ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଭାରରେ ବୁହାହେଲେ ପ୍ରସୂତି
·2 years ago

ଅର୍ଗସ ବ୍ୟୁରୋ: ୨୪ ନିର୍ବାଚନ ଅଛି ଆଉ କେଇଟା ଦିନ। କିନ୍ତୁ ସରକାରଙ୍କ ସବୁ ପ୍ରତିଶ୍ରୁତି ଧୂଆଁ ବାଣ। ଆଜିପର୍ଯ୍ୟନ୍ତ ଦୁର୍ଗମରେ ଜନନୀ ଯନ୍ତ୍ରଣାର ସମସ୍ୟାର ସମାଧାନ ହୋଇପାରୁନି। ରାଜ୍ୟସରକାର ସବୁଆଡେ ନାରା ଦେଉଛନ୍ତି ଓଡ଼ିଶାରେ ମହିଳାଙ୍କୁ ସଶକ୍ତ କରାଯାଉଛି। କିନ୍ତୁ ଏହା କେଉଁ ପ୍ରକାର ବିକାଶ। ନା ଗାଁକୁ ଅଛି ରାସ୍ତା। ନା ଯାଉଛି ଗାଁକୁ ଆମ୍ବୁଲାନ୍ସ। ପୁଣି ଏଭଳି କରୁଣ ଚିତ୍ର ଆସିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଗାଦିଆଗୁଡ଼ା ପଞ୍ଚାୟତ ଡୁମୁରୀଗୁଡ଼ା ଗ୍ରାମରୁ।
ତାମିଲ ଛକରୁ 3କିମି ଦୂରରେ ଅଟକିଲା ଆମ୍ବୁଲାନ୍ସ। ଗ୍ରାବାସୀଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦ୍ୱାରା ଚାଲି ଚାଲି ବୁହାଗୋଲା। ପୋଡ଼ାଗୋଡ଼ CHCକୁ ପ୍ରସୂତିଙ୍କୁ ନିଆଯାଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: