Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସଭ୍ୟ ସଂଗ୍ରହ ବେଳେ ପୁଣି ସାମ୍ନାକୁ ଆସିଲା ନେତା-ନେତାଙ୍କ ବାକଯୁଦ୍ଧ

Ritu Das
Browse all articles by Ritu Das
·1 year ago·2 min read
ସଭ୍ୟ ସଂଗ୍ରହ ବେଳେ ପୁଣି ସାମ୍ନାକୁ ଆସିଲା ନେତା-ନେତାଙ୍କ ବାକଯୁଦ୍ଧ

ଅର୍ଗସ ବ୍ୟୁରୋ: ସଭ୍ୟ ସଂଗ୍ରହ ଭିତରେ ବିଜେଡିକୁ ବାଏ କରିବେ କି ବହୁ ପୁରୁଖା ଓ ଅଭିଜ୍ଞ ନେତା। ବଢୁଥିବା ଦଳୀୟ ଅସନ୍ତୋଷ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନକୁ ବିଫଳ କରି ଦେବନି ତ ? ନବୀନଙ୍କୁ ଅଭିଯୋଗ ଶୁଣାଇବା ପରେ ନୋ ଆକ୍ସନ ଥିଓରି ଏହି ଅସନ୍ତୋଷର ମୁଖ୍ୟ କାରଣ ନୁହେଁ ତ ? ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ବେଳେ ଅନୁଗୁଳ, କଟକ,ବାଲେଶ୍ଵର ଓ ଯାଜପୁର ଜିଲ୍ଲା ସଂଗଠନରୁ ଆସିଥିବା କିଛି ଦୃଶ୍ୟ ଶଙ୍ଖ ଶିବିରକୁ ଦୋହଲାଇ ଦେଇଛି । ସଭ୍ୟ ସଂଗ୍ରହ ଅଭିଯାନ କିପରି ସଫଳ ହେବ ତାକୁ ନେଇ ନବୀନଙ୍କ ମୁଣ୍ଡରେ ପଡ଼ିଛି ଚଡକ । ନଜର ପକାନ୍ତୁ ଇଏ ଦୃଶ୍ୟ ହେଉଛି ଅନୁଗୁଳ ଜିଲ୍ଲାର।

 

ଅନୁଗୁଳ ସଭାଘର ଠାରେ ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଥିବା ବେଳେ କିପରି ପରସ୍ପର ବିରୁଦ୍ଧରେ ବିଷୋଦ ଗାର କରିଥିଲେ ନେତା ଦେଖନ୍ତୁ । ସେହିପରି କଟକରେ ବି ସମାନ ସ୍ଥିତି ଉପୁଜିଥିଲା । ଦଳର ସଭ୍ୟ ସଂଗ୍ରହ ଚାଲିଥିବା ବେଳେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଷୋଦଗାର କରିଥିଲେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ । ସୌଭିକ କହିଥିଲେ ଜଣେ ଦୁଇ ଜଣ ଲୋକ ରାଜ୍ୟରେ ସରକାର ଚଳାଉଥିଲେ। ସବୁ ଶାସନ କ୍ଷମତା ସେମାନଙ୍କ ହାତରେ ଥିଲା । ଆଜି ଏବେ ଯେଉଁମାନେ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଛନ୍ତି ସେମାନେ ଦଳର ନେତୃତ୍ବ ନେଉଛନ୍ତି ।

ବାଲେଶ୍ଵରରେ ଅଲଗା ଅଲଗା ହୋଇଥିଲା ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ । ଗୋଟିଏ ପଟେ ଜିଲ୍ଲା ସଭାପତି ଜ୍ୟୋତି ପାଣିଗ୍ରାହୀ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ କରିଥିବା ବେଳେ ଅନ୍ୟପଟେ ସମାନ୍ତରାଳ ସଭା କରିଥିଲେ ଶଶୀ ସାହୁ । ଏପରିକି ତାଙ୍କୁ କାର୍ଯ୍ୟକ୍ରମ କୁ ଡ଼କାଯାଇନଥିବା କହି ସୋସିଆଲ ମିଡିଆରେ ଜ୍ୟୋତିଙ୍କ ଉପରେ ବର୍ଷିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପଟେ ଯାଜପୁରରେ ଯାଜପୁର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ଦଳର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ । ବୈଠକକୁ ଡ଼କା ଯାଇ ନ ଥିଲା ନା ବୈଠକକୁ ଗଲେନି ଅମର ତାକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ଅମର କହିଛନ୍ତି ମୁଁ ଏଭଳି ରାଜନୈତିକ କାର୍ଯ୍ୟକ୍ରମରୁ କିଛିଦିନ ହେଲା ନିଜକୁ ନିବୃତ୍ତ ରଖିଛି । ତେବେ ଏହା ପୂର୍ବରୁ ଅକ୍ଟୋବର ୨ ତାରିଖରେ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ବେଳେ ବଡ଼ଚଣାରେ ତିନି ଗୋଷ୍ଠୀ ଭିନ୍ନ ଭିନ୍ନ ପଦଯାତ୍ରା ରେ ଆସି ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରିବାର ଦେଖିବାକୁ ମିଳିଥିଲା । ଅମର ଶତପଥୀ, ବର୍ଷା ପ୍ରିୟଦର୍ଶିନୀ ଓ ରାଜ ନାରାୟଣ ମହାପାତ୍ର ଭିନ୍ନ ଭିନ୍ନ ପଦଯାତ୍ରା କରିଥିଲେ ।

ତେବେ ଏ ସବୁ କନ୍ଦଳକୁ ନେଇ ଦଳ କହିଛି ସାଧାରଣ ନିର୍ବାଚନ ନିକଟରେ ଯାଇଛି । ନିର୍ବାଚନ ପରେ ସ୍ବଭାବିକ ଭାବେ କିଛି ବାଦ ବିବାଦ ରହିଥାଏ । ମାନ ମନାନ୍ତର ରହିବା କି ଆକ୍ଷେପ ପ୍ରତି ଆକ୍ଷେପ ରହିବା କିଛି ବଡ଼ କଥା ନୁହେଁ । କିନ୍ତୁ ବିଜୁ ଜନତା ଦଳ ଏକ ଥିଲା ଅଛି ଓ ରହିବ ।

ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଛଅ ମାସ ମଧ୍ୟରେ ଭାଙ୍ଗିଯିବ ବିଜେଡ଼ି । ଆଉ ଦଳରେ ବର୍ତ୍ତମାନ ଲାଗିରହିଥିବା ସ୍ଥିତି ତାହାର ବଡ଼ ସଙ୍କେତ ବୋଲି ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
During the civil | Argus News