ED Raid: ଖଣି ମାଲିକଙ୍କ ଘରେ ଇଡି ରେଡ, ଜବତ ହେଲା ୧୦ ଦାମୀ କାର ଓ ୩ ସୁପର ବାଇକ୍

Key Points
ଖଣି ବ୍ୟବସାୟୀ ଶକ୍ତି ରଂଜନ ଦାସଙ୍କ ଅଫିସ ଓ ଘରେ ରେଡ୍। ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ED ଚଢାଉ । ବ୍ୟାଙ୍କ ଜାଲିଆତି ମାମଲାରେ ରେଡ୍ କରୁଛି ED।
ଖଣି ବ୍ୟବସାୟୀ ଶକ୍ତି ରଂଜନ ଦାସଙ୍କ ଅଫିସ ଓ ଭୁବନେଶ୍ବର ଘର ଉପରେ ଇଡି ରେଡ କରିଛି । ଇଣ୍ଡିଆନ ଟେକନୋମାକ କମ୍ପାନୀ ଲିମିଟେଡରେ ବ୍ୟାଙ୍କ ଜାଲିଆତି ମାମଲାରେ ଏହି ରେଡ ହୋଇଛି । ରେଡ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର, ୧୦ଟି ବିଳାସପୂର୍ଣ୍ଣ କାର ସହିତ ୭ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୩ଟି ସୁପର ବାଇକ୍ ମଧ୍ୟ ଜବତ ହୋଇଛି । ଏହା ବାଦ କୋଟିଏ ଟଙ୍କାର ସୁନା ଗହଣା ସହ ଇଡି ଅଧିକାରୀମାନେ ବ୍ୟାଙ୍କ ଲକର ମଧ୍ୟ ସିଜ୍ କରିଛନ୍ତି ।
ଶନିବାର ଠାରୁ ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଖଣି ମାଲିକ ଶକ୍ତି ରଞ୍ଜନ ଦାଶଙ୍କ ଘର ଆରମ୍ଭ ହୋଇଥିବା ରେଡ ବେଳେ ଆଖି ଲାଖି ଯିବା ଭଳି ସମ୍ପତ୍ତି ମିଳିଛି। ରେଡ ବେଳେ ଇଡି ପକ୍ଷରୁ ୧୦ଟି ଦାମୀ କାର ଓ ୩ଟି ସୁପର ବାଇକ ଜବତ ହୋଇଛି। ଏହି ଗାଡ଼ିଗୁଡ଼ିମର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା ହେବ। ଏହା ମଧ୍ୟରେ ଗୋଟିଏ ପୋର୍ସେ କାୟେନ୍ନେ, ମର୍ସିଡିଜ ବେଞ୍ଜ ଜିଏଲସି, ବିଏମଡବ୍ଲ୍ୟୁ ଏକ୍ସ ୭, ଅଡି ଏ୩, ମିନି କୁପର ଓ ଗୋଟିଏ ହୁଣ୍ଡା ଗୋଲ୍ଡ ୱିଙ୍ଗ ମୋଟରସାଇକେଲ ରହିଛି।
📱 Get Argus News App
✨ଏହାବାଦ ଇଡିର ଅଧିକାରୀମାନେ ଶକ୍ତି ରଞ୍ଜନ ଦାଶଙ୍କ ଠିକଣାରୁ ୧.୧୨ କୋଟିର ସୁନା ଅଳଙ୍କାର, ନଗଦ ୧୩ ଲକ୍ଷ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ସେହିପରି ତାଙ୍କର ୨ଟି ବ୍ୟାଙ୍କ ଲକରକୁ ମଧ୍ୟ ଫ୍ରିଜ କରାଯାଇଛି ।