ଦୁର୍ଗମ ବଖାଣୁଛି ଦୁର୍ଦ୍ଦଶାର ଦୁଃଖ

ଅର୍ଗସ ବ୍ୟୁରୋ: ବଣ ପାହାଡ ଘେରା ଗାଁ ଇପlଗୁଡା..ଗାଁକୁ ଦଖିଲେ ଲାଗିବ ଯେମିତି ପ୍ରକୃତି ରାଣୀ ସଵୁ ସୋଭା ରାଜି ଏଠାରେ ଗଦାଇ ଦେଇଛି। ହେଲେ ଆଦିବାସୀ ଅଧୁସିତ ମାଲକାନଗିରିରେ ଆଜିବି ଏପରି ଅନେକ ଗାଁ ରହିଛି ଯେଉଁଠି ବିକାଶର ଛାଇ ପଡିନି। ବିକାଶ କଣ ଏହି ଦୁର୍ଗମ ଗାଁ ଲୋକେ ଜାଣି ନାହାଁନ୍ତି। ଯୋଜନାର ବ୍ୟକ୍ତିଗତ ଲାଭ ପାଇବା ତ ଦୂରର କଥା ଗାଁ ର ସାମୁହିକ ବିକାଶ କେବେ ଉପଲବ୍ଧ ହେବ ଅନାଇ ବସିଛନ୍ତି ଇପlଗୁଡା ଗାଁ ଲୋକେ।
ମାଲକାନଗିରି କାଲିମେଳା ବ୍ଲକ ଅନ୍ତର୍ଗତ ତେଲରାଇ ପଞ୍ଚାୟତର ଇପlଗୁଡା । ଗାଁରେ ବସବାସ କରନ୍ତି 25 ରୁ ଉର୍ଦ୍ଧ ଆଦିବାସୀ କୋୟା ଜନଜାତି ପରିବାର । ବିକାଶ ଏମାନଙ୍କ ପାଇଁ ସାତ ସପନ । ରାତି ପାହିଲେ ଆରମ୍ଭ ହୁଏ ବଞ୍ଚିବା ପାଇଁ ସଂଘର୍ଷ l ଦୈନନ୍ଦିନ ଜୀବନ କାଟିବାକୁ ଏଠି ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ। ବସୁଧା ଯୋଜନା ଆଜିବି ଏଠି ସାତ ସପନ। ଜୀବନ ଜିଇଁବା ପାଇଁ ଏଠି ଭଲ ପାଣି ମନ୍ଦାଏ ମିଳୁନି । ଗାଁରେ 3 ଟି ନଳକୂପ ରହିଥିଛି। ମାତ୍ର ସେଥିରୁ ଗୋଟିଏ ଅ;ଳ ହୋଇପଡିଥିବା ବେଳେ ଆଉ ଦୁଇଟି ନଳକୂପରୁ ଗୋଳିଆ ଆଇରନ୍ ପାଣି ବାହାରୁଛି।
ଖାଲି ସେତିକି ନୁହେଁ ଗାଁର ପ୍ରାୟ କାହା ପାଖରେବି ଭଲଘର ଖଣ୍ଡେ ନାହିଁ। ଆବାସ ଏମାନଙ୍କ ପାଇଁ ଆଜିବି ସାତ ସପନ। ଗାଁ ରେ ଅଧିକାଂଶ ଲୋକ ବିଧବା ଭତ୍ତା, ରାସନ ସମାଗ୍ରୀ ପାଇଁ କାର୍ଡ ପାଇବାରୁ ଆଜିବି ବଞ୍ଚିତ ଅଛନ୍ତି l ଶିକ୍ଷା ଭିତ୍ତିଭୂମି ଗାଁରେ ନାହିଁ। ଅଙ୍ଗନୱାଡି ଟିଏ ପାଇବି ଗ୍ରାମବାସୀଙ୍କୁ ପାଖ ଗାଁ ଉପରେ ନିର୍ଭର କରିବାକୁ ପଡେ।
ଇପlଗୁଡା ଗ୍ରାମ ଭଳି ଅନେକ ଦୁର୍ଗମ ଅଞ୍ଚଳ ଆଜିବି ଅଭିଶପ୍ତ ଜୀବନ ବିତାଉଛନ୍ତି । ଏଠି ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ଯନ୍ତ କାହାର ଦୃଷ୍ଟି ପଡି ନାହି l 24 ବର୍ଷର ସ୍ଥାୟୀ ସରକାର ମାଳ ମାଳ ଯୋଜନା କଲେ କିନ୍ତୁ ବିକାଶ ର ପେଡ଼ି ଖେଳିପାରିଲା ନାହିଁ । କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ଆସିଚି ତା ଉପରେ ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି. ଗ୍ରାମବାସୀ । ତାଙ୍କରି ଅନ୍ଧକାର ମୟ ଜୀବନରେ କିପରି ଆଲୋକ ଭରିବେ ମୋହନ ସରକାର ସେଥି ପାଇଁ ଅଞ୍ଚଳବାସୀ ଆଶାବାଦୀ l
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: