Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହିଳାଙ୍କୁ ନ୍ୟାୟ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜା ସିଂହଦେଓଙ୍କ ପ୍ରଶ୍ନ

Manini Pattanayak
Browse all articles by Manini Pattanayak
·2 years ago·2 min read
ମହିଳାଙ୍କୁ ନ୍ୟାୟ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜା ସିଂହଦେଓଙ୍କ ପ୍ରଶ୍ନ

ଭୁବନେଶ୍ୱର:  ନିର୍ବାଚନ ସମୟରେ ନ୍ୟାୟ ପାଇଁ ରାଜାଘର ବୋହୂର ନିବେଦନ । ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗରେ ପୂର୍ବରୁ ଡେରାଡୁନ ପୋଲିସ ପାଖରେ ଅଭିଯୋଗ କରିଥିଲେ ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂହଦେଓ । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ଅଦ୍ରିଜାଙ୍କ ସିଧା ପ୍ରଶ୍ନ । ମୋ ନିର୍ଯାତନା ଜାଣି କିଭଳି ପରିବାରକୁ ଟିକେଟ ଦେଲେ ବୋଲି ପ୍ରଶ୍ନ କରିଛନ୍ତି  ଅଦ୍ରିଜା ।  ବିଜେଡିର ପୂର୍ବତନ ନେତା ତଥା ପୂର୍ବତନ ମନ୍ତ୍ରୀ ଥିବା ରଘୁ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ତାଙ୍କ ବୋହୂ ବର୍ଷା ସୋନୀ । ଅଭିଯୋଗ ପରେ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ ରଘୁ ମହାନ୍ତି । ସେତେବେଳେ ଅଭିଯୋଗ ମାତ୍ରେ ଆକ୍ସନ ନେଉଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏବେ ଦଳରେ କଣ ଚାଲୁଛି ସେ ଖବର ଅଛି ତ ମୁଖ୍ୟମନ୍ତ୍ରୀଙ୍କ ପାଖରେ । ମହିଳାଙ୍କୁ ନ୍ୟାୟ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜା ସିଂହଦେଓ ପ୍ରେସମିଟ୍ କରି ପ୍ରଶ୍ନ କରିଛନ୍ତି ।

ରାଜ ପରିବାରର ବୋହୂ ଅଦ୍ରିଜା । ଅର୍କେଶ ସିଂଦେଓଙ୍କ ପତ୍ନୀ । ପୂର୍ବରୁ ଅଦ୍ରିଜା ନିଜ ସ୍ବାମୀ ଅର୍କେଶ ନାରାୟଣ ସିଂଦେଓ, ଶ୍ବଶୁର ଅନଙ୍ଗ ଉଦୟ ସିଂଦେଓ, ଶାଶୁ ଓ ଦେଢଶୂର କଳିକେଶ ସିଂହଦେଓଙ୍କ ନାଁରେ ଯୌତୁକ ନିର୍ଯାତନା ଓ ମାରପିଟ୍‌ ନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ବିଜେଡିର ହେଭିୱେଟ୍ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁଣ୍ଠାବୋଧ କରୁଥିଲା ପୋଲିସ । ଏବେ ପ୍ରଥମ ଥର ପାଇଁ ପ୍ରେସମିଟ୍ କରିଛନ୍ତି ଅଦ୍ରିଜା ।  ସେ କହିଛନ୍ତି, ମୁଁ କୌଣସି ଦଳ ପାଇଁ ଆସିନି, ମୋତେ ନ୍ୟାୟ ମିଳୁ । ଯଦି ମୋତେ ନ୍ୟାୟ ମିଳୁନି, ଅନ୍ୟମାନଙ୍କ ଅବସ୍ଥା କ'ଣ ଥିବ ବୋଲି ସେ କହିଛନ୍ତି । ବାଲାଙ୍ଗିର ବୁଲି ନିଜ ନିର୍ଯାତନା କାହାଣୀ ଲୋକମାନଙ୍କୁ କହିବେ ବୋଲି କହିଛନ୍ତି ଅଦ୍ରିଜା ମଞ୍ଜରୀ । ମୁଖ୍ୟମନ୍ତ୍ରୀଙ୍କ ହାତରେ ନାହିଁ କି ଆଉ ବିଜେଡି କଣ୍ଟ୍ରୋଲ । ମହିଳା ସମ୍ମାନ କଥା କହୁଥିବା ବିଜେଡିରେ ଏ କି ପ୍ରକାର ବିଚାର । ଯାହାକୁ ନେଇ ବିରୋଧୀ ବିଭିନ୍ନ ସମୟରେ ପ୍ରଶ୍ନ ଉଠାଇଥିବା ବେଳେ, ମୁଖ୍ୟମନ୍ତ୍ରୀ ଭିଡିଓରେ ଆଉ ଗୁମାସ୍ତା ହାତରେ ରିମୋର୍ଟ ବୋଲି ଯାହା କୁହାଯାଉଥିଲା, ତାହା ଏବେ ସତ ହେବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Earlier, action was taken against the leader, But now the accused is getting a ticket | Argus News