Videos
|
Odisha

ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କୁ ଇଡିର ସମନ

Smruti Parija
Browse all articles by Smruti Parija
·2 years ago·1 min read
ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କୁ ଇଡିର ସମନ

ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କୁ ଇଡିର ସମନ । ପୂର୍ବରୁ ପୁଅ ପ୍ରୟାସକାନ୍ତିଙ୍କୁ ଇଡି ସମନ କରିଥିଲା ।  ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ଘଟଣାରେ ଦୁଇ ବାପ ପୁଅଙ୍କୁ ଇଡି ସମନ କରିଛି । ଜମି ସମ୍ପର୍କିତ ସମସ୍ତ ଦସ୍ତାବିଜ ସହ ଇଡିରେ ହାଜର ହେବାକୁ ସମନ ଜାରି ହୋଇଛି । 20 କୋଟି ଟଙ୍କା ଜମି ଦୁର୍ନୀତି ଘଟଣାରେ ଭୁବନେଶ୍ବର ଓ ଭଦ୍ରକର 10ଟି ସ୍ଥାନରେ ଚଢ଼ାଉ କରିଥିଲା ଇଡ଼ି । ଚଢ଼ାଉ ବେଳେ ପ୍ରୟାସକାନ୍ତିଙ୍କ ପାଖରୁ 10 ଲକ୍ଷ ଟଙ୍କା ସହ ଏକ ଦାମୀ ଗାଡି ଜବତ ହୋଇଛି । 15 ତାରିଖରେ ଇଡି କରିଥିଲା ରେଡ୍ । ଡକ୍ୟୁମେଣ୍ଟ ସହ ହାଜର ହେବାକୁ ସମନ କଲା ଇଡି ।

ସେପଟେ ଏହି ଚଢାଉ ଆକ୍ରୋଶମୂଳକ । ଟିକେଟ ପାଇଁ ଆଶା ନାହିଁ । ମୁଁ କାହାରିକୁ ଡରେନି ବୋଲି ଚଢାଉ ପରେ ପ୍ରତିକ୍ରିୟାରେ କହିଛନ୍ତି ପ୍ରଫୁଲ ସାମଲ । 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
ED summons to BJD leader Praful Samal | Argus News