Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୋଟ୍ ପୂର୍ବରୁ ସିଏମଓ ଉପରେ ନିର୍ବାଚନ କମିଶନଙ୍କ ବଡ଼ ପ୍ରହାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଭୋଟ୍ ପୂର୍ବରୁ ସିଏମଓ ଉପରେ ନିର୍ବାଚନ କମିଶନଙ୍କ ବଡ଼ ପ୍ରହାର

ଅର୍ଗସ ବ୍ୟୁରୋ:  ଚତୁର୍ଥ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ସିଏମଓ ଉପରେ ନିର୍ବାଚନ କମିଶନଙ୍କ ବଡ଼ ପ୍ରହାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଡି.ଏସ୍. କୁଟ୍ଟେ ସସପେଣ୍ଡ । ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ ଅଭିଯୋଗରେ ନିଲମ୍ବନ କଲେ ଜାତୀୟ ନିର୍ବାଚନ କମିଶନ । ଆଜି ଅପରାହ୍ନ 3ଟା ସୁଦ୍ଧା ନୂଆଦିଲ୍ଲୀସ୍ଥିତ ଆବାସିକ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ । ସେପଟେ ବରିଷ୍ଠ IPS ଅଫିସର ଆଶିଷ ସିଂଙ୍କର ହେବ ମେଡିକାଲ ଟେଷ୍ଟ । ମେଡିକାଲ ଲିଭ୍‌ରେ ଥାଇ ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ନେଇ ସଂଗୀନ ଅଭିଯୋଗ ।

ଏହି ଘଟଣାକୁ ନିନ୍ଦା କରିଛନ୍ତି କଟକ ବିଜେପି ସାଂସଦ ପ୍ରାର୍ଥୀ  ଭର୍ତ୍ତୃହରି ମହତାବ। ଏଭଳି ଘଟଣା ଅତି ଗୁରୁତର କଥା। ଯେଉଁ ସରକାରୀ ଅଧିକାରୀ ମାନେ କ୍ଷମତା ର ଅପବ୍ୟବହାର କରିଛନ୍ତି ସେମାନେ କେହି ବର୍ତ୍ତିବେ ନାହିଁ। ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି  ଭର୍ତ୍ତୃହରି । ସେଭଳି ପାଣ୍ଡିଆନଙ୍କୁ କାଉଣ୍ଟର କରି କହିଛନ୍ତି ଯିଏ ଯେଉଁ ପ୍ରକୃତିର ସେ ସେଇ ପ୍ରକୃତିର ଲୋକକୁ ସମର୍ଥନ କରେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
EC suspends senior IPS officer serving as special secretary in Odisha CM’s Office | Argus News