ଓଡ଼ିଶାର କାଶ୍ମୀରରେ ଆରମ୍ଭ ହେଲା ଇକୋ ରିଟ୍ରିଟ
·2 years ago

ଅର୍ଗସ ବ୍ୟୁରୋ: ଆରମ୍ଭ ହୋଇଗଲା ଶୀତଋତୁ। ସେଥିପାଇଁ ପର୍ଯ୍ୟଟନ ଶିଳ୍ପକୁ ବିଶେଷ ଧ୍ୟାନ ଦିଆଯାଇଛି। ପର୍ଯ୍ୟଟନ ଋତୁ ଆସିଲେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟସରକାରଙ୍କ ଅନୁଦାନରେ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ଶୁଭାରମ୍ଭ କରାଯାଇଛି।
ଦାରିଙ୍ଗବାଡ଼ିର ପ୍ରକୃତିର ମନଲୋଭା ଦୃଶ୍ୟକୁ କିଭଳି ପର୍ଯ୍ୟଟକ ଉପଭୋଗ କରିବେ। ଏହାସହ ଅତି ସୁଲଭ ମୂଲ୍ୟରେ ରହିବା ଏବଂ ଖାଇବା ପାଇଁ ସବୁ ଦିଗକୁ ଧ୍ୟାନ ଦିଆଯାଇ ଏହି ଇକୋ ରିଟ୍ରିଟ କରାଯାଇଛି l ଏଥିରେ ରହିବା ପାଇଁ ଲଗଜରୀ ଟେଣ୍ଟରେ ଘର କରାଯାଇଛି l ବାହାରୁ ପର୍ଯ୍ୟଟକ କିଭଳି ଆସିବେ ସେଥି ନିମନ୍ତେ ଅନ୍ ଲାଇନ୍ ବୁକିଂ କରାଯାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: