Videos
|
Odisha

ମାଳମାଳ ଆଶାୟୀଙ୍କୁ ନେଇ ବିଜେଡି ମଙ୍ଗୁଆଳ ନାକେଦମ୍

Ritu Das
Browse all articles by Ritu Das
·2 years ago·1 min read
ମାଳମାଳ ଆଶାୟୀଙ୍କୁ ନେଇ ବିଜେଡି ମଙ୍ଗୁଆଳ ନାକେଦମ୍

ଅର୍ଗସ ବ୍ୟୁରୋ: ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ବିଧାୟକ ରଘୁନନ୍ଜନ ଦାସଙ୍କୁ ଦଳ ଭିତରୁ ଖୋଲା ଚ୍ୟାଲେଂଜ। ବିରୋଧୀଙ୍କ କଥା ଛାଡନ୍ତୁ ଖୋଦ୍ ଦଳର ନେତା କହୁଛନ୍ତି 2019 ପରଠୁ ବିଧାୟକ ନର୍ବାଚନ ମଣ୍ଡଳୀରେ ପାଦ ପକାଇ ନାହାନ୍ତି। ଏହି ଅଞ୍ଚଳରେ କୌଣସି ବିକାଶ ହୋଇନି। ପୀତବାସ ଗୋଚ୍ଛାୟତ ହୁଅନ୍ତୁ କି ସଞ୍ଜିବ ବିଶ୍ବାଳ ସମାବେଶ କରି ବିଧାୟକଙ୍କ ବିରୋଧରେ ବର୍ଷିଛନ୍ତି। ତେବେ ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଅସନ୍ତୋଷ କଥା ଦାଣ୍ଡରେ ପଡ଼ି ହାଟରେ ଗଡୁଛି ଅଥଚ ବିଧାୟକ ଆଖି ବୁଜିବୁଜି କ୍ଷୀର ପିଉଛନ୍ତି। 

ସେହିପରି ନୟାଗଡ଼ ଦଶପଲ୍ଲାରେ ତ ସ୍ଥିତି ଆହୁରି ସାଂଘାତିକ। ଏଠାରେ ବିରୋଧୀଙ୍କ କାମ ସହଜ କରିଦେଇଛନ୍ତି  ବିଜେଡି ନେତା । ଖୋଲାଖୋଲି କହୁଛନ୍ତି ଦଶପଲ୍ଲା ଅଞ୍ଚଳରେ ଗତ 15 ବର୍ଷ ଧରି କୌଣସି ବିକାଶ ହୋଇନାହିଁ। 

ସମାଜସେବୀ ଶ୍ରୀହରି ନାୟକ ଏଠାରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ବିରୋଧୀଙ୍କୁ ଏକାଠି କରି ସମାବେଶ କରୁଛନ୍ତି ଆଉ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା କଥା କହୁଛନ୍ତି। ଅର୍ଥାତ ପରୋକ୍ଷରେ ବିଜେଡି ଟିକେଟ୍ ପାଇଁ ନିଜର ଦାବେଦାରୀ ଉପସ୍ଥାପନ କରିଛନ୍ତି ଶ୍ରୀହରି। 

ସାରା ରାଜ୍ୟରେ ଏବେ ବିଜେଡିରେ ଯୋର ଧରିଛି ରାଜୁ ସିଣ୍ଡ୍ରୋମ୍। ଦଳରେ ମୁଣ୍ଡ ଟେକିଛନ୍ତି ମାଳ ମାଳ ରାଜୁ। ଜଣେ ରାଜୁଙ୍କୁ ମ୍ୟାନେଜ କରିପାରିଲାନି ବୋଲି ଧାମନଗର ଉପନିର୍ବାଚନରେ ଧୂଳି ଚାଟିଥିଲା ବିଜେଡି। ଏବେ ସବୁ ବିଧାନସଭା ଆସନରେ ଗଣ୍ଡା ଗଣ୍ଡା ରାଜୁ ଖୋଲିଖୋଲି ଭାବେ ବିଜେଡି ନେତୃତ୍ବଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ସମାବେଶ ଓ ବନ୍ଧୁ ମିଳନ ନାଁରେ ନିଜ ଦଳର ବିଧାୟକଙ୍କର ଗୋହି ଖୋଳୁଛନ୍ତି। ଏଥର ଶେଷ ସୁଯୋଗ ବୋଲି ବିଜେଡିରେ ଯେଉଁ ଧାରଣା ତିଆରି ହୋଇଛି ତେଣୁ କେହି କାହାକୁ ବାଟ ଛାଡ଼ିବାକୁ ନାରାଜ। ଏଭଳି ସ୍ଥିତିରେ ଏତେ ରାଜୁଙ୍କୁ କେମିତି ସମ୍ଭାଳିବେ ବିଜେଡି ସୁପ୍ରିମୋ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର