ଦୁର୍ବଳ ନେତୃତ୍ୱ ଯୋଗୁଁ ବହୁତ ପଛରେ ପଡିଛି କଣ୍ଟାମାଳ ନିର୍ବାଚନ ମଣ୍ଡଳୀ

ଅର୍ଗସ ବ୍ୟୁରୋ: କଣ୍ଟାମାଳ ବିଜେଡି ବିଧାୟକ ମହିଧର ରଣାଙ୍କ ବିରୋଧରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରେଙ୍ଗାଲି ପଞ୍ଚାୟତର ଠେଲକବେଡା ମହିଧର ହଟାଓ ବିଜେଡି ବଞ୍ଚାଓ ଅଭିଯାନର ପ୍ରଥମ ମେଳିର ସଫଳତା ପରେ ଦ୍ୱିତୀୟ ମେଳି ତଥା ସାଂଗଠନିକ ସଭା ପୁଣି ହାତିପାଲି ଠାରେ ଆୟୋଜିତ ହୋଇଥିଲା।
ମହିଧରଙ୍କ ବିରୋଧରେ ଭୀଷଣ ଭାବେ ଗର୍ଜିଥିଲେ କର୍ମୀ। ବିଶେଷକରି ଆଗାମୀ ନିର୍ବାଚନରେ କଣ୍ଟାମାଳ ବିଜେଡି ବିଧାୟକ ପ୍ରାର୍ଥୀ ଆଶାୟୀ ତଥା ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ କଣ୍ଟାମାଳ ବିଧାୟକ ମହିଧର ରଣାଙ୍କ ଦୁର୍ବଳ ନେତୃତ୍ବ ଯୋଗୁଁ ବିକାଶଧାରା ତ୍ୱରାନ୍ୱିତ ହୋଇପାରୁନାହିଁ। ମୁଖ୍ୟମନ୍ତ୍ରୀ ପ୍ରଚୁର ଅର୍ଥ ପ୍ରଦାନ କରୁଥିଲାବେଳେ ତାହା ସଫଳ ବିନିଯୋଗ ହୋଇ ପାରୁ ନାହିଁ। କେବଳ ଠିକାଦାର ପୋଷା ସହ ଅର୍ଥ ହରିଲୁଟ କରାଯାଉଥିବା ଅଭିଯୋଗ ହୋଇଛି। ବିଧାୟକ ପାଣ୍ଠି କେବଳ 2 ରୁ 3 ପଞ୍ଚାୟତକୁ ସିଂହଭାଗ ଦେଇ ଅନ୍ୟ ପଞ୍ଚାୟତକୁ ପାତରଅନ୍ତର କରୁଥିବା ସଭାରେ ଉପସ୍ଥିତ ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇଥିଲେ। ବିଧାୟକ ରଣା ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଭିତ୍ତିଭୂମି ଥାଇ ମଧ୍ୟ ସରକାର ଅର୍ଥ ଯୋଗାଇ ଦେଇଥିଲେ ସୁଦ୍ଧା ଦୁର୍ବଳ ନେତୃତ୍ୱ ଯୋଗୁଁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଚାଷ ପାଇଁ ସବୁ ଗାଁ କୁ ଜଳସେଚନ ହୋଇପାରି ନାହିଁ। ପିଇବା ପାଇଁ ଲୋକେ ପାଣି ପାଇ ପାରୁ ନାହାନ୍ତି।
ଅନ୍ୟ ଦଳର ଲୋକଙ୍କ ଓ ନୂଆ ଲୋକଙ୍କ ଯୋଗଦାନ ସ୍ବାଗତଯୋଗ୍ୟ। କିନ୍ତୁ ସେମାନଙ୍କୁ ବିଧାୟକ ପ୍ରାଧାନ୍ୟ ଦେଇ ପୁରୁଖା ବିଜେଡି ନେତାଙ୍କୁ ଅଣଦେଖା ଅସମ୍ମାନ କରୁଥିବା ଅଭିଯୋଗ ହୋଇଛି।
10 ବର୍ଷ ଶାସନରେ ରହି ବିଧାୟକଙ୍କ ଘମଣ୍ଡ ବଢି ଯାଇଛି, ସେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି, କାହାକୁ ଖାତିର କରୁ ନାହାନ୍ତି, ପୁରୁଖା ବିଜେଡି ନେତାଙ୍କ ବିରୁଦ୍ଧରେ ଅବାନ୍ତର , ଅସମ୍ମାନ ଜନକ ମନ୍ତବ୍ୟ ଦେଉଥିବା ସମିତି ସଭ୍ୟ କେଦାର ସାହୁ ଅଭିଯୋଗ କରିଛନ୍ତି। ବିଧାୟକ ବିଜେଡିରେ ନ ଥାଇ ପ୍ରଥମ ବିଜେଡି ଟିକଟରେ ବିଧାୟକ ହୋଇଥିବାବେଳେ ମୂଳରୁ ବିଜେଡିରେ ଥିବା ନେତାଙ୍କୁ ଜାଣି ନ ଥିବା ଓ ସେମାନେ ଦଳରେ ନ ଥିବା ମନ୍ତବ୍ୟ ଦେଉଥିବା ହାସ୍ୟାସ୍ପଦ ବୋଲି କେଦାର ସାହୁ କହିଛନ୍ତି । ଏ ଅଭିଯାନ ଇଜ୍ଜତ ଓ ସମ୍ମାନର ଲଢେଇ, ଆମେ ବିଜେଡି ଓ ନବୀନଙ୍କୁ ଭଲ ପାଉ ବିଜେଡିରେ ଅଛୁ ଓ ରହିବୁ ବୋଲି ପ୍ରତ୍ୟୁଷ ରଥ କହିଛନ୍ତି ।
ସେହିପରି ଗତ 2019 ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ ନ ମିଳିବାରୁ ସ୍ୱାଧୀନତା ପ୍ରାର୍ଥୀ ଭାବେ ପୂର୍ବତନ ବୟନିକା ସଭାପତି ଶେଷ କୁମାର ମେହେର ନିର୍ବାଚନ ଲଢି 28370ଖଣ୍ଡ ଭୋଟ ପାଇଥିବା ବେଳେ ଚଳିତ ନିର୍ବାଚନ ଆହୁରି ମହିଧର ରଣାଙ୍କୁ ଜୋରଦାର ବିରୋଧ କରାଯିବ ବୋଲି କହିଛନ୍ତି। ଦୁର୍ବଳ ବିଧାୟକ ମହିଧର ରଣା ଙ୍କୁ ନ ହଟାଇଲେ କଣ୍ଟାମାଳର ବିକାଶ ଅସମ୍ଭବ। ଏନେଇ ଆମେ କଣ୍ଟାମାଳ ବିଧାୟକଙ୍କୁ ପଚାରିବାରୁ ଆସନ୍ତୁ ଶୁଣିବା କଣ କହୁଛନ୍ତି
ଫାଭିଓ-ତେବେ କଣ୍ଟାମାଲ ନିର୍ବାଚନ ମଣ୍ଡଳୀର ବିଧାୟକ ମହିଧର ରଣାଙ୍କୁ ନିଜ ଦଳରେ ଜୋରଦାର ବିରଧକୁ ଆଗାମୀ ଦିନରେ ଅଡ଼ୁଆରେ ଅଡ଼ୁଆରେ ବିଜେଡି ପଡିପାରେ।
📱 Get Argus News App
✨ଅଧିକ ପଢ଼ନ୍ତୁ ରାଜନୀତି ଖବର