Digital Agriculture / କୃଷକ ପଞ୍ଜିକରଣ ଓ ଡିଜିଟାଲ ଫସଲ ସର୍ଭେରେ ସଫଳତା, କେନ୍ଦ୍ରରୁ ଓଡ଼ିଶାକୁ ୧୫୫ କୋଟିର ସ୍ୱତନ୍ତ୍ର ସହାୟତା
·6 months ago·3 min read

Key Points
ଚାଷୀଙ୍କ ପାଇଁ ଖୁସି ଖବର
ଡିଜିଟାଲ କୃଷିରେ ଓଡ଼ିଶା ଆଗୁଆ
କେନ୍ଦ୍ରରୁ ୧୫୫ କୋଟିର ସ୍ୱତନ୍ତ୍ର ସହାୟତା
ଡିଜିଟାଲ କୃଷିରେ ଓଡ଼ିଶା ଆଗୁଆ
କେନ୍ଦ୍ରରୁ ୧୫୫ କୋଟିର ସ୍ୱତନ୍ତ୍ର ସହାୟତା
ଡିଜିଟାଲ କୃଷି ଯାତ୍ରାରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତ ସରକାର ଓଡ଼ିଶାକୁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସଫଳତା ଓଡ଼ିଶାର କୃଷି ଯାତ୍ରା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଭାରତ ସରକାର ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା (SCA) ଅଧୀନରେ ଓଡ଼ିଶାର ପ୍ରସ୍ତାବଗୁଡ଼ିକୁ ଆନୁଷ୍ଠାନିକ ଭାବରେ ମୂଲ୍ୟାଙ୍କନ ଏବଂ ଅନୁମୋଦନ କରିଛନ୍ତି । ଏହି ଅନୁମୋଦନ ଅଧୀନରେ ଏକ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ପଦକ୍ଷେପ - ଏଗ୍ରିଷ୍ଟାକ୍ (AgriStack) ର ଉଭୟ କ୍ଷେତ୍ରରେ ରାଜ୍ୟ କୃଷି ପାଇଁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି । କୃଷକ ପଞ୍ଜିକରଣର ପ୍ରଥମ ମାଇଲଖୁଣ୍ଟ ହାସଲ ପାଇଁ ୫୫.୪୮ କୋଟି ଟଙ୍କା ଏବଂ ଡିଜିଟାଲ ଫସଲ ସର୍ଭେର ସଫଳ କାର୍ଯ୍ୟାନ୍ୱୟନ ପାଇଁ ୧୦୦ କୋଟି ଟଙ୍କା ପ୍ରୋତ୍ସାହନ ପାଇଁ ଘୋଷଣା କରାଯାଇଛି । ଏହି ସ୍ୱୀକୃତି ଜାତୀୟ ମାନଦଣ୍ଡ ସହିତ ତଥ୍ୟ-ଚାଳିତ, କୃଷକ-କୈନ୍ଦ୍ରିକ ଡିଜିଟାଲ ସଂସ୍କାର ଗ୍ରହଣ କରି ରାଜ୍ୟର ଦୃଢ଼ ଅନୁପାଳନ ନୀତି, ସମୟୋଚିତ ସଫଳତା ଓ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରୁଛି ।
କୃଷକମାନଙ୍କର ଏକ ପ୍ରାମାଣିକ, ଯାଞ୍ଚ କରାଯାଇଥିବା ଡାଟାବେସ୍ ସୃଷ୍ଟି ନିମନ୍ତେ କୃଷକ ପଞ୍ଜିକରଣ କରାଯାଉଛି । ଏହା ଦ୍ଵାରା ପିଏମ୍- କିଷାନ୍, ସିଏମ୍ -କିସାନ, ଫସଲ ବୀମା, ଇତ୍ୟାଦି ଯୋଜନା ପାଇଁ ସଠିକ୍ ହିତାଧିକାରୀ ଚିହ୍ନଟ ସୁଗମ ହୋଇପାରିଛି । ଡିଜିଟାଲ ଫସଲ ସର୍ଭେ ଦ୍ଵାରା ରାଜ୍ୟକୁ ବାସ୍ତବବାଦୀ କ୍ଷେତ୍ର ଏବଂ ଉତ୍ପାଦନ ଆକଳନ, କ୍ରୟ ଯୋଜନା ଏବଂ ଚାଷୀମାନଙ୍କୁ ଅନ୍ୟାନ୍ୟ ଯୋଜନା ପ୍ରଦାନ କରିବାରେ ସାହାଯ୍ୟ କରିବା ପାଇଁ ଭୂ-ସନ୍ଦର୍ଭିତ ପ୍ଲଟ୍ ୱାଇଜ୍ ଫସଲ ବୁଣା ସୂଚନା ମିଳିଥାଏ । କୃଷକ ରେଜିଷ୍ଟ୍ରି ଓ ଡିଜିଟାଲ୍ କ୍ରପ୍ ସର୍ଭେ ମିଳିତ ଭାବରେ ଚାଷୀଙ୍କ ତଥ୍ୟାବଳୀ, ଜମିଜମା ଅବସ୍ଥିତି, ଫସଲ ବିବରଣୀ ଇତ୍ୟାଦି ପ୍ରଦାନ କରେ ।
କୃଷିକ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ରାଜ୍ୟ ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ । କୃଷିକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ସମୃଦ୍ଧ କରିବା ନିମନ୍ତେ ଓଡ଼ିଶାର ପ୍ରତିବଦ୍ଧତାକୁ ସ୍ବୀକୃତି ସ୍ୱରୂପ ରାଜ୍ୟକୁ ଏହି ପ୍ରୋତ୍ସାହନ ମିଳିଛି । ଏହି ଦୃଷ୍ଟିଭଙ୍ଗୀକୁ ବଜାୟ ରଖି ଓଡ଼ିଶାର କୃଷି ଅର୍ଥନୀତିରେ ଅଭିବୃଦ୍ଧି ଏବଂ ସ୍ଥାୟୀତ୍ୱର ଏକ ନୂତନ ଅଧ୍ୟାୟ ଲେଖିବା ପାଇଁ ଆମ ସମସ୍ତଙ୍କୁ ପ୍ରୟାସ ଜାରି ରଖିବାକୁ ହେବ ବୋଲି ଉଲ୍ଲେଖ କରି ଏହି ଐତିହାସିକ ସଫଳତା ପାଇଁ କୃଷି ମନ୍ତ୍ରୀ କୃଷି ବିଭାଗ, ଚାଷୀ, ବୈଷୟିକ ଟିମ୍ ଏବଂ ଓଡ଼ିଶାର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଇଛନ୍ତି ।
ସେହିପରି କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ ଏହି ସଫଳତା ବିଷୟରେ କହିଛନ୍ତି ଯେ, ଏହି ମାଇଲଖୁଣ୍ଟ କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି। ଏଗ୍ରିଷ୍ଟାକ୍ ଉପାଦାନ କୃଷକ ପଞ୍ଜିକରଣ ଓ ଡିଜିଟାଲ୍ ଫସଲ ସର୍ଭେର ଅନୁମୋଦନ ଦ୍ୱାରା ରାଜ୍ୟର ଚାଷୀମାନେ ସଶକ୍ତ ହୋଇଛନ୍ତି ଏବଂ ସମୟୋଚିତ ଲାଭ ସୁନିଶ୍ଚିତ କରି ଉତ୍ପାଦକତା ବୃଦ୍ଧି କରୁଛନ୍ତି ଯାହା ରାଜ୍ୟର କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ । ଏଗ୍ରିଷ୍ଟାକ୍ ଅନୁମୋଦନ ତଥ୍ୟ-ଚାଳିତ କୃଷିକୁ ପରିବର୍ତ୍ତନ କରିବା ସହ ସ୍ୱଚ୍ଛତା, ଦକ୍ଷତା ଏବଂ ସମୃଦ୍ଧି ସୁନିଶ୍ଚିତ କରିବ। ଏହି ଡିଜିଟାଲ୍ ଉପକରଣଗୁଡ଼ିକ ସହିତ ଅଭିବୃଦ୍ଧିର ଏକ ନୂତନ ଅଧ୍ୟାୟ ଲେଖିବା ପାଇଁ ସେ ଆହ୍ଵାନ ଦେଇଛନ୍ତି । କୃଷି ଓଡ଼ିଶାରେ ଜୀବିକାର କେନ୍ଦ୍ରବିନ୍ଦୁ ହୋଇଥିବାରୁ କୃଷକ ପଞ୍ଜିକରଣ ଓ ଡିଜିଟାଲ୍ କ୍ରପ୍ ସର୍ଭେ ଉଭୟ ଉତ୍ପାଦନ, କ୍ରୟ ଏବଂ ବଜାରରେ ଆକଳନ-ଆଧାରିତ ଯୋଜନାରୁ ଯାଞ୍ଚ, ପ୍ଲଟ୍-ସ୍ତରୀୟ, ପ୍ରମାଣ-ଆଧାରିତ ନିଷ୍ପତ୍ତି ଗ୍ରହଣକୁ ସ୍ଥାନାନ୍ତର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ବ୍ୟତୀତ, ପାଣିପାଗ, ମାଟି, କୀଟ ଏବଂ ମୂଲ୍ୟ ତଥ୍ୟ ସହିତ ସମନ୍ୱୟ ଫସଲ ଉତ୍ପାଦନ ପୂର୍ବାନୁମାନ, ପରାମର୍ଶ ଜାରି କରିବା, କୀଟ ସତର୍କତା ଭବିଷ୍ୟବାଣୀ ବିଶ୍ଳେଷଣକୁ ସକ୍ଷମ କରିବ ବୋଲି ଅରବିନ୍ଦ ପାଢ଼ୀ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories