Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

School Closed / ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା

Rashmita Mishra
Browse all articles by Rashmita Mishra
·2 months ago·2 min read
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା
School Closed

Key Points

ଆଜିଠୁ ରାଜ୍ୟର ସବୁ ସ୍କୁଲ ବନ୍ଦ...
ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଦକ୍ଷେପ ।
ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ ଅସହ୍ୟ ଗରମ ଏବଂ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ସକାଳ ୮ ଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଯାହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟିକୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ଖରା ଦିନ ଛୁଟିକୁ ବଡ଼ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠାରୁ ସ୍କୁଲ ଛୁଟି ଘୋଷଣା । ଏପ୍ରିଲ ୨୭ରୁ ଜୁନ ୧୭ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟର ସମସ୍ତ ଅଙ୍ଗନବାଡି ଠାରୁ ଆରମ୍ଭ କରି ଯୁକ୍ତ ଦୁଇ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ କଲେଜ ବନ୍ଦ ରହିବ ।

ଏହି ସମୟରେ କୌଣସି ଶିକ୍ଷାନୁଷ୍ଠାନ ଖୋଲା ରଖିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଜନଗଣନା ଭଳି ସରକାରୀ କାର୍ଯ୍ୟ ଥିବାରୁ ଶିକ୍ଷକ ମାନେ ନିଜ ନିଜ ସୁରକ୍ଷା ଜନିତ ସତର୍କତା ମୂଳକ ପଦକ୍ଷେପ ନେଇ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନବରଙ୍ଗପୁର ଗସ୍ତ ସମୟରେ ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଏଥସହ ପଢ଼ନ୍ତୁ: ଶିମିଳିପାଳ ଇତିହାସରେ ପ୍ରଥମ, ୧୫ ଶହ କିମି ଚାଲିଆସିଲା ମହାବଳ ବାଘ 

ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବାକୁ ନେଇ ସମସ୍ୟା ଦେଖାଦେଉଛି । ଅସହ୍ୟ ଗରମ ସାଙ୍ଗକୁ ଟାଇଁଟାଇଁ ଖରା ଜନଜୀବନ ଅସ୍ତବ୍ୟସ୍ତ କରିଦେଉଛି । ତେବେ ସ୍କୁଲ ଛୁଟିକୁ ରାଜ୍ୟ ସରକାର ବଡ଼ ଘୋଷଣା କରିସାରିଛନ୍ତି । ଆଜିଠୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି ।

ଏହି ପରିପ୍ରେକ୍ଷୀରେ, ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଏବଂ ବିଷୟ ଭିତ୍ତିକ ଆସାଇନମେଣ୍ଟ ସିଟ୍ ଡିଜାଇନ୍ କରାଯାଇଛି। ଯାହା ଗ୍ରୀଷ୍ମ ଛୁଟିରେ ଅଭ୍ୟାସ କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବ ।

ତେବେ ଖରା ଛୁଟିରେ ହ୍ବାଟ୍ସଆପ୍‌ରେ ହେବ ପାଠ ପଢ଼ା। ହ୍ୱାଟ୍ସଆପ୍‌ ଜରିଆରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ। ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇଛି ଶିକ୍ଷା ବିଭାଗ । ଏଥିପାଇଁ କ୍ଲାସ ଅନୁଯାୟୀ ହ୍ବାଟ୍ସଆପ୍‌ ଗ୍ରୁପ ବି କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
School Closed | Early Summer Vacation Announced Due to Heatwave | Argus News