Special Darshan Facility / ଏଣିକି ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତଙ୍କ ପାଇଁ ସହଜ ହେବ ଜଗା ଦର୍ଶନ, ଉତ୍ତର ଦ୍ବାରରେ ହେଲା ଏହି ବ୍ୟବସ୍ଥା
·1 hour ago·2 min read

Key Points
ଦିବ୍ୟାଙ୍ଗ ଓ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା
ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା
ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ରାମ୍ପ୍ ଓ ରେଲିଂ ବ୍ୟବସ୍ଥା ହୋଇଛି
ଦର୍ଶନରେ ସହଯୋଗ ପାଇଁ ନିୟୋଜିତ ହେବେ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ
ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ମଧ୍ୟ ହ୍ବିଲ ଚେୟାର ଓ ରାମ୍ପ୍ ବ୍ୟବସ୍ଥା

ପୁରୀ ୧।୧୦: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତମାନଙ୍କ ସୁଗମ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜନ କରାଯାଉଛି । ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଗୁମୁଟ ଠାରୁ କୂର୍ମ ବେଢ଼ା ପର୍ଯ୍ୟନ୍ତ ରାମ୍ପ୍ ଏବଂ ରେଲିଂ ନିର୍ମାଣ ଇତିମଧ୍ଯରେ ସରିଛି । ଏହାସହ ଦିବ୍ୟାଙ୍ଗ ଏବଂ ବୟସାଧିକ୍ୟ ଶ୍ରଦ୍ଧାଳୁଙ୍କୁ ସହଯୋଗ କରିବା ପାଇଁ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟରେ ନିୟୋଜିତ ହେବେ । ସ୍ୱେଚ୍ଛାସେବୀ ମାନେ ଶ୍ରଦ୍ଧାଳୁଙ୍କୁ ନାଟମଣ୍ଡପ କିମ୍ବା ଜଗମୋହନ ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ କରିବେ । ଏହି ସୁବିଧା ପାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ଅନଲାଇନ୍ ତଥା ମୋବାଇଲ୍ ଆପ୍ଲିକେସନ୍ ପ୍ରସ୍ତୁତ କରୁଛନ୍ତି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇଛନ୍ତି ।
ପ୍ରାରମ୍ଭିକ ପରୀକ୍ଷାମୂଳକ ପର୍ଯ୍ୟାୟରେ ଅନଲାଇନ୍ ତଥା ମୋବାଇଲ ଆପ୍ଲିକେସନ୍ ଜରିଆରେ ବର୍ତ୍ତମାନ ପାଇଁ ଦୈନିକ ୫୦ ଜଣ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତ ଏହି ସୁବିଧା ପାଇପାରିବେ । ଏଥିପାଇଁ ଭାରତୀୟ ରେଡ୍କ୍ରସ୍ ସୋସାଇଟି ଏବଂ ସେଣ୍ଟ ଜନ୍ ଆମ୍ବୁଲାନ୍ସ ସ୍ବେଚ୍ଛାସେବୀ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ବୋଲି ଓଡ଼ିଶାର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବୈଠକରେ ଆଲୋଚନା ହୋଇଛି । ଏଣୁ ଆବଶ୍ୟକୀୟ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ଯୋଗାଇବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ୍ ସୋସାଇଟି ଅଧ୍ଯକ୍ଷଙ୍କୁ ଲିଖିତ ପତ୍ର ମାଧ୍ୟମରେ ଜଣାଇଛନ୍ତି।
ପଢନ୍ତୁ ଏହି ଖବର: ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର, ଆସନ୍ତା ୩୦ ତାରିଖରୁ ଖୋଲିବ ଗୁଣ୍ଡିଚା ମନ୍ଦିର
ଶ୍ରୀମନ୍ଦିରରେ ଦର୍ଶନ ସମୟରେ ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତଙ୍କୁ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଥିବାରୁ ଭକ୍ତମାନଙ୍କ ପାଇଁ ଏହା ସହାୟକ ହେବ। ନୂଆ ବ୍ୟବସ୍ଥା ଦ୍ୱାରା ବିଶେଷକରି ଚାଲିବାରେ ସମସ୍ୟା ଥିବା ଭକ୍ତମାନେ ଅଧିକ ସୁବିଧାରେ ଦର୍ଶନ କରିପାରିବେ। ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଯେଭଳି ସୁରୁଖୁରୁରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିପାରିବେ, ତାହା ଶ୍ରୀମନ୍ଦିର ପ୍ରଶାସନର ପ୍ରାଥମିକତା ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିଭଳି ଗତକାଲି ଶୁଭ ମୁହୂର୍ତ୍ତରେ ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଅଛି । ଭକ୍ତମାନଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ସେଠାରେ ମଧ୍ୟ ଦିବ୍ୟାଙ୍ଗ ଏବଂ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ନିଃଶୁଳ୍କ ଦର୍ଶନ ସହ ହ୍ବିଲ୍ ଚେୟାର, ସ୍ୱେଚ୍ଛାସେବୀ ଓ ନାଟମଣ୍ଡପରେ ରାମ୍ପ ଇତ୍ୟାଦି ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି ।
Related Topics
Explore more stories