କୋଣାର୍କରେ ଆଜିଠୁ ଇକୋ ରିଟ୍ରିଟ୍
·2 years ago

ଅର୍ଗସ ବ୍ୟୁରୋ: ଆଜିଠୁ 9 ତାରିଖ ଯାଏ ଇକୋ ରିଟ୍ରିଟ କୋଣାର୍କରେ ଅନୁଷ୍ଠିତ ହେବାକୁ ଯାଉଛି ପର୍ଯ୍ୟଟନ ବିଭାଗର ପଞ୍ଚମ ଓଡିଶା ଟ୍ରାଭେଲ ବଜାର । ଏନେଇ ବିଭାଗ ପକ୍ଷରୁ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯାଇଛି । ଏହା ଏକ ଫ୍ଲାଗସିପ୍ ଇଭେଣ୍ଟ ହେବ । ଯାହା ଦ୍ବାରା ସମସ୍ତ ଡୋମେଷ୍ଟିକ, ଫରେନ ଟ୍ରାଭେଲ ଏବଂ ଟୁର ଅପରେଟର, ଡେଷ୍ଟିନେସନ ମ୍ୟାନେଜମେଣ୍ଟ କମ୍ପାନୀକୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ର କରିବ । ବିଦେଶରେ ଓଡିଶା ପର୍ଯ୍ୟଟନ ସ୍ଥଳର ପ୍ରଚାର ପ୍ରସାରର ଏହାର ମୁଖ୍ୟ ଉଦେଶ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ 16ଟି ଦେଶରୁ ଟୁର୍ ଅପରେଟର ଅଂଶଗ୍ରହଣ କରିବେ ବୋଲି ସୂଚନା ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: