ସସ୍ କାରଖାନାରେ ମିଳିଲାନି ଟମାଟୋ କିମ୍ବା ଚିଲି

ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ନକଲି ସସ କାରଖାନା ଉପରେ ଚଢ଼ାଉ ହୋଇଛି । ସସ କାରଖାନାରେ ମିଳିଲାନି ଟମାଟୋ କିମ୍ବା ଚିଲି । ମିଳିଲା ନକଲି ସସ ସାମଗ୍ରୀ ।
କୁଇଣ୍ଟାଲ କୁଇଣ୍ଟାଲ ସସ୍ ଜବତ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ଼ । ଟମାଟୋ ଓ ଚିଲି ସସ ବେଆଇନ ଭାବରେ ତିଆରି ଚାଲିଥିବା ଖବର ପାଇ ଚଢ଼ାଉ କରିଛି କମିଶନରେଟ ପୋଲିସ । ଛଡାଉ ବେଳେ ସସରେ ବ୍ୟବହୃତ ସାମଗ୍ରୀ, ଶହ ଶହ ପ୍ୟାକେଟ ସସ ସହ 3 ଜଣ ମିସ୍ତ୍ରୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସର ସ୍ପେଶାଲ ଟିମ୍ ।
କାରଖାନା ଭିତରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଥିବାବେଳେ ଏଥିରେ ବ୍ୟବହୃତ ସାମଗ୍ରୀରେ ବହୁ ନକଲି ସାମଗ୍ରୀ ବ୍ୟବହାର କରୁଥିବା ସୂଚନା ମିଳିଛି । ୟୁରିଆ, ଫେବିକଲ, କେମିକାଲ ରଙ୍ଗ, ଆର୍ଟିଫେସିଆଲ ଫ୍ଲେବର, ସସ ପ୍ରସ୍ତୁତ ମେସିନ, ଖାଲି ବୋତଲ, ଷ୍ଟିକର ଆଜି ଜବତ କରିଛି ପୋଲିସ ।
ଅମ୍ରିତା ସସ କମ୍ପାନୀ ନାଁ ରେ ଏହି କାରଖାନାରେ ସସ୍ ପ୍ରସ୍ତୁତ ହେଉଥିଲା । ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାଶ ମହାପାତ୍ର ପହଂଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ଏସିପି ହିମାଂଶୁ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚି ପ୍ରଥମେ କାରଖାନା ଉପରେ ଚଢ଼ାଉ ଆରମ୍ଭ କରିଥିଲେ । ବର୍ତ୍ତମାନ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଜରିଆରେ ସବୁ ସାମଗ୍ରୀର ସାମ୍ପୁଲ୍ ଟେଷ୍ଟ ପାଇଁ ପଠା ଯାଇଛି । ଫାକ୍ଟ୍ରି ସିଲ୍ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ । ଖୁବ ଶୀଘ୍ର ଫାକ୍ଟ୍ରି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ସୂଚନା ଦେଇଛନ୍ତି ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...