Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଗମରେ 'ଖୁସି' ଯୋଜନା ଫେଲ୍

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୁର୍ଗମରେ 'ଖୁସି' ଯୋଜନା ଫେଲ୍

ଅର୍ଗସ ବ୍ୟୁରୋ:  ଦୁର୍ଗମର ଯୁବତୀଙ୍କ ନିକଟରେ ଏବେବି ଅପହଞ୍ଚ ସାନିଟାରି ନାପକିନ।  ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲାର ଅନେକ ଦୁର୍ଗମ ଇଲାକାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସେ ଭିତରୁ ପବଲା ଗାଁ ଅନ୍ୟତମ । ଜଙ୍ଗଲ ଭରା ଏହି ଅଞ୍ଚଳରେ ନା ସରକାରୀ ନାପ୍‌କିନ୍ ଯୋଗାଇ ଦିଆଯାଉଛି । ନା ବଜାରରୁ କିଣି ଆଣିବା ଭଳି ସୁବିଧା ଅଛି। ବାଧ୍ୟ ହୋଇ ଯୁବତୀ ମାନେ ସାଧାରଣ କପଡ଼ା ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି ।ବଣପାହାଡ଼ ଘେରା ଏହି ଅଞ୍ଚଳର ଅଧିକାଂସ ଆଦିବାସୀ ଜନଜାତିର। ସାଧାରଣତଃ କମ୍ ବୟସରେ ଏଠାରେ ବିବାହ ହୋଇଥାଏ।  ଋତୁସ୍ରାବ ସମ୍ପର୍କିତ ସଚେତନତା ଆଜି ବି ଗାଁର କିଶୋରୀ ଓ ମହିଳା ଅବଗତ ନାହାନ୍ତି।  ସେପଟେ ଆର୍ଥିକ ଅନାଟନ ରେ ବଞ୍ଚୁଥିବା ଏହି ମହିଳା ମାନଙ୍କ ପାଇଁ  ସାନିଟାରି ନାପକିନ୍ କିଣିବା ସମ୍ଭବପର ହେଉନାହିଁ ।

ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ମସିହାରେ ‘ଖୁସି’ ଯୋଜନା ଲାଗୁ କରାଯାଇଥିଲା। ସେହିବର୍ଷ ଫେବ୍ରୁଆରି ମାସରେ କ୍ୟାବିନେଟ୍ ୫ବର୍ଷ ଯାଏଁ ଏହି ଯୋଜନାରେ ଖର୍ଚ୍ଚ ପାଇଁ ୪୬୬.୦୮ କୋଟି ଟଙ୍କା ମଞ୍ଜୁର କରିଥିଲା।ଏହି ଯୋଜନାରେ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍ ସହିତ ଜବାହର ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟର ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଙ୍କୁ ମାଗଣାରେ ମାସିକ ୧୮ଟି ସାନିଟାରି ନାପକିନ୍ ଦିଆଯିବା ସହ ଗ୍ରାମାଞ୍ଚଳ ମହିଳାଙ୍କୁ ଆଶାକର୍ମୀଙ୍କ ଜରିଆରେ ୧ଟଙ୍କା ବିନିମୟରେ ସାନିଟାରି ନାପକିନ୍ ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ତେବେ ତୃଣମୁଳ ସ୍ତରରେ ଆନ୍ତରିକତା ଅଭାବରୁ ଏହି ଯୋଜନା ଏବେ ଦିଗହରା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Durgam 'khushi' jojana fails | Argus News