Jagannath Temple / ଶ୍ରୀମନ୍ଦିର ନୀଳଚକ୍ର ଉପରେ ଶହଶହ ଚିଲ: ଲାଗି ରହିବ କି ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ?

Key Points
ଶ୍ରୀମନ୍ଦିର ନୀଳଚକ୍ର ଉପରେ ଶହଶହ ଚିଲ ।
ଲାଗି ରହିବ କି ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ?
ଏବେ କିଛିଦିନ ହେବ ଲଗାତର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସୁଥିବା ଦେଖିବାକୁ ମିଳୁଛି । ଗତ ୭ ତାରିଖରେ ମଧ୍ୟ ଶ୍ରୀମନ୍ଦିର ପତିତପାବନ ବାନା ଉପରେ ଏକ ଚିଲ କିଛି ସମୟ ଧରି ବସିବା ପରେ ଉଡିଯାଇଥିଲା । ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ମାଡି ଆସୁଛି କି ମହାବିପଦ ? ଲାଗି ରହିବ କି ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ? ଧ୍ୱଂସ ହୋଇଯିବ କି ପୃଥିବୀ ? ଏଭଳି କିଛି ଚର୍ଚ୍ଚା ଏବେ ଜୋର୍ ଧରିଛି ।
କେତେଜଣ ସେବାୟତ ଏହାକୁ ମହାପ୍ରଭୁଙ୍କ ବଡ଼ ସଂକେତ ବୋଲି କହିଛନ୍ତି । ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ । ଭୂମିକମ୍ପ, ଭୂ-ସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଗୃହଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ସେମାନେ କହିଛନ୍ତି ।
ଅନ୍ୟପକ୍ଷରେ ଏହା ଏକ ସାଧାରଣ ଘଟଣା ବୋଲି ମଧ୍ୟ ମତ ପ୍ରକାଶ ପାଇଛି । ତେବେ ଶ୍ରୀମନ୍ଦିରରେ ଏପରି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଚିଲ ବସିଥିବା ଦେଖିବାକୁ ମିଳିଛି l ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିବା ନଜିର ମଧ୍ୟ ରହିଛି ।
ଏଥିସହ ପଢ଼ନ୍ତୁ: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ନୀଳଚକ୍ରରୁ ଛିଣ୍ଡିଗଲା ବାନା….ଶୁଭୁଛି ତ୍ରାହି ତ୍ରାହି
ସେହିପରି ଗତ ୧୨ ତାରିଖ ରେ ଛିଡ଼ିଯାଇଥିଲା ଶ୍ରୀମନ୍ଦିର ପତିତପାବନ ବାନା । ଯାହାକୁ ନେଇ ମଧ୍ୟ ଶୁଭ, ଆଶୁଭ ଚର୍ଚ୍ଚା ଜୋର ଧରିଥିଲା । ବାନା ପରିବର୍ତ୍ତନ ସମୟରେ ଦେଖିବାକୁ ମିଳିଥିଲା ବ୍ୟତିକ୍ରମ । ଚୁନାରା ସେବକ ଅକ୍ଷୟ ଦଣ୍ଡରେ ପତିପାବନ ବାନା ସଂଯୋଗ କରିବା ପରେ, ମାନସିକ ବାନା ଗୁଡ଼ିକୁ ପ୍ରତି ଥର ଭଳି ତଳକୁ ତଳ ବାନ୍ଧିଥିଲେ । ଏବଂ ତଳକୁ ଓହ୍ଲାଇ ଥିଲେ ।
ହଠାତ୍ ଦେଖିଲେ ଅଧାରୁ ଛିଡିଗଲା ମାନସିକ ବାନା ସମୂହ । ଆଶ୍ଚର୍ଯ୍ୟ ହେଇଥିଲେ ଚୁନାରା ସେବାୟତ । ସ୍ତବ୍ଧ ହୋଇଥିଲେ ଭକ୍ତ ଓ ଶ୍ରଦ୍ଧାଳୁ । ତାପରେ ଚାଲିଥିଲା ଚର୍ଚ୍ଚା । ଶୁଭ ନା ଅଶୁଭ । ଅନେକ ସମୟ ଧରି ଚିଲ ବସି ଉଡ଼ିଯିବା ପରେ ଏଭଳି ଏକ ଘଟଣା ଘଟିବାକୁ କେହି ସହଜରେ ବିଶ୍ୱାସ କରି ପାରୁ ନଥିଲେ ।
ସପ୍ତାହ କ ମଧ୍ୟରେ ଦୁଇରୁ ତିନି ଥର ଚିଲ ଆସି ନୀଳଚକ୍ର ଉପରେ ବସିବାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ପୁଣି ଏଭଳି ଏକ ଘଟଣା, କଣ ସଙ୍କେତ ଦେଇପାରେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା । ଏ ଘଟଣା ଘଟିଯିବା ପରେ ପୁଣି ହୋଇଥିଲା ବଡ ମହାସ୍ନାନ । ବେହରଣ ଦ୍ଵାର ନିକଟରେ ବାନ୍ତି ପଡ଼ିବାରୁ ମହାସ୍ନାନ ହୋଇ ପ୍ରାୟ ଦେଢ଼ ଘଣ୍ଟା ଦର୍ଶନ ବନ୍ଦ୍ ରହିଥିଲା ।
ସେପଟେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ଏଭଳି ସଂକେତକୁ ନେଇ ବିଶ୍ଳେଷଣ କରିଥିଲେ । କହିଥିଲେ ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତିରେ ପୂର୍ଣ୍ଣଛେଦ ପଡ଼ିବାର ସଂକେତ ଦେଇଥାଇ ପାରନ୍ତି ମହାପ୍ରଭୁ । ପୂର୍ବରୁ ଏଭଳି ଅନେକ କିମ୍ବଦନ୍ତୀ ରହିଥିବା ମଧ୍ୟ ଦାବି କରିଥିଲେ । କହିଥିଲେ ପତିତପାବନ ବାନା ସଂକେତର ପ୍ରତୀକ । ବିଭିନ୍ନ ସମୟରେ ବାନା ଜରିଆରେ ଭଲମନ୍ଦ ବିଚାରର ସଂକେତ ଦେଇଥାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ।
କେତେବେଳେ ନିଳଚକ୍ର ଉପରେ ଚିଲ ବସିଥାଏ, ଆଉ କେତେବେଳେ ଅକ୍ଷୟ ଦଣ୍ଡ ଭାଙ୍ଗିଯାଏ, କେତେବେଳେ ବାନା ଉଡ଼ିଯାଏ ତ ଆଉ କେତେବେଳେ ଶୂନ୍ୟ ଗଣ୍ଠି ପଡ଼ିଯାଏ । ଯେହେତୁ ମାଳାକୃତ ପତାକା ଛିଡ଼ିଗଲା ଅର୍ଥାତ୍ ଦୁଇଭାଗ ହୋଇଗଲା । ଏଣୁ ଯୁଦ୍ଧ ପରିସ୍ଥିତି ଟଳିବାର ସଂକେତ ମହପ୍ରଭୁ ଦେଇଛନ୍ତି ବୋଲି ଗବେଷକ ମତ ରଖିଥିଲେ ।
ପଢନ୍ତୁ ଏହି ଖବର: ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ପଡ଼ିବନି ପତ୍ର ,ପାଣି ବୋତଲ, ଆସିବ SOP
📱 Get Argus News App
✨Related Topics
Explore more stories