Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୪ ବର୍ଷର ସରକାରରେ ଗାଁକୁ ସଂଯୋଗ ହୋଇ ପାରିଲାନି ରାସ୍ତା

Odisha

୨୪ ବର୍ଷର ସରକାରରେ ଗାଁକୁ ସଂଯୋଗ ହୋଇ ପାରିଲାନି ରାସ୍ତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
୨୪ ବର୍ଷର ସରକାରରେ ଗାଁକୁ ସଂଯୋଗ ହୋଇ ପାରିଲାନି ରାସ୍ତା

ଅର୍ଗସ ବ୍ୟୁରୋ:  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତର ଡୁମୁରୀନାଳି ଗାଁ ରାସ୍ତାର ଦୃଶ୍ୟ । ଆଖପାଖ ଅଞ୍ଚଳର ଅଧିକାଂଶ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଥିଵା ଵେଳେ ଲଗାଣ ଵର୍ଷା ହେଲେ  ରାସ୍ତାର ହାଲ ଵେହାଲ । ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ଅଣ୍ଟା ଭିଡିଛନ୍ତି ଗାଁର ମହିଳା । ଜଙ୍ଗଲ ଜନନୀ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ନିଜ ଖର୍ଚ୍ଚରେ ମରମ ଯୋଗାଡ କରି ହାତରେ କୋଡି, କୋଦାଳ ଧରି, ମୁଣ୍ଡରେ ମରମ ବୋହି ରାସ୍ତା ମରାମତି କରିଛନ୍ତି ।

ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ୨ କିଲୋମିଟର ରାସ୍ତା ଆଜି ଯାଏ ନିର୍ମାଣ ହୋଇପାରିନାହିଁ । ରାସ୍ତାର ଦୂରବସ୍ଥା ଯୋଗୁଁ ଗାଁକୁ ଆମ୍ବୁଲାନସ କିମ୍ବା ଅନ୍ୟ ଯାନବାହାନ ଚଳାଚଳ କରିପାରୁନାହିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ତେଣୁ ଗାଁରେ ଏକ ନିତିଦିନିଆ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଲୋକେ । ସେପଟେ ଏନେଇ ଆମେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ସମ୍ପୃକ୍ତ ବିଡିଓଙ୍କୁ ଏହାର ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଜଣାଇଥିବା କହିଛନ୍ତି। ତେବେ ବର୍ଷାରେ ଯେଉଁ ରାସ୍ତାରେ ପାଦରେ ଚାଲି କି ଯିବା ଅସମ୍ଭବ ହେଉଥିଲା, ଏବେ ସେହି ରାସ୍ତା ମହିଳାମାନଙ୍କ ଯୋଗୁଁ ବ୍ୟବହାର ଉପଯୋଗୀ ହୋଇପାରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
During the 24-year government, the village was not connected by roads | Argus News