Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଜେଡି ପାଇଁ କାମ କରିଥିବା ଅଫିସରଙ୍କ ପାଇଁ ବଢିଲା ଅଡୁଆ

Odisha

ବିଜେଡି ପାଇଁ କାମ କରିଥିବା ଅଫିସରଙ୍କ ପାଇଁ ବଢିଲା ଅଡୁଆ

Manini Pattanayak
Browse all articles by Manini Pattanayak
·1 year ago·2 min read
ବିଜେଡି ପାଇଁ କାମ କରିଥିବା ଅଫିସରଙ୍କ ପାଇଁ ବଢିଲା ଅଡୁଆ

ଭୁବନେଶ୍ୱର:  ବିଜେଡି ପାଇଁ କାମ କରିଥିବା ଅଫିସରଙ୍କ ପାଇଁ ବଢ଼ିଲା ଅଡୁଆ । IPS ଆଶିଷ ସିଂ ଓ ଡିଏସ୍ କୁଟ୍ଟେଙ୍କ ପରେ ଆଉ କାହା ପାଳି  । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ତାଲିକା ଲମ୍ବା ରହିଛି, ସରକାର ତଦନ୍ତ କରୁଛନ୍ତି । ପାଣ୍ଡିଆନଙ୍କ ଲିଙ୍କରେ ଥିଲେ ଆଉ କେଉଁ ବାବୁ । ଅଘୋଷିତ ଭାବେ ଜିଲ୍ଲାରେ ବିଜେଡିର ସଭାପତି ଓ ସଂପାଦକ ସାଜିଥିବା ସରକାରୀ ଅଫିସରଙ୍କ ଭିତରେ ଛନକା ପଶିଲାଣି  ।  ନିର୍ବାଚନ ବେଳେ ବିଜେଡି ପାଇଁ କାମ  କରୁଥିଲେ ଅନେକ ସରକାରୀ ବାବୁ। ତୃତୀୟ ମହଲାରେ ବସି ରିମୋର୍ଟରେ ଏମାନଙ୍କୁ କଣ୍ଟ୍ରୋଲ କରୁଥିଲେ କୁଟେ ଓ ଆଶିଷ ସିଂ। ଏମିତିକି ଜିଲ୍ଲାପାଳ ଓ ଏସପିଙ୍କ ଉପରେ ପକାଉଥିଲେ ଚାପ। ଆଶିଷ  ସିଂ ଓ କୁଟ୍ଟେ ଉପରେ ଆକ୍ସନ ପାଇଁ ପ୍ରକିୟା ଆରମ୍ଭ ପରେ ଏବେ ଛାନିଆ ଅନ୍ୟ  ଶଙ୍ଖ ମାର୍କା ସରକାରୀ ବାବୁ। ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଏ ବାବୁ ମାନଙ୍କ ବାବଦରେ ତଥ୍ୟ ସଂଗ୍ରହ ଚାଲିଛି। ଯେଉଁମାନେ ଦଳୀୟ ଭିତ୍ତିରେ କାମ କରିଥିଲେ ସମସ୍ତଙ୍କ ଉପରେ ହେବ ଆକ୍ସନ। 

ବିଜେଡି ପାଇଁ ନିର୍ବାଚନ ପରିଚଳାନା  କରୁଥିଲେ ଆଶିଷ ସିଂ ଓ ଡି ଏସ କୁଟ୍ଟେ।  ନବୀନ ନିବାସରୁ ହେଉଥିଲା କଣ୍ଟ୍ରୋଲ. ମଦ ଓ ମନି କିପିରି ଏରିଆରେ ପହଁଞ୍ଚିବ ତାର ରୁଟ ପ୍ରସ୍ତୁତ କରୁଥିଲେ। କୁଟ୍ଟେ, ବିରୋଧୀ ପ୍ରାର୍ଥୀଙ୍କୁ ଧମକାଉଥିଲେ। ପଦର ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଥିଲେ। ଆଶିଷ ମିଛ ମେଡିକାଲ ଲିଭରେ ଯାଇ ବିଜେଡି କାମରେ ଲାଗିଥିଲେ। ସେତେବେଳେ  ନିର୍ବାଚନ କମିଶନ ନେଇଥିଲେ  ଆକ୍ବନ॥ ଏବେ ଏ  ଦୁଇ ଅଫିସରଙ୍କ ବିରୋଧରେ କାର୍ଯ୍ୟୁନୁଷ୍ଠାନ ପାଇଁ ପ୍ରକିୟା ଆରମ୍ଭ କରିଛି ଗୃହ ବିଭାଗ। 30 ଦିନ ମଧ୍ୟରେ ଏ ନେଇ ଉତ୍ତର ଦେବାକୁ  କୁହଯାଇଛି।  ଉତ୍ତର  ନ ଦେଲେ ହେବ ଆକ୍ସନ। ଏମିତିକି  ନିର୍ବାଚନ ପ୍ରକିୟା ଚାଲିଥିବା ବେଳେ କୁଟ୍ଟେଙ୍କ ନିର୍ଦ୍ଦେଶରେ ବିଜେପିର ଖୋର୍ଦ୍ଦା ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦିନ ହିଁ ଗିରଫ କରିଥିଲା ପୋଲିସ। ଏଥିପାଇଁ  କୁଟେ ଜିଲ୍ଲାପାଳ ଓ ଏସପିଙ୍କ ଉପରେ ଚାପ ପକାଇଥିଲେ। .ଗୃହ ବିଭାଗର ଚିଠିରେ ଏକଥା ଉଲ୍ଲେଖ ଅଛି।  ତେବେ ଏକଥାକୁ ବିଜେଡି ଖଣ୍ଡନ କରିବା ସହ ଦୁଇ ଅଫିସରଙ୍କ ସୁରକ୍ଷାରେ ବାହାରିଛି ।

କେବଳ କୁଟ୍ଟେ ଓ ଆଶିଷ ସିଂ ନୁହଁନ୍ତି ଅନେକ ସରକାରୀ ଅଧିକାରୀ ଖୁଲମ ଖୁଲା ବିଜେଡି ପାଇଁ କରୁଥିଲେ କାମ। .ପାଣ୍ଡିଆନଙ୍କ ଇଙ୍ଗିତରେ ଦଳୀୟ କାମରେ ଲାଗିଥିଲେ ଅଫିସର।  ସେତେବେଳେ ନିର୍ବାଚନ କମିଶନଙ୍କ ପାଖରେ କିଛି ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲା ବିଜେପି।  ଅଭିଯୋଗ ପରେ ନିର୍ବାଚନ କମିଶନ 2 ଜିଲ୍ଲାପାଳ ଓ  4 ଏସପିଙ୍କ ସମେତ 8 ଜଣ ଅଫିସରଙ୍କୁ ବଦଳି କରିଥିଲେ। ଏମାନଙ୍କ ମଧ୍ୟରେ  କଟକ ଡିସିପି, କଟକ ଜିଲ୍ଲାପାଳ, ଜଗତସିଂହପୁର ଜିଲ୍ଲାପାଳ ଅନୁଗୁଳ ଏସପି, ଗଂଜାମ ଏସପି ଖୋର୍ଦ୍ଦା ଏସପି ରାଉରକେଲା ଏସପି ବି ଥିଲେ। ଏବେ ନଜର ଆଶିଷ ସିଂ ଓ କୁ୍ଟ୍ଟେ ଙ୍କ ପରେ  କାହାର ପଡିବ ପାଳି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
During the elections, many government officials were working for BJD. | Argus News