୀବୀ ଚେକଡ୍ୟାମ ଉପରେ ନିର୍ଭର କରନ୍ତି । କିନ୍ତୁ ଗତ କିଛି ବର୍ଷ ତଳେ ଚେକ୍ ଡ୍ୟାମ ଭାଙ୍ଗି ଯାଇଥିବାରୁ ଡ୍ୟାମର ବଡ ବଡ଼ ମାଛ କେନାଲରେ ଚାଲି ଯାଉଛି । ଫଳରେ କ୍ଷତି ସହୁଛନ୍ତି ମତ୍ସ୍ୟଜୀବୀ । ବର୍ତ୍ତମାନ ଶୀତଦିନେ ପାଣି କମିଲାଣି, ବଡ ମାଛ ଆଉ ଜାଲରେ ପଡୁନି । ଆଗକୁ ଖରା ଦିନ ଆସୁଛି, ପାଣି ଆହୁରି କମିଯିବ । ମାଛ ଉତ୍ପାଦନକୁ ନେଇ ଚିନ୍ତାରେ ପଡିଛନ୍ତି ମତ୍ସ୍ୟଜୀବୀ ।

ମାଛ ଧରିବାକୁ ଜଳଭଣ୍ଡାରକୁ ଗଲେ, ଜାଲରେ ମାତ୍ର ଗୋଟିଏ କି ଦୁଇଟି ବଡ ମାଛ ପଡୁଥିବାବେଳେ ଖାଲି ହାତରେ ଫେରିବାକୁ ପଡୁଛି । ବର୍ତ୍ତମାନ ମହଙ୍ଗା ଯୁଗରେ 200 ଟଙ୍କା ରୋଜଗାରରେ ପରିବାର ଚଳାଇବା କଷ୍ଟ ହେଉଥିବାରୁ ବାଧ୍ୟ ହୋଇ ନିଜର କୂଳ ବେଉସା ଛାଡି ଦାଦନ ଖଟିବାକୁ ଯାଉଥିବା କହିଛନ୍ତି ମତ୍ସ୍ୟଜୀବୀ ।ଅନ୍ୟପଟେ ସରକାର ମତ୍ସ୍ୟଜୀବୀଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଅଧିକ ମାଛ ଉତ୍ପାଦନ ପାଇଁ ପ୍ରଚୁର ପରିମାଣରେ ଯାଆଁଳା ଯୋଗାଇଦେବାକୁ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored