Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

24ବର୍ଷର ବିଜେଡି ଶାସନରେ ଗମନାଗମନର ସୁବିଧା ହୋଇ ପାରିଲାନାହିଁ 

Manini Pattanayak
Browse all articles by Manini Pattanayak
·1 year ago·1 min read
24ବର୍ଷର ବିଜେଡି ଶାସନରେ ଗମନାଗମନର ସୁବିଧା ହୋଇ ପାରିଲାନାହିଁ 

ବୌଦ୍ଧ:  ନାଳ ସାଜିଛି ଲୋକଙ୍କ ପାଇଁ କାଳ l 24ବର୍ଷର ବିଜେଡି ଶାସନରେ ଗମନାଗମନର ସୁବିଧା ହୋଇ ପାରିଲାନାହିଁ । ଆଜି ବି ଜୀବନକୁ ବାଜି ଲଗାଇ ନାଳ ପାର ହେଉଛନ୍ତି ଲୋକେ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରୁ ଦେଖିବା ରିପୋର୍ଟ ।  କିଭଳି ଜୀବନକୁ ବାଜି ଲଗାଇ ନାଳ ପାର ହେଉଛନ୍ତି ଲୋକେ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ସଦରମହକୁମାଠାରୁ ମାତ୍ର ୩ କିମି ଦୂରରେ ଥିବା ଘୋଡାଡିଆଁ ଗାଁରେ ଲକ୍ଷ୍ମୀନାଳ ସାଜିଛି କାଳ । ଗାଁରେ ଅନେକ ଦିନ ହେବ ଏକ ପୋଲ ସହ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଦାବି ହୋଇ ଆସୁଥିଲେ ମଧ୍ୟ ସବୁ କେବଳ ପ୍ରତିଶୃତିରେ ସିମିତି ରହିଛି । ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୩ କିମି ଦୂରରେ ଥିଲେ ମଧ୍ୟ ଘୋଡାଡିଆଁ ଗାଁ ଉପରେ କୌଣସି ଅଧିକାରୀଙ୍କ ନଜର ପଡୁନଥିବା ଅଭିଯୋଗ ହୋଇଛି । ଖରା ଓ ଶୀତ ଦିନେ କଷ୍ଟେ ମଷ୍ଟେ ଲୋକେ ନାଳ ପାର ହେଉଥିବାବେଳେ ବର୍ଷା ଦିନ କଥା ନକହିଲେ ଭଲ । 

ଗାଁରେ ୩୦ ରୁ ଅଧିକ ପରିବାର ବସବାସ କରୁଛନ୍ତି ।  ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ କେହି ବି ସମସ୍ୟା ସମାଧାନ ଉପରେ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି । କେବଳ ନାଳ କାହିଁକି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଘୋଡାଡିଆଁ ଗାଁ ଲୋକେ । ସେପଟେ ନାଳ ଉପରେ ପୋଲ ନିର୍ମାଣ କାମ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ହରଭଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ । 24 ବର୍ଷର ବିଜେଡି ସରକାର ଘୋଡାଡିଆଁ ଗାଁ ଲୋକଙ୍କ ସମସ୍ୟା ସମାଧାନ କରିପାରିଲାନାହିଁ । ଏବେ ନୂଆ ସରକାରରେ ଖୁବଶୀଘ୍ର ନାଳ ଉପରେ ପୋଲ ବନ୍ଧାଯିବ ବୋଲି ଆଶା ବାନ୍ଧିଛନ୍ତି ଘୋଡାଡିଆଁ ଗାଁଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
During the 24 years of BJD rule, transit was not facilitated | Argus News