Videos
|
Odisha

ରାମାୟଣ ନାଟକ ପରିବେଷଣ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

Ritu Das
Browse all articles by Ritu Das
·1 year ago
ରାମାୟଣ ନାଟକ ପରିବେଷଣ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଅର୍ଗସ ବ୍ୟୁରୋ: ଦଶହରା ପାଇଁ ରାମାୟଣ ନାଟକ ପରିବେଷଣ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ।ରଙ୍ଗ ମଞ୍ଚକୁ ନେଇ ଖଲ୍ଲିକୋଟର  ବଜାର କେନ୍ଦ୍ର ସ୍ଥଳରେ ଦୂଇ ଗୋଷ୍ଟି ମୁହାଁ ମୁହିଁ ହୋଇଥିଲେ।

ଉଭୟ ଗୋଷ୍ଠୀଙ୍କ ପ୍ରତିଯୋଗିତା ମୂଳକ ରାମାୟଣ ନାଟକ ପରିବେଷଣ ହେଉଥିବା ବେଳେ ହୋଇଥିଲା ଗଣ୍ଡଗୋଳ।ମଞ୍ଚ ଛାଡି ମୁକ୍ତ ଆକାଶ ତଳେ JCB ଉପରେ  କଳାକାର ଚଢ଼ି କରୁଥିଲେ କଳା ପରିବେଷଣ। ଉଭୟ ପକ୍ଷରୁ ହୋଇଥିଲା ବୋତଲ ଓ ପଥର ମାଡ଼ । ଗଣ୍ଡଗୋଳ ଯୋଗୁଁ ଚାରିଜଣ ଆହତ ହୋଇଥିବା ବେଳେ ଜଣଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଛି। 

ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ଘନଶ୍ୟାମ ପାତ୍ର ବୋଲି ଜଣାପଡିଛି। ପୋଲିସର ହସ୍ତକ୍ଷେପ ପରେ ନିୟନ୍ତ୍ରଣକୁ ଆସିଥିଲା ପରିସ୍ଥିତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
During the performance | Argus News