Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମନଇଚ୍ଛା କ୍ଲିନିକ୍ ଖୋଲି ବସିଥିଲେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀ

Smruti Parija
Browse all articles by Smruti Parija
·1 year ago·1 min read
ମନଇଚ୍ଛା କ୍ଲିନିକ୍ ଖୋଲି ବସିଥିଲେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀ

ବଲାଙ୍ଗୀର: ଟିଟିଲାଗଡ଼ ଥାନା ଅନ୍ତର୍ଗତ ପୁତୁଲି ଗ୍ରାମରେ ପୋଲିସ ହାବୁଡରେ ନକଲି ଡାକ୍ତର । ଟିଟିଲାଗଡ଼ ପୁଲିସ ନକଲି ଡାକ୍ତରଙ୍କୁ ଗିରଫ ସହ  କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏନେଇ ଟିଟିଲାଗଡ଼ ପୋଲିସ ସୂଚନା ଦେଇଛି ଯେ, ଗ୍ରାମରେ ଜଣେ ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀ ରାଜେନ୍ଦ୍ର ହରପାଲ ବିନା ଲାଇସେନ୍ସରେ କ୍ଲିନିକ ଖୋଲି ରୋଗୀଙ୍କ ଚିକିତ୍ସା କରୁଥିବା ନେଇ ଅଭିଯୋଗ ଆସିଥିଲା । 

ସେ ମନଇଚ୍ଛା କ୍ଲିନିକ୍ ଖୋଲି ରୋଗୀଙ୍କୁ ସାଲାଇନ ଲଗାଉଥିବା, ଔଷଧ ଦେଉଥିବା ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଗତ ରାତ୍ରୀରେ ଟିଟିଲାଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ. ଡା. ପ୍ରଦୀପ ନାୟକ,  ଏସଡ଼ିପିଓ, ଥାନା ଆଇଆଇସି ବିଶ୍ୱଜିତ ମନବୋଧ ଏବଂ ଡ୍ରଗ୍ସ ଇମ୍ସପେକ୍ଟର ମିଳିତ ଚଢ଼ାଉ ସହ ଅନେକ ପ୍ରକାର ଔଷଧ ସମେତ ବିଭିନ୍ନ ସାମଗ୍ରୀ ଜବତ କରିଥିଲେ l ଔଷଧର କୌଣସି ବିଲ୍ ମଧ୍ୟ ନଥିଲା । ଏନେଇ ପୁଲିସ  ପକ୍ଷରୁ ଅଧିକ ତଦନ୍ତ ଜାରି ରହି ଥିବା ଜଣାପଡିଛି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
duplicate-doctor-arrested-in-balangir-titlagarh | Argus News