Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯାଜପୁରର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ବର୍ଷିଲେ ମୋହନ

Odisha

ଯାଜପୁରର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ବର୍ଷିଲେ ମୋହନ

Ritu Das
Browse all articles by Ritu Das
·1 year ago·2 min read
ଯାଜପୁରର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ବର୍ଷିଲେ ମୋହନ

ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ନଗଡାର ତଲଡିହ ଗାଁ। ଗତବର୍ଷ ଅଗଷ୍ଟ ମାସରେ ତଳଡିହରେ 2 ପିଲାଙ୍କ ଅପପୁଷ୍ଟିରେ ମୃତ୍ୟୁର ଖବର ଆସିବା ପରେ ସେଠାରେ ପହଞ୍ଚିଥିଲା ଅର୍ଗସ ଟିମ୍। ସାମ୍ନାକୁ ଆଣିଥିଲା ରଇବାରୀ ଓ ଗୁରୁବାରୀ ମାଉସୀର କରୁଣ କାହାଣୀ। 

ଆଜି ଯ।ଜପୁର ବଡ଼ଚଣାରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ବେଳେ ନଗଡା କଥା ଉଠାଇ ପୂର୍ବ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଛନ୍ତି ୧୫ ରୁ ଅଧିକ ଶିଶୁଙ୍କର ନଗଡ଼ାରେ ଅକାଳ ମୃତ୍ୟୁ ହେଲା। ପୁର୍ବ ସରକାର ଯୋଜନା କରି ଏହାର ସମାଧାନ କରିପାରିଲେ ନାହିଁ।  ଗୁରୁବାରି ମାଉସୀ ଖାଦ୍ୟ ଅଭାବରେ ଚାକୁଣ୍ଡା ପତ୍ରର ଶାଗ ଖାଉଥିଲେ। ଆଉ ଏଇ ଚିତ୍ରକୁ କ୍ରୀତଦାସ ନେତା ଦେଖି କି ହଜମ କରିଦେଉଥିଲେ। 

ବଡଚଣାରେ ସଦସ୍ୟତା ଅଭିଯାନରେ BJD ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଛନ୍ତି କଂଗ୍ରେସରେ ମା' ପରେ ବେଟା ଆଉ BJD ରେ ବାପା ପରେ ପୁଅ। CMO ର ଜଣେ ଅଧିକାରୀ ଲୋକଙ୍କ ଦରଖାସ୍ତ ନେଇ କହୁଥିଲେ ମୁଁ ଲୋକଙ୍କର ସମସ୍ୟା ସମାଧାନ କରିବି। ଯାଜପୁର ଜଣେ ନେତା ନିଜର ପତିଆର ଜାହିର କରିବା ପାଇଁ ଜଣେ ନେତା ନିଜକୁ ନବୀନ ବାବୁଙ୍କ କ୍ରୀତଦାସ କହୁଥିଲେ।  ଯାଜପୁରର ୩ ଟି ପରିବାର ଯାଜପୁର କୁ ଲୁଟିଛନ୍ତି ବୋଲି କହିଛନ୍ତି  ମୁଖ୍ୟମନ୍ତ୍ରୀ । ନାଁ ନେଇ ଟାର୍ଗେଟ୍ କରିଛନ୍ତି ବବି ଦାସ-ଅଶୋକ ଦାସ, ପ୍ରଣବ ବଳବନ୍ତ ରାୟ-କଳ୍ପତରୁ ଦାସ ଓ ପ୍ରିତି ରଂଜନ ଘଡେଇ-ପ୍ରଫୁଲ୍ଲ ଘଡେଇଙ୍କୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଇ ପରିବାର ବିକାଶ ନାଁରେ ଯାଜପୁରର ବିନାଶ କରିଥିବା କହିଛନ୍ତି ମୋହନ। ଏଥିସହିତ ଧର୍ମଶାଳା ସ୍ମୀତାରାଣୀ ହତ୍ୟା ଘଟଣାର ପୁଣି ଥରେ ତଦନ୍ତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଯାଜପୁର ବଡ଼ଚଣାରେ ବିଜେପିର ସଦସ୍ୟତା ଅଭିଯାନରେ ମୁଖ୍ୟମନ୍ତ୍ରୀଙ୍କ ସହ ଯାଜପୁରର ସାଂସଦ ଓ 4 ବିଜେପି ବିଧାୟକ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟୋଲ ଫ୍ରି ନମ୍ବର ଦେଇ ବିଜେପିର ସଦସ୍ୟତା ଗ୍ରହଣ ପାଇଁ ଆହ୍ବାନ ଦେଇଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus Whatsapp Channel Mobile Top
Sponsored
During the membership | Argus News