ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ECI
·2 years ago

ଭୁବନେଶ୍ୱର: ବରିଷ୍ଠ IPS ଆଶିଷ ସିଂଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ନିର୍ଦ୍ଦେଶ ଦେଲେ ECI। ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ECI। ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ। ମେ ୩୦ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ପାଇଁ ଆଶିଷଙ୍କୁ ହୋଇଛି ନିର୍ଦ୍ଦେଶ।
ସେହିପରି ଆଇପିଏସ୍ ଡିଏସ୍ କୁଟ୍ଟେଙ୍କୁ ସସପେଣ୍ଡ କଲେ ECI । ଡିଏସ୍ କୁଟ୍ଟେ CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ। ତେବେ ଏନେଇ CEOଙ୍କୁ ନିର୍ଦ୍ଦେଶ ଜାରି କଲେ ECI। ଚାକିରି କରିଥିଲେ ସରକାରୀ, ହେଲେ ପ୍ରଚାର କରୁଛନ୍ତି ନବୀନ ବାବୁଙ୍କର । ଏ କଥା ଜଣାପଡିବା ପରେ ପୂରା ରାଜ୍ୟରେ ଜୋର ଧରିଥିଲା ଚର୍ଚ୍ଚା । ଖାଲି ପ୍ରଚାର କରୁଥିଲେ ତାହା ନୁହେଁ ବରଂ ନିର୍ବାଚନ ପରିଚାଳନା କରୁଥିବା ନେଇ ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ହୋଇଥିଲା ଡିଏସ୍ କୁଟ୍ଟେଙ୍କ ବିରୋଧରେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: