ପରାଜୟ ଭୟରେ ରାଜ୍ୟ ସାରା ନୋଟ୍ ବଣ୍ଟା ଓ ହିଂସାକାଣ୍ଡ

ଭୁବନେଶ୍ୱର: ୨୫ ବର୍ଷର ଅପାରଗତା ଲୁଚାଇବାକୁ ପ୍ରାଣପଣେ ଚେଷ୍ଟା । ଯଶିପୁର, ଧର୍ମଶାଳା, କୋରେଇ, ଧାମନଗର, ସବୁଠି ବିଜେଡି ପାଇଁ ଶେଷ ଅସ୍ତ୍ର ଟଙ୍କା ବଣ୍ଟା । ପରାଜୟ ଭୟରେ ହିଂସାକୁ ଆୟୁଧ କରିଛି ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ । ଗ୍ରାଉଣ୍ଡରେ ଜନତା ଦେଉଛନ୍ତି କଡ଼ା ଜବାବ । ଇଏ ଦେଖନ୍ତୁ, ଟଙ୍କା ଦେଇ କିଭଳି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ହୀନ ଚେଷ୍ଟା କରୁଛନ୍ତି ବିଜେଡି ନେତ୍ରୀ । ଯାହାପାଇଁ ତାଙ୍କୁ ହଟହଟା ହେବାକୁ ପଡିଛି । ଚିତ୍ର ହେଉଛି, ଯଶିପୁର ନିର୍ବାଚନ ମଣ୍ଡଳୀ ଶୁକୃଳି ବ୍ଲକର । ବିଜୁ ମହିଳା ଦଳ ରାଜ୍ୟ ସମ୍ପାଦିକା ଅଞ୍ଜୁ ମହାନ୍ତ ଓ ତାଙ୍କ ସ୍ବାମୀ ନିର୍ମଳ ମହାନ୍ତ, ବିଜେଡି ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମଙ୍କୁ ଜିତାଇବା ପାଇଁ ଟଙ୍କା ବାଣ୍ଟୁଥିଲେ । ଯାହାକୁ ଘୋର୍ ବିରୋଧ କରିଛନ୍ତି ଗ୍ରାମବାସୀ । ସେହିପରି ୟେ ହେଉଛି ଯାଜପୁର ଧର୍ମଶାଳାର ଦୃଶ୍ୟ । କାଦୁଆ ମାଗୁରା ଗାଁରେ ଟଙ୍କା ବାଣ୍ଟି ଦୀର୍ଘ ସମୟ ଅଟକ ରହିଲେ ଜିଲ୍ଲା ପରିଷଦଙ୍କ ସ୍ବାମୀ ତଥା କଳାପଥର ଖଣି ଲିଜଧାରୀ ପ୍ରହଲ୍ଲାଦ ଲେଙ୍କା ଓ ତାଙ୍କ ସହଯୋଗୀ । ଉତ୍ତ୍ୟକ୍ତ ଗ୍ରାମବାସୀ ଗାଡିକୁ ଭଙ୍ଗାରୁଜା କରିଥିଲେ । ପ୍ରଣବଙ୍କ ଖାସ ଅନୁଗତ ହେଉଛନ୍ତି ପ୍ରହଲ୍ଲାଦ ଲେଙ୍କା ତଥା କପିଳା । ତାଙ୍କ ଉପରେ 20କୋଟି 9 ଲକ୍ଷ ଟଙ୍କା ଜୋରିମାନା ରହିଛି ।
କୋରେଇ ରସୁଲପୁର ବ୍ଲକ ଗନ୍ଧଣ ପଞ୍ଚାୟତରେ ଘର ଭିତରେ ଟଙ୍କା ବାଣ୍ଟି ମହିଳାଙ୍କୁ ପ୍ରଭାବିତ କରୁଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ ମହିଳା । ଏଠାରେ ବିଜେଡିରୁ ନିର୍ବାଚନ ଲଢୁଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବିଦାସଙ୍କ ମା ସନ୍ଧ୍ୟାରାଣୀ ଦାସ । ଧାମନଗରରେ ଏସଏଚଜି ମହିଳାଙ୍କ ଦ୍ବାରା ଲୋକଙ୍କୁ ଡାକି ବୈଠକ ସହ ଟଙ୍କା ବଣ୍ଟା ଯାଉଥିଲା ।.. ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଓ ରକ୍ତମୁଖା ଶାସକ ଦଳ । ଭଦ୍ରକ ଚାନ୍ଦବାଲିରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ସମେତ 4ଜଣ ସହଯୋଗୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗାଡ଼ି ଭଙ୍ଗାରୁଜା ସହ ସୁବାସଙ୍କ ହାତକୁ ପଥରରେ ଛେଚି ଭାଙ୍ଗିଦେଲେ ବିଜେଡି କର୍ମୀ ।
ଧାମନଗର ନିର୍ବାଚନ ମଣ୍ଡଳୀ ପଞ୍ଚାୟତ କାର୍ଯ୍ୟାଳୟରେ ଖୋଲାଖୋଲି ଚାଲିଥିଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମ । ଭିଜୁଆଲ୍ ସଂଗ୍ରହ କରିବାକୁ ଯାଇଥିଲାବେଳେ କ୍ୟାମେରା ଭାଙ୍ଗି ଗଣମାଧ୍ୟମର କଣ୍ଠରୋଧ ପ୍ରୟାସ କରିଥିଲେ ମହିଳା । ସେହିପରି ଧାମନଗର ଖଡ଼ିପଦା ଗ୍ରାମ ଗୋଷ୍ଠୀଗୃହ କେନ୍ଦ୍ରରେ ଚାଲିଥିଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମ । ଯାହାକୁ ବିଜେପି ବିରୋଧ କରିବାରୁ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଧାମନଗର NACରେ ୭ ନଂ କାଉନସିଲର ଉପରେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦୁଇ ଜଣ ଗୁରୁତର ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । 24 ବର୍ଷ ଅପାରଗତା ଶାସନ ଯୋଗୁଁ ବଢୁଛି ଜନ ବିରୋଧ । ଯାହାକୁ ନେଇ ହାରିବା ଭୟରେ ଟଙ୍କା ପ୍ରଲୋଭନ ଓ ରକ୍ତମୁଖା ବିଜେଡି ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର