Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟାଟା ପାୱାରର ମନମୁଖୀ କାର୍ଯ୍ୟ, ବାରମ୍ୱାର କଟୁଛି ବିଦ୍ୟୁତ୍‌

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଟାଟା ପାୱାରର ମନମୁଖୀ କାର୍ଯ୍ୟ, ବାରମ୍ୱାର କଟୁଛି ବିଦ୍ୟୁତ୍‌

ଅର୍ଗସ ବ୍ୟୁରୋ: ଟାଟା ପାୱାରର ମନମୁଖୀ ଯୋଗୁଁ ବାରମ୍ୱାର କଟୁଛି ବିଦ୍ୟୁତ। ଏହାକୁ ନେଇ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମିଳନୀ କରଯାଇଛି । କଟକ ସହରର ବିଭିନ୍ନ ସ୍ଥାନରେ ମଧ୍ୟ ରାତ୍ର ସମୟରେ ୫ ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଅଘୋଷିତ ବିଦ୍ୟୁତ କାଟ କରାଯାଉଛି । ଟାଟା ପାୱାରର ମନମୁଖୀ କାର୍ଯ୍ୟ ଯୋଗୁ ଏଭଳି ବିଦ୍ୟୁତ କାଟ ପାଇଁ ସାଧାରଣ ଲୋକ ହଇରାଣ ହେଉଛନ୍ତି ।

ଦୁଇ ଦିନ ତଳେ କଲ୍ୟାଣିନଗର, ରାଜେନ୍ଦ୍ର ନଗର,ଦରଖାପାଟଣ।,ନୂଆପଡା,ଚାଉଳିଆଗଞ୍ଜଆଦି ଅଞ୍ଚଳରେ ଦିର୍ଘ ୬ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ରାତ୍ର ସମୟରେ ଅଭିଯୋଗ ଶୁଣିବାକୁ ମଧ୍ୟ କେହି ଫୋନ ଉଠେଇ ନଥିଲେ । ଖରା ଦିନ ପୂର୍ବରୁ ଯଦି ଏଭଳି କାର୍ଯ୍ୟ କରାଯାଉଛି ତାହାଲେ ଗ୍ରୀଷ୍ମ ପ୍ରଭାବ ବଢିଲେ ,ଠିକ ସେ ବିଦ୍ୟୁତ ସରବରାହ ଯୋଗେଇ ପାରିବା ନେଇ ପ୍ରଶ୍ନ କରିଛନ୍ତି ଜିଲ୍ଲା କଂଗ୍ରେସ । ଖରା ପୂର୍ବରୁ ଯଦି ଏଭଳି ପରିସ୍ଥିତି ଲାଗି ରୁହେ ତେବେ ଆଗକୁ ସ୍ଥିତି ଅସମ୍ଭାଳ ହୋଇପଡିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Due to Tata Power's arbitrariness, there are frequent power cuts | Argus News