Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାଜ୍ୟ ସରକାରଙ୍କ ଜିଦ୍ ଯୋଗୁଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଭୋଗୁଛନ୍ତି ଯମଯନ୍ତ୍ରଣା

Odisha

ରାଜ୍ୟ ସରକାରଙ୍କ ଜିଦ୍ ଯୋଗୁଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଭୋଗୁଛନ୍ତି ଯମଯନ୍ତ୍ରଣା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଜ୍ୟ ସରକାରଙ୍କ ଜିଦ୍ ଯୋଗୁଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଭୋଗୁଛନ୍ତି ଯମଯନ୍ତ୍ରଣା

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ଜିଦ୍ ଯୋଗୁଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଦିନକୁ ଦିନ ଜମଯନ୍ତ୍ରଣା ଭୋଗୁଛନ୍ତି । ଖରାର ପ୍ରକୋପ ଦିନକୁଦିନ ବଢୁଥିବାରୁ ଭକ୍ତମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଖାଲିପାଦରେ ଦୌଡିଦୌଡି ଭକ୍ତମାନେ ଶ୍ରୀମନ୍ଦିରକୁ ଆସିବା ଓ ଦର୍ଶନ ପରେ ପୁର୍ନବାର ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଖରାରେ ସେମାନଙ୍କ ପାଦ ଫୋଟକା ହେଇଯାଉଛି। ପ୍ରତ୍ୟକ ଦିନ ରାସ୍ତା ଥଣ୍ଡା କରିବାକୁ ଅଗ୍ନିଶମ ବିଭାଗ ତରଫରୁ ଦୈନିକ 12 ହଜାର ଲିଟର ପାଣି ସିଂହଦ୍ଵାର ସମ୍ମୁଖରେ ଓ ବ୍ୟାରିକେଟ୍ ଭିତର ପାଦଚଲା ରାସ୍ତାରେ ପକାଯାଉଛି।

ସେପଟେ ଏସି ସେଡ୍ ରୁ ସିଂହଦ୍ଵାର ଦୂରତା 200 ମିଟର ହୋଇଥିବା ବେଳେ ଦର୍ଶନ ସାରି ପୁର୍ନବାର ଜୋତା ଷ୍ଟାଣ୍ଡ ନିକଟରେ ପହଞ୍ଚିବାକୁ 500 ମିଟର ଖରାରେ ଭକ୍ତ ଚାଲିଚାଲି ଯାଉଛନ୍ତି। ସେପଟେ ଅସହ୍ୟ ଖରା ଯୋଗୁଁ ପରିକ୍ରମା ପ୍ରକଳ୍ପରେ ଭକ୍ତମାନେ ପ୍ରଦିକ୍ଷଣ କରିବାକୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ତେବେ ସରକାରଙ୍କ ଚାରିଦୁଆର ବନ୍ଦ ନିଷ୍ପତ୍ତି ଯୋଗୁଁ ଭକ୍ତମାନେ କଲବଲ ହେଉଥିବା ବେଳେ ସବୁରି ମହଲରୁ ଚାରିଦୁଆର ଦେଇ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡିବାକୁ ଦାବି ହେଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Due to the insistence of the state government, devotees visiting the temple are suffering | Argus News