Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

E Challan Discount / ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ବସ୍ତି, ବକେୟା ଥିବା ଇ-ଚାଲାଣରେ ମିଳିବ ୫୦ ପ୍ରତିଶତ ରିହାତି

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ବସ୍ତି, ବକେୟା ଥିବା ଇ-ଚାଲାଣରେ ମିଳିବ ୫୦ ପ୍ରତିଶତ ରିହାତି
E-Challan

Key Points

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ବସ୍ତି
ବକେୟା ଥିବା ଇ-ଚାଲାଣରେ ମିଳିବ ୫୦ ପ୍ରତିଶତ ରିହାତି
ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
ଗାଡ଼ି ଚାଳକଙ୍କୁ ପୁଣି ଥରେ ଆଶ୍ବସ୍ତି ଦେଇଛନ୍ତି ସରକାର । କାରଣ ବକେୟା ଥିବା ଇ-ଚାଲାଣ ପୈଠ କରିବା ପାଇଁ ରିହାତି ସ୍କିମ୍ ଆଣିଛନ୍ତି । ଜାତୀୟ ଲୋକ ଅଦାଲତ ଜରିଆରେ ବକେୟା ଥିବା ଇ-ଚାଲାଣର 'ୱାନ୍ ଟାଇମ୍ ସେଟେଲମେଣ୍ଟ୍' କରିପାରିବେ ଗାଡ଼ି ମାଲିକ । ମିଳିବ ୫୦ ପ୍ରତିଶତ ରିହାତି । ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଟ୍ରାଫିକ୍ ଚାଲାଣ କଟିଥିବା ଗାଡ଼ି ଚାଳକଙ୍କ ପାଇଁ ବଡ଼ ସୁଯୋଗ । ବାକି ଥିବା ଇ-ଚାଲାଣର ସମାଧାନ ପାଇଁ ସରକାର ଜାରି କଲେ 'ୱାନ୍ ଟାଇମ୍ ସେଟେଲମେଣ୍ଟ୍' ବା 'ଓଟିଏସ୍' ସ୍କିମ୍ । ଜାତୀୟ ଲୋକ ଅଦାଲତ-୨୦୨୬ରେ କମ୍ ଜରିମାନା ଦେଇ ଚାଲାଣ ସମସ୍ୟାର ସମାଧାନ କରିପାରିବେ ଗାଡ଼ି ଚାଳକ । ସମସ୍ତ ବାକିଥିବା ଚାଲାଣ ଉପରେ ଏହି ନୂଆ ନିୟମ ଓ କୋହଳ ଦର ଲାଗୁ ହେବ । ଯଦି କୌଣସି ଚାଲାଣ ମାମଲା କୋର୍ଟରେ ପେଣ୍ଡିଂ ଥାଏ, ଲୋକ ଅଦାଲତରେ ଅର୍ଥ ଦାଖଲ ପରେ ତାହା ପ୍ରତ୍ୟାହାର ହୋଇଯିବ । ଚାଲାଣ କଟିଥିବା ବ୍ୟକ୍ତି ଅନଲାଇନରେ ଇ-ଚାଲାଣ ପୋର୍ଟାଲ୍ କିମ୍ବା ଲୋକ ଅଦାଲତ ଶିବିରରେ ଟଙ୍କା ପୈଠ କରିପାରିବେ । ଉଭୟ ରାଜ୍ୟ ସରକାର ଓ ନାଲସା (NALSA)ର ନିର୍ଦ୍ଦେଶନାମା ଅନୁଯାୟୀ ଏହି ସେବା ଯୋଗାଇ ଦିଆଯିବ ।

ପୂରା ଦେଶରେ ୩୦ ଲକ୍ଷରୁ ଅଧିକ ଭେହିକଲ୍ ଚେକ୍ ରିପୋର୍ଟ ପେଣ୍ଡିଂ ରହିଛ । ଏଥିରେ ଓଡ଼ିଶାର ଅଛି ପ୍ରାୟ ସାତ ଲକ୍ଷ ମାମଲା । ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ, ମୋଟର ଭେହିକଲ୍ ଆଇନ ଉଲଂଘନ କରିଥିବା ଚାଳକମାନେ କମ୍ ଜରିମାନା ଦେଇ ନିଜର ପେଣ୍ଡିଂ ଚାଲାଣ ମାମଲାର ସମାଧାନ କରିପାରିବେ । କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ଜାତୀୟ ଲୋକ ଅଦାଲତ ସହ ଏହି ବର୍ଷ ଆଉ ତିନୋଟି ଲୋକ ଅଦାଲତ ଆୟୋଜିତ ହେବ । ଟ୍ରାଫିକ୍ ନିୟମ ଉଲଂଘନ କରି କୋର୍ଟ କଚେରୀ ଦୌଡ଼ୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ସାଜିବ ବୋଲି ଆଶା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
50% Relief on Pending E-Challan for Vehicle Owners Under One Time Settlement Scheme | Argus News