Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସବୁଠି ଶୁଭୁଛି ଜୟ ଶ୍ରୀରାମ ନାରା, ଆବିର୍ଭାବ ହେଉଛନ୍ତି ଗରୁଡ଼ ପକ୍ଷୀ

Odisha

ସବୁଠି ଶୁଭୁଛି ଜୟ ଶ୍ରୀରାମ ନାରା, ଆବିର୍ଭାବ ହେଉଛନ୍ତି ଗରୁଡ଼ ପକ୍ଷୀ

Smruti Parija
Browse all articles by Smruti Parija
·2 years ago·1 min read
ସବୁଠି ଶୁଭୁଛି ଜୟ ଶ୍ରୀରାମ ନାରା,  ଆବିର୍ଭାବ ହେଉଛନ୍ତି ଗରୁଡ଼ ପକ୍ଷୀ

ଖୋର୍ଦ୍ଧା: ସାରା ଭାରତବର୍ଷରେ ଆଧ୍ୟାତ୍ମିକତା ପରିବେଶ , ସବୁଠି ଶୁଭୁଛି ଜୟ ଜଗନ୍ନାଥ । ଜୟ ଶ୍ରୀରାମ । ଠିକ୍ ଏତିକି ବେଳେ ହଠାତ୍ ଆବିର୍ଭାବ ହେଉଛନ୍ତି ପ୍ରଭୁ ଗରୁଡ଼ । ଖୋର୍ଦ୍ଧା ଜିଲ୍ଲାର ସୋରଣ ଗ୍ରାମରେ ଏହି ଗରୁଡ଼ ପକ୍ଷୀ ଦେଖିବାକୁ ମିଳିଛି । ସୋରଣ ଗ୍ରାମରେ ରହିଛି ମା' ଭଗବତୀଙ୍କ ମନ୍ଦିର । ଆଉ ଏହି ଭଗବତୀ ମନ୍ଦିର ପାଖରେ ରହିଛି ଏକ ବିରାଟକାୟ ବଟ ବୃକ୍ଷ । 
ସେହି ବଟ ବୃକ୍ଷ ମୂଳରୁ ଗୋଟିଏ ବିରଳ ଗରୁଡ଼ ପକ୍ଷୀକୁ ସ୍ଥାନୀୟ ଲୋକମାନେ ଦେଖିବା ପରେ ଆଉ କେତେକ ଏହି ବିରଳ ଗରୁଡ଼ ପକ୍ଷୀଙ୍କୁ ବଟ ବୃକ୍ଷ ଏବଂ ମନ୍ଦିରର ଦଧିନଉତିରେ ବସା ( ଘର ) କରି  ରହିଥିବା ଦେଖିବାକୁ ମିଳିଛି । 

ଅନ୍ୟପଟେ  ବନବିଭାଗର କହିବା ଅନୁସାରେ ଏହି ବିରଳ ପ୍ରଜାତିର ଗରୁଡ଼ ପକ୍ଷୀକୁ କୁରୁବଳ ପକ୍ଷୀ କୁହାଯାଏ । ଏହି କୁରୁବଳ ପକ୍ଷୀ ବା ଇଂରାଜୀ ନାମ white belid sea eagle ବୋଲି କୁହାଯାଏ । ଏମାନେ ଶିକାର କରିବାରେ ପୁରା ମାହିର୍ ହୋଇଥିବାବେଳେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ଧିରେ ଧିରେ  ହ୍ରାସ ପାଇବାରେ ଲାଗିଛି । ତେଣୁ ଏହିଁ ପକ୍ଷୀଙ୍କର ରକ୍ଷଣା ବେକ୍ଷଣ ନିହାତି ଜରୁରି ହୋଇପଡିଛି ।

କିଛିଦିନ ପୂର୍ବରୁ ବାଲେଶ୍ୱର, ଢେଙ୍କାନାଳ ଆଦି ସ୍ଥାନରୁ ମଧ୍ୟ ଗରୁଡ ପକ୍ଷୀ ଉଦ୍ଧାର କରାଯାଇଥିଲା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Painting
Sponsored
eagle-rescue-from-khurda | Argus News