Eagle on Jagannath temple / ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ। ଶୁଭ ନା ଅଶୁଭ ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ
·6 months ago·2 min read

Key Points
ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ
ଅକ୍ଷୟଦଣ୍ଡର ପତିତପାବନ ବାନା ଉପରେ ବସିଲା ଚିଲ
ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି

ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ। ଆଜି ସକାଳୁ ଆଉ ଏକ ଚିଲ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ଅକ୍ଷୟଦଣ୍ଡର ପତିତପାବନ ବାନା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସିଥିବା ଦେଖିବାକୁ ମିଳିଛି। ଗତକାଲି ମଧ୍ୟ ଏକ ଚିଲ ନୀଳଚକ୍ର ଉପରେ ଉଡିବା ସହ ବସିଥିବା ଦେଖିବାକୁ ମିଳିଥିଲା। ତେବେ ଆଜି ଚିଲଟି କିଛି ସମୟ ଧରି ଉଡିବା ପରେ ଅକ୍ଷୟଦଣ୍ଡରେ ବସିଥିବା ଦେଖିବାକୁ ମିଳିଛି । ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
ପତିତପାବନ ବାନା ଉପରେ ଚିଲ ବସିବା ଘଟଣାକୁ କେତେଜଣ ସେବାୟତ ଏହାକୁ ଅଶୁଭ ସଂକେତ ବୋଲି କହିଛନ୍ତି। ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ। ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଗୃହଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଏହା ଏକ ସାଧାରଣ କଥା ବୋଲି ଅନେକ ବ୍ୟକ୍ତବିଶେଷ ମତ ଦେଇଛନ୍ତି। ତେବେ ପୂର୍ବରୁ ବାରମ୍ବାର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିବା। ବସିବା,ମାନସିକ ବାନା ଛିଡିବା ଏବଂ ଶହଶହ ସଂଖ୍ୟାରେ ଚିଲ ଶ୍ରୀମନ୍ଦିର ଚାରିପଟେ ବୁଲିବା ନଜିର୍ ରହିଛି।
ସୂଚନାଯୋଗ୍ୟ, ଏପରି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ଅନେକ ଥର ଚିଲ ବସିଥିବା ଦେଖିବାକୁ ମିଳିଛି l ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିବା ନଜିର ମଧ୍ୟ ରହିଛି।
ସେହିପରି ଗତ ୧୨ ତାରିଖ ରେ ଛିଡ଼ିଯାଇଥିଲା ଶ୍ରୀମନ୍ଦିର ପତିତପାବନ ବାନା । ଯାହାକୁ ନେଇ ମଧ୍ୟ ଶୁଭ, ଆଶୁଭ ଚର୍ଚ୍ଚା ଜୋର ଧରିଥିଲା । ବାନା ପରିବର୍ତ୍ତନ ସମୟରେ ଦେଖିବାକୁ ମିଳିଥିଲା ବ୍ୟତିକ୍ରମ । ଚୁନାରା ସେବକ ଅକ୍ଷୟ ଦଣ୍ଡରେ ପତିପାବନ ବାନା ସଂଯୋଗ କରିବା ପରେ, ମାନସିକ ବାନା ଗୁଡ଼ିକୁ ପ୍ରତି ଥର ଭଳି ତଳକୁ ତଳ ବାନ୍ଧିଥିଲେ ଏବଂ ତଳକୁ ଓହ୍ଲାଇ ଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ଏଭଳି ସଂକେତକୁ ନେଇ ବିଶ୍ଳେଷଣ କରିଥିଲେ । କହିଥିଲେ ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତିରେ ପୂର୍ଣ୍ଣଛେଦ ପଡ଼ିବାର ସଂକେତ ଦେଇଥାଇ ପାରନ୍ତି ମହାପ୍ରଭୁ । ପୂର୍ବରୁ ଏଭଳି ଅନେକ କିମ୍ବଦନ୍ତୀ ରହିଥିବା ମଧ୍ୟ ଦାବି କରିଥିଲେ । ପତିତପାବନ ବାନା ସଂକେତର ପ୍ରତୀକ । ବିଭିନ୍ନ ସମୟରେ ବାନା ଜରିଆରେ ଭଲମନ୍ଦ ବିଚାରର ସଂକେତ ଦେଇଥାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ।
ଏଥିସହ ପଢ଼ନ୍ତୁ: ଶ୍ରୀମନ୍ଦିର ନୀଳଚକ୍ର ଉପରେ ଶହଶହ ଚିଲ: ଲାଗି ରହିବ କି ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ?

Related Topics
Explore more stories