Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶିମିଳିପାଳ ଇତିହାସରେ ପ୍ରଥମ, ୧୫ ଶହ କିମି ଚାଲିଆସିଲା ମହାବଳ ବାଘ

Odisha

Similipal Tiger Reserve / ଶିମିଳିପାଳ ଇତିହାସରେ ପ୍ରଥମ, ୧୫ ଶହ କିମି ଚାଲିଆସିଲା ମହାବଳ ବାଘ

Santosh Kumar Sahoo
Browse all articles by Santosh Kumar Sahoo
·3 days ago·2 min read
ଶିମିଳିପାଳ ଇତିହାସରେ ପ୍ରଥମ, ୧୫ ଶହ କିମି ଚାଲିଆସିଲା ମହାବଳ ବାଘ
Tiger

Key Points

୧୫ଶହ କିମି ଚାଲିଆସିଲା ମହାବଳ ବାଘ
ଛତିଶଗଡ଼ରୁ ସୁନ୍ଦରଗଡ଼ ଦେଇ ପହଞ୍ଚିଲା ଶିମିଳିପାଳରେ
ମହାରାଷ୍ଟ୍ରର ବିଦର୍ଭରୁ ମହାବଳ ଆସିଥିବା ଅନୁମାନ
ଶିମିଳିପାଳ ଇତିହାସରେ ପ୍ରଥମ । ବାଘ ଗଣତି ବେଳେ ଚମକାଇ ଦେଲା ଭିଡିଓ । ୧୫ ଶହ କିମି ଚାଲିଆସିଲା ମହାବଳ ବାଘ । ଛତିଶଗଡ଼ରୁ ସୁନ୍ଦରଗଡ଼ ଦେଇ ପହଂଚିଲା ଶିମିଳିପାଳରେ । ମହାରାଷ୍ଟ୍ରର ବିଦର୍ଭରୁ ମହାବଳ ଆସିଥିବା ଅନୁମାନ । କ୍ୟାମେରା ଟ୍ରାପରେ ବାଘର ଉପସ୍ଥିତିକୁ କରାଗଲା ଚିହ୍ନଟ ।

ଏବେ ଶିମିଳିପାଳରେ ନୂଆ ଅତିଥି ମହାରାଷ୍ଟ୍ରରୁ ଆସିଥିବା ମହାବଳ ବାଘ । ପ୍ରାୟ ୧୫ ଶହ କିମି ଅତିକ୍ରମ କରି ଶିମିଳିପାଳରେ ପହଞ୍ଚିଲା ମହାବଳ । ବାଘ ଗଣତି ପାଇଁ ଲାଗିଥିବା ସିସିଟିଭି ଫୁଟେଜରୁ ସାମନ୍ନାକୁ ଆସିଲା ତଥ୍ୟ । ଏହି ଅଣ୍ଡିରା ମହାବଳ ବାଘଟିର ବୟସ ପାଖାପାଖି ୪ରୁ ୫ ବର୍ଷ ହୋଇଥିବା ଅନୁମାନ । ବାଘଟି ବର୍ତ୍ତମାନ ଶିମିଳିପାଳର କୋର୍ ଏରିଆ ବା ମୁଖ୍ୟ ଜଙ୍ଗଲ ମଧ୍ୟରେ ରହିଛି । ତା’ ଉପରେ କଡ଼ା ନଜର ରଖିଛି ବନ୍ୟପ୍ରାଣୀ ବିଭାଗ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି, ବାହାରୁ ବାଘ ଆସିବା ଘଟଣାଟି ସତ୍ୟ । ଅଗଷ୍ଟ-ସେପ୍ଟେମ୍ବର ମାସରେ ଛତିଶଗଡ଼ ପଟୁ ସୁନ୍ଦରଗଡ଼, ବଣାଇ ଦେଇ ଓଡ଼ିଶାରେ ପ୍ରବେଶ କରିଥିଲା । ପରେ ଏହା ଦେବଗଡ଼, ଢେଙ୍କାନାଳ ଓ କାମାକ୍ଷାନଗର ଜଙ୍ଗଲ ଦେଇ ଡିସେମ୍ବର-ଜାନୁଆରୀ ମାସରେ ଶିମିଳିପାଳରେ ପହଞ୍ଚିଥିଲା । ତେବେ ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି, ଏହା ଅତ୍ୟନ୍ତ ଶୁଭ ସଙ୍କେତ ।

ଅଧିକ ପଢ଼ନ୍ତୁ: ଶ୍ରୀକ୍ଷେତ୍ରରେ ବିଷ ପାଲଟିଛି 'ତୀର୍ଥ ଜଳ', ପୁଣ୍ୟ ପରିବର୍ତ୍ତେ ରୋଗ ବାଣ୍ଟୁଛି ତୀର୍ଥ ପୁଷ୍କରିଣୀ


ସେପଟେ ପୂର୍ବତନ ମୁଖ୍ୟ NTCA କହିଛନ୍ତି, ବାଘ ଆସିବା ଓଡ଼ିଶା ଶୁଭଙ୍କର । କିନ୍ତୁ ଯେଉଁ ରୁଟ୍ ଦେଇ ବାଘ ଆସିଛି ତାକୁ ଖୋଜି ବାହାର କରିବାକୁ ପଡ଼ିବ । ଅନ୍ୟପଟେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ କହିଛନ୍ତି, ଶିମିଳିପାଳ ଇତିହାସରେ ଏହା ପ୍ରଥମ । ଏହି ବାଘଟି ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରୁ ଆସିଥାଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ ନଭେମ୍ବର ୨୦୨୩ରେ ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଏକ ବାଘ ପ୍ରାୟ ୨ ହଜାର କିଲୋମିଟର ଚାଲି ଚାଲି ଓଡ଼ିଶାର ଜଙ୍ଗଲରେ ପହଞ୍ଚିଥିଲା । ପୂର୍ବରୁ ଶିମିଳିପାଳକୁ ମହାରାଷ୍ଟ୍ରରୁ 'ଜିନତ୍' ଏବଂ 'ଯମୁନା' ନାମକ ଦୁଇଟି ବାଘୁଣୀଙ୍କୁ ସରକାରୀ ସ୍ତରରେ ଅଣାଯାଇଥିଲା । କିନ୍ତୁ ଏଥର ବାଘଟି ନିଜେ ସୀମା ଅତିକ୍ରମ କରି ପହଞ୍ଚିଛି । ବାଘଟିର ଏହି ଯାତ୍ରା ପ୍ରମାଣ କରୁଛି ଯେ ବିଭିନ୍ନ ରାଜ୍ୟର ଜଙ୍ଗଲଗୁଡ଼ିକ ମଧ୍ୟରେ ଏବେ ବି ପ୍ରାକୃତିକ ସଂଯୋଗ ରହିଛି, ଯାହା ପରିବେଶ ପାଇଁ ଅତ୍ୟନ୍ତ ଭଲ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
First in Similipal History: Tiger Travels 1500 Km from Maharashtra | Argus News