Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭଣ୍ଡାରିପୋଖରୀ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ 9ଟି ଠିକଣାରେ ଇଡି ଚଢ଼ାଉ

Odisha

ଭଣ୍ଡାରିପୋଖରୀ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ 9ଟି ଠିକଣାରେ ଇଡି ଚଢ଼ାଉ

Banajyotshna Ray
Browse all articles by Banajyotshna Ray
·2 years ago
ଭଣ୍ଡାରିପୋଖରୀ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ 9ଟି ଠିକଣାରେ ଇଡି ଚଢ଼ାଉ

ଅର୍ଗସ ବ୍ୟୁରୋ: ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ପୂର୍ବତନ ମନ୍ତ୍ରୀ, ତଥା ଭଦ୍ରକ ଭଣ୍ଡାରିପୋଖୀ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ 9ଟି ଠିକଣାରେ ଇଡି ଚଢ଼ାଉ ପରେ ଆଜି ସେ ଇଡିରେ ହାଜର ହୋଇଛନ୍ତି । ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜରେ 20 କୋଟି ଟଙ୍କା ଦୁର୍ନୀତି ମାମଲା ନେଇ ଅଭିଯୁକ୍ତ ଅଛନ୍ତି ସାମଲ ବାପ ପୁଅ। ଭୁବନେଶ୍ବରରେ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ  ନାଁରେ ଥିବା ଘରୁ 10 ଲକ୍ଷ ନଗଦ ଟଙ୍କା ମିଳିଥିଲା । ଚଢ଼ାଉବେଳେ ଦାମୀ ଗାଡ଼ି ବି ଜବତ କରିଥିଲା ଇଡି । ଭଦ୍ରକର ସବୁଠାରୁ ବଡ଼ ଇଞ୍ଜିନିୟରିଂ କଲେଜ, ବରପଦା କଲେଜ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ।  ଏଠି ମହାଦୁର୍ନୀତିର ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ED Team Raids House Of Bhandaripokhari MLA Prafulla Samal | Argus News