Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଏନଏସି ଘୋଷଣା ନ ହେବା ନେଇ ଆସନ୍ତା ୨୮ ତାରିଖରେ ବାମରା ବନ୍ଦ ଡାକରା

Odisha

ଏନଏସି ଘୋଷଣା ନ ହେବା ନେଇ ଆସନ୍ତା ୨୮ ତାରିଖରେ ବାମରା ବନ୍ଦ ଡାକରା

Ritu Das
Browse all articles by Ritu Das
·2 years ago·1 min read
ଏନଏସି ଘୋଷଣା ନ ହେବା ନେଇ ଆସନ୍ତା ୨୮ ତାରିଖରେ ବାମରା ବନ୍ଦ ଡାକରା

ଅର୍ଗସ ବ୍ୟୁରୋ: ଏନଏସି ଘୋଷଣାକୁ ନେଇ ବଢୁଛି ତୀବ୍ର ଅସନ୍ତୋଷ। କିଛି ସ୍ଥାନକୁ ସରକାର ଏନଏସି ଘୋଷଣା କରିଥିବା ବେଳେ କିଛି ସ୍ଥାନକୁ ବାରମ୍ବାର ଦାବି ପରେ ଘୋଷଣା ନ କରିବାରୁ ଦେଖିବାକୁ ମିଳିଲାଣି ବିରୋଧ। ଗତ ପ୍ରାୟ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ହେବ ବାମରାକୁ ଏନଏସି ଘୋଷଣା କରାଯିବାକୁ ବିଭିନ୍ନ ସ୍ତରରେ ଦାବି ହୋଇ ଆସୁଥିଲେ ହେଁ ବାମରା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। 

ଏନଏସି ପାଇଁ ସରକାରୀସ୍ତରରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡ ପୂରଣ କରୁଥିବା ତଥା ନିୟମ ଅନୁସାରେ ପ୍ରତ୍ୟେକ ବିନ୍ଦୁ ସ୍ପର୍ଶ କରୁଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ଅଞ୍ଚଳବାସୀଙ୍କୁ ଆଘାତ ଦେଇଛି ବୋଲି ଅଭିଯୋଗ ଆଣିଛନ୍ତି। ବାମରା ଡାକବଙ୍ଗଳାରେ ବିଭିନ୍ନ ସାମାଜିକ ସଂଗଠନ ଏକ ବୈଠକ ବସି ସରକାରଙ୍କ ବୈମାତୃକ ମନୋଭାବକୁ ତୀବ୍ର ବିରୋଧ କରିଛନ୍ତି। ଯାହାର ପ୍ରତିବାଦରେ ବାମରା ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଅନୁଷ୍ଠାନ, ବ୍ୟାଙ୍କ, ଦୋକାନବଜାର ବନ୍ଦ ରହିବା ସହିତ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Due to non-announcement | Argus News