Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ECI / ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ECI ଜ୍ଞାନେଶ କୁମାର

Rashmita Mishra
Browse all articles by Rashmita Mishra
·6 months ago·2 min read
୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ECI ଜ୍ଞାନେଶ କୁମାର
ECI

Key Points

ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କ ଓଡ଼ିଶା ଗସ୍ତ
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ECI
ଆଜି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ECI ... ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଓଡ଼ିଶା ଗସ୍ତ । ଭାରତର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଆଜି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ପରେ  ସେଠାରୁ କୋଣାର୍କ ଗସ୍ତ କରିବେ । ଆସନ୍ତାକାଲି ସେ ରଘୁରାଜପୁର, ଧଉଳି ଶାନ୍ତି ସ୍ତୂପ, ଖଣ୍ଡଗିରି, ଉଦୟଗିରି ଓ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଶନିବାର ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ । ବିମାନ ବନ୍ଦରରୁ ସିଧାସଳଖ ସେ ପୁରୀ ଅଭିମୁଖେ ଗସ୍ତ କରିବେ । ଅପରାହ୍ନ ୧୧ ଟା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ପହଁଚିବେ । ମହାପ୍ରଭୁଙ୍କ ଦର୍ଶନ ପରେ ସେ କୋଣାର୍କ ଗସ୍ତ କରିବେ । ଅପରାହ୍ନ ୩ ଟା ସମୟରେ କୋଣାର୍କରେ ପହଁଚିବେ । ଶନିବାର ରାତିରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଟିମ କୋଣାର୍କରେ ରାତ୍ରି ଯାପନ କରିବେ । ଡିସେମ୍ବର ୨୮ ତାରିଖ ଅର୍ଥାତ ରବିବାର ଦିନ ପୂର୍ବାହ୍ନ ୯. ୪୫ ମିନିଟରେ ସେ ପୁରୀର ରଘୁରାଜପୁର, ମଧ୍ୟାହ୍ନରେ ଭୁବନେଶ୍ୱରର ଧଉଳି ଶାନ୍ତି ସ୍ତୂପ ପରିଭ୍ରମଣ କରିବେ ।

ଏଥିସହ ପଢ଼ନ୍ତୁ: କୃଷକ ପଞ୍ଜିକରଣ ଓ ଡିଜିଟାଲ ଫସଲ ସର୍ଭେରେ ସଫଳତା, କେନ୍ଦ୍ରରୁ ଓଡ଼ିଶାକୁ ୧୫୫ କୋଟିର ସ୍ୱତନ୍ତ୍ର ସହାୟତା

ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରି ଫେରିବା ପରେ ଭୁବନେଶ୍ୱରରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ମଧ୍ୟାହ୍ନ ଭୋଜନ ପରେ ମୁଖ୍ୟ ନିର୍ବାଚନ କମିଶନଙ୍କ ଟିମ ଖଣ୍ଡଗିରି, ଉଦୟଗିରି ପରିଦର୍ଶନରେ ଯିବ । ସେହିପରି ସନ୍ଧ୍ୟାରେ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ମୁଖ୍ୟ ନିର୍ବାଚନ କମିଶନର ଡିସେମ୍ବର ୨୯ ତାରିଖ ପୂର୍ବାହ୍ନରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୩ ଟା ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ବୈଠକ ଆୟୋଜନ ହେଉଛି । ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଅଧ୍ୟକ୍ଷତା କରିବେ । ବୁଥ୍ ସ୍ତରୀୟ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ କମିଶନର ସମ୍ବୋଧନ କରିବେ । ସେହିଦିନ ରାତିରେ ମୁଖ୍ୟ ନିର୍ବାଚନ କମିଶନର ଓ ଟିମ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ECI | ECI Gyanesh Kumar Arrives in Odisha on Three-Day Visit | Argus News