Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବନ୍ଧୁକ ସହ ଶିକାରୀଙ୍କୁ ବାନ୍ଧିଛି ସ୍ପେଶାଲ ଟାଇଗର ରିଜର୍ଭ ଫୋର୍ସ

Odisha

ବନ୍ଧୁକ ସହ ଶିକାରୀଙ୍କୁ ବାନ୍ଧିଛି ସ୍ପେଶାଲ ଟାଇଗର ରିଜର୍ଭ ଫୋର୍ସ

Banajyotshna Ray
Browse all articles by Banajyotshna Ray
·2 years ago
ବନ୍ଧୁକ ସହ ଶିକାରୀଙ୍କୁ ବାନ୍ଧିଛି ସ୍ପେଶାଲ ଟାଇଗର ରିଜର୍ଭ ଫୋର୍ସ

ଅର୍ଗସ ବ୍ୟୁରୋ:  ପେଟ୍ରୋଲିଂ ବେଳେ ଶିମିଳିପାଳ ଜଙ୍ଗଲରୁ 9 ଶିକାରୀ ଗିରଫ । ବନ୍ଧୁକ ସହ ଶିକାରୀଙ୍କୁ ବାନ୍ଧିଛି ସ୍ପେଶାଲ ଟାଇଗର ରିଜର୍ଭ ଫୋର୍ସ । ସେମାନଙ୍କଠାରୁ 30 କେଜି ସମ୍ବର ମାଂସ ଜବତ ହୋଇଛି । ଶିକାର ପାଇଁ ରାତି ଅଧରେ ଜଙ୍ଗଲରେ ପଶିଥିଲେ 40 ଶିକାରୀ । 9 ଜଣ କାବୁ ହୋଇଥିବାବେଳେ ଅନ୍ୟ ମାନେ ଖସି ପଳାଇଥିବା ସୂଚନା ରହିଛି । ତେବେ ଏହି 40 ଜଣ ଉଦଳା କୁନ୍ଦବାଇ ପଞ୍ଚାୟତର ତଳଦିହା, ଜମଡିହ ଓ ପାଟ୍ଟଶାଣିପୁର ପଞ୍ଚାୟତର ଖାଲିଡିହି ଅଞ୍ଚଳର ବୋଲି ଜଣାପଡିଛି । ଖସି ପଳାଇଥିବା ଶିକାରୀଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରହିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
During patrolling, 9 poachers were arrested from Similipal forest | Argus News