Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜିବି ଚୁଆ ଭରସାରେ ଅଞ୍ଚଳବାସୀ

Odisha

ଆଜିବି ଚୁଆ ଭରସାରେ ଅଞ୍ଚଳବାସୀ

Manini Pattanayak
Browse all articles by Manini Pattanayak
·1 year ago·1 min read
ଆଜିବି ଚୁଆ ଭରସାରେ ଅଞ୍ଚଳବାସୀ

ନୂଆପଡା: ଦୁର୍ଗମରେ ବସୁଧା ଧୋକା। ଆଜିବି ଚୁଆ ଭରସାରେ ଅଞ୍ଚଳବାସୀ। ଜଙ୍ଗଲୀ ନାଳର ଚୁଆ ପାଣି କଛାରପଡାବାସୀଙ୍କ ଏକମାତ୍ର ଭରସା।  ଦୁର୍ଗମରେ ବସୁଧା ଯୋଜନା ସାତ ସପନ। ଏ ହେଉଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ବଣ ପାହାଡ଼ ଘେରା ଘାଟମାଲ ପଞ୍ଚାୟତର କଛାରପଡା l ଗାଁରେ ଉତ୍କଟ ପାନୀୟ ଜଳର ସମସ୍ୟା l ଏଠି କାହିଁ କେତେ ବର୍ଷ ରୁ ବସବାସ କରୁଛନ୍ତି 20 ରୁ ଉର୍ଦ୍ଧ ଆଦିବାସୀ ପରିବାର l ଜଙ୍ଗଲୀ ନାଳର ଚୁଆଁ ପାଣି ଉପରେ ଭରସା କରୁଛନ୍ତି ଏଠାର ଅଞ୍ଚଳବାସୀ। ବାରମ୍ବାର ଅଭିଯୋଗ ସତ୍ୱେ ମିଳୁନୀ ପାନୀୟ ଜଳର ସୁବିଧା l ବନ୍ୟ ଜନ୍ତୁ ଡରରେ ଗାଁର ମହିଳା ମାନେ ଏକଜୁଟ ହୋଇ ପାଣି ପାଇଁ ନାଳକୁ ଯାନ୍ତି l ଘଞ୍ଚ ଜଙ୍ଗଲ ଭିତରେ ଡରି ଡରି ନିତି ପାଣି ପାଇଁ ସଂଘର୍ଷ କରିବାକୁ ପଡେ l ନାଳ ଭିତରେ ଚୁଆ ଖୋଳି ଗରା ମାଠିଆ ରେ ପାଣି ଆଣନ୍ତି କଛାରପଡା ବାସି l

ଗାଁ ନିକଟସ୍ଥ ତାଳକୋଟରେ ବସୁଧା ଯୋଜନାରେ ପାଣି ଟାଙ୍କି ରହିଛି । କିନ୍ତୁ ଆଜି ଯାଏ କଛାରପଡାକୁ ସଂଯୋଗ ହୋଇନୀ ପାଇପ l ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଉଦାସୀନତା ଯୋଗୁଁ ବସୁଧାରୁ ମିଳୁନୀ ପାଣି l ବର୍ଷ ବର୍ଷ ଧରି ଜଙ୍ଗଲୀ ନାଳ ଉପରେ ଭରସା କରୁଛନ୍ତି ଦୁର୍ଗମ ବାସି ।  24 ବର୍ଷର ଶାସନ ମଧ୍ୟରେ ଠିକାଦାର ପୋଷାରେ ସିମିତ ରହିଗଲା ବିକାଶ। ଏବେବି ଦୁର୍ଗମ ବାସୀଙ୍କ ପାଇଁ ସ୍ୱଚ୍ଛ ପାଣି ସାତ ସପନ। ଯଥାଶୀଘ୍ର କଛାରପଡାରେ ପାନୀୟ ଜଳର ସୁବିଧା କରିବାକୁ  ନିବେଦନ କରିଛନ୍ତି ଗ୍ରମାବାସୀ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
During the 24-year rule, development remained confined to the developer's pet. | Argus News