Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟ୍ବିନ୍ ସିଟିରେ ଆଜି ମେଲାଣି ନେବେ ମା', ଭସାଣ ଉପରେ ନଜର ରଖିବ ଡ୍ରୋନ୍

Odisha

Durga Puja Bhasani / ଟ୍ବିନ୍ ସିଟିରେ ଆଜି ମେଲାଣି ନେବେ ମା', ଭସାଣ ଉପରେ ନଜର ରଖିବ ଡ୍ରୋନ୍

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ଟ୍ବିନ୍ ସିଟିରେ ଆଜି ମେଲାଣି ନେବେ ମା', ଭସାଣ ଉପରେ ନଜର ରଖିବ ଡ୍ରୋନ୍

Key Points

ମା' ଦୁର୍ଗାଙ୍କ ବିଦାୟୀ ପାଇଁ ବ୍ୟାପକ ବ୍ୟବସ୍ଥା । ଭୁବନେଶ୍ବରରେ ମା ଦୁର୍ଗାଙ୍କ ଭଷାଣୀ ପାଇଁ ବ୍ୟାପକ ବ୍ୟବସ୍ଥା । ଭୁବନେଶ୍ଵର ସହରରେ ୪ଟି ରାସ୍ତାରେ ୪ଟି ଭଷାଣୀ କମିଟି।

ଆଜି ମେଲାଣି ନେବେ ଜଗତଜନନୀ ମା' ଦୁର୍ଗା । ଭୁବନେଶ୍ବରରେ ମା'ଙ୍କ ବିଦାୟୀ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ଵର ସହରରେ ୪ ଗୋଟି ରାସ୍ତାରେ ୪ଟି ଭଷାଣୀ କମିଟି ଭଷାଣୀ ଉତ୍ସବ ପାଳନ କରିବେ । ଭୁବନେଶ୍ବର ଭଷାଣୀ ଉତ୍ସବ କମିଟିରେ ସହିଦ ନଗର, ରାଜଧାନୀ ମନ୍ଦିର ସୁରକ୍ଷା ଭଷାଣୀ କମିଟି, ନୟାପଲ୍ଲୀ, ଉତ୍ତର ଭୁବନେଶ୍ଵର ଭଷାଣୀ କମିଟି, ଚନ୍ଦ୍ରଶେଖରପୁର ଭଷାଣୀ କମିଟି ଏବଂ ଓଲ୍ଡ ଟାଉନ୍ ଭଷାଣୀ କମିଟି । ଏହି ଭଷାଣୀ ସମୟରେ ଯାନବାହାନ ଗୁଡ଼ିକର ଚଳାଚଳକୁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବାରଣ କରାଯାଇଛି । ଅପରାହ୍ନ ୨ଟା ଠାରୁ ରାତି ୧ ଘଟିକା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି ।

ଅଧିକ ପଢ଼ନ୍ତୁ: ଗଜପତି ସ୍ଥିତିକୁ ନେଇ ଗମ୍ଭୀର ହେଲେ ମୁଖ୍ୟମନ୍ତ୍ରୀ, ରିଲିଫ୍‌କୁ ତ୍ଵରାନ୍ଵିତ କରିବାକୁ ଦେଲେ ନିର୍ଦ୍ଦେଶ

ସେପଟେ ଚଳିତ ବର୍ଷ କଟକ ଦୁର୍ଗାପୂଜା ଭସାଣୀ ଉପରେ ନଜର ରଖିବ ଡ୍ରୋନ୍ । ଏ ବର୍ଷ ପ୍ରଥମ ଥର ପାଇଁ ଏପରି ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ସେହିପରି ଭସାଣି ରୁଟରେ ନଜର ରଖିବ ମୋଟ ୫ ଶହରୁ ଅଧିକ ସିସି ଟିଭି କ୍ୟାମେରା । ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ସିସିଟିଭି ଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିବ ପୋଲିସ । ପ୍ରଥମ ଥର ପାଇଁ "CTC 60" ନାମରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ବିଶେଷ କରି ଶବ୍ଦ ପ୍ରଦୂଷଣ ବା ୬୦ ଡେସିବଲରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ଶୋଭାଯାତ୍ରା ବିରୁଦ୍ଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ଏହି "CTC 60" ପୋଲିସ ଟିମ୍ । ସାଉଣ୍ଡ ବାବଦରେ କୌଣସି ବ୍ୟତିକ୍ରମ ଦେଖା ଦେଲେ, ପୋଲିସ ପକ୍ଷରୁ ଗୋଟିଏ ଥର ପାଇଁ କୁହାଯିବ । ନ ମାନିଲେ ସମସ୍ତ ସାଉଣ୍ଡ ଯନ୍ତ୍ରାଂଶ ଜବତ୍ କରିବା ସହିତ ମାମଲା ରୁଜୁ କରିବ କମିଶନରେଟ ପୋଲିସ ।

ସେହିପରି ଭଷାଣୀ ସମୟରେ ସହରରେ ମୋଟ ୧୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ନିୟୋଜିତ ହେବେ । ଏହା ଭିତରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମେଢ଼ ସହିତ ରହିବେ । ସହରର ବିଭିନ୍ନ ସ୍ଥାନରେ ମୋଟ ୬୦ଟି ଏଡ୍ ପୋଷ୍ଟ ରହିବ । ଦେବୀଗଡା ନିକଟରେ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ସକାଳ ୮ଟାରେ ନିଜ ନିଜ ଭସାଣି ଶୋଭାଯାତ୍ରା ବାହାର କରିବାକୁ ପୂଜା କମିଟି ଗୁଡ଼ିକୁ ଅନୁରୋଧ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Durga Idol Immersion in Twin City with Drone, CCTV and Heavy Police Deployment | Argus News