Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆହୁରି ବଢ଼ିଲା ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ

Manini Pattanayak
Browse all articles by Manini Pattanayak
·2 years ago·2 min read
ଆହୁରି ବଢ଼ିଲା ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ

ଭୁବନେଶ୍ୱର:  ଅଡୁଆରେ ପଡ଼ିଛନ୍ତି ବିଜେଡିର ଟାଣୁଆ ନେତା ତଥା ଭଦ୍ରକ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ। ପ୍ରଥମେ ଇଡି ଚଢ଼ାଉ ଆଉ ଏବେ ହାଜର ହେବା ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ପଚରା ଉଚୁରା କରିବ ଇଡି। ଏଥିପାଇଁ ଜାରି ହୋଇଛି ସମନ। ଗୁରୁବାର ପ୍ରଫୁଲ୍ଲଙ୍କ ଭଦ୍ରକ ସ୍ଥିତ 2ଟି ଘର ଓ ଭୁବନେଶ୍ବର ପଳାସପଲ୍ଲୀ ସ୍ଥିତ ଘର ସମେତ 10ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଉ ଇଡି ଚଢ଼ାଉରେ ଭୁବନେଶ୍ବର ପଳାସପଲ୍ଲୀରେ ଥିବା ଘରୁ ମିଳିଥିଲା ନଗଦ 10 ଲକ୍ଷ ଟଙ୍କା। ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ବା ଲୁଲୁ ସାମଲଙ୍କ ନାଁରେ ଥିବା ଏହି ଘରୁ 35 ଲକ୍ଷ ଟଙ୍କା ମୂଲ୍ୟର ଏକ ଗାଡ଼ି ମଧ୍ୟ ଜବତ କରିଛି ଇଡି। ଏଥିସହ ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଡିଜିଟାଲ ପ୍ରମାଣ ବି ମିଳିଥିବା ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

 ଭୁବନେଶ୍ୱର: ସାମଲ ବାପା ପୁଅଙ୍କ ବିରୋଧରେ ରହିଛି ବରପଦା କଲେଜ ନାଁରେ 20 କୋଟି ଟଙ୍କାର ଜମି କିଣାବିକା ଦୁର୍ନୀତି ନେଇ ସଂଗୀନ ଅଭିଯୋଗ। 2007ରେ ଭୁବନେଶ୍ବର କଣ୍ଟାବାଡ଼ରେ ଆଉ ଏକ କଲେଜ ପାଇଁ କିଣା ଯାଇଥିଲା 30 ଏକରରୁ ଅଧିକ ଜମି। ଏସବୁ ଜମି ବରପଦା ଇଂଜିନିୟରିଂ କଲେଜ ଟ୍ରଷ୍ଟ ଫଣ୍ଡରୁ କିଣାହୋଇଥିଲା। ବିଏଟି ନାମରେ ଏକ ବୈଷୟିକ ମହାବିଦ୍ୟାଳୟ ସ୍ଥାପନ ହେଲା। ବରପଦା ଇଂଜିନିୟରିଂ କଲେଜର କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା। ପରେ ଏହାକୁ ବନ୍ଦ କରିଦେଲା ମ୍ୟାନେଜମେଣ୍ଟ। ପରେ କୋଟି କୋଟି ଟଙ୍କାର ଏଇ ଜମିକୁ ଶାଗମାଛ ଦରରରେ ବିକ୍ରି କରିଦେଲେ ପ୍ରୟାସକାନ୍ତି ସାମଲ । ବିକ୍ରି ବାବଦରେ 5 କୋଟି 37 ଲକ୍ଷ ଟଙ୍କା ବି ଆସିଲାନି ବରପଦା ଇଂଜନିୟରିଂ କଲେଜର ଆକାଉଣ୍ଟକୁ । (ଚାଟାର୍ଡ ଆକାଉଣ୍ଟାଣ୍ଟର ଚିଠି ) ଖାଲି ସେତିକି ନୁହେଁ ଚଞ୍ଚକତା କରି ପ୍ରୟାସକାନ୍ତି ଓରଫ୍ ଲୁଲୁ ସାମଲ ଦେଢ ଏକର ଜମିକୁ ମାତ୍ର 16 ଲକ୍ଷ 88 ହଜାର ଟଙ୍କାରେ ନିଜ ନାଁରେ କରି ନେଇଥିଲେ। ଏ ଅଭିଯୋଗକୁ ପ୍ରମାଣିତ କରୁଛି ବରପଦା ଇଂଜିନିୟରିଂ କଲଜେର ପ୍ରିନସପାଲଙ୍କ ଏଇ ଚିଠି ।  

ଏତିକି ନୁହେଁ ଦୀର୍ଘ ଦିନ ହେଲା ହେଲା ଦରମା ପାଇନାହାନ୍ତି ବରପଦା ଇଞ୍ଜିନିୟରିଂ କଲେଜର କର୍ମଚାରୀ । ହେଲେ ସେମାନଙ୍କ କଥା ଶୁଣୁନାହାନ୍ତି କଲେଜ ମ୍ୟାନେଜିଂ କମିଟି ଚେୟାରମ୍ୟାନ୍ ତଥା ଟାଣୁଆ ବିଜେଡି ନେତା ପ୍ରୟାସକାନ୍ତି ସାମଲ। ଏପଟେ ଦେଖନ୍ତୁ ଅର୍ଗସ ହାତରେ ଲାଗିଥିବା ଏଇ ଏକ୍ସକ୍ଲୁସିଭ୍ ଦସ୍ତାବିଜ୍। 2009 ପରଠାରୁ ପ୍ରୟାସକାନ୍ତି ସାମଲଙ୍କ ନାଁରେ କିଣାହୋଇଛି ଦାମୀ କାର। 14ରୁ ଅଧିକ କାର କାର ରହିଛି ବିଜେଡି ରାଜ୍ୟ ସଂପାଦକ ପ୍ରୟାସକାନ୍ତି ସାମଲଙ୍କ ନାଁରେ। ଏଇ କାର ଭିତରେ ଅଛି 3ଟି ପ୍ରି ଲ୍ୟାଣ୍ଡର, ପାଜେରୋ, ସଫାରି ଡିକୋର, ସଫାରି ମାଇନର ଭଳି କାର। ଅଭିଯୋଗ ଅନୁସାରେ ପ୍ରୟାସକାନ୍ତି ଏସବୁ କାର କିଣିଛନ୍ତି କଲେଜ ଟଙ୍କାରେ । ଖାଲି ପ୍ରୟାସକାନ୍ତି ନୁହେଁ, ତାଙ୍କ ଭାଇ ପ୍ରୟାଗକାନ୍ତି ସାମଲଙ୍କ ନାଁରେ ବି କଲେଜ ଫଣ୍ଡରୁ କିଣା ହୋଇଛି ଦାମୀ ଗାଡି। ଏପଟେ କଲେଜ ଟଙ୍କାରେ ମଉଜ ମସ୍ତି ଆଉ ସେପଟେ ମାସ ମାସ ହେଲା ଦରମା ପାଉନାହାନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ଅନ୍ୟମାନେ । ଯେଉଁଥିପାଇଁ ସେମାନେ ଧାରଣାରେ ବସିଛନ୍ତି।   ବଡ଼ ପ୍ରଶ୍ନ କାହା ଅନୁମତି ନେଇ କମ ଦରରେ ଜମି ବିକି ଦେଲା ମ୍ୟାନେଜମେଣ୍ଟ, କୁଆଡେ ଗଲା ଜମି ଟଙ୍କା, ଲୁଲୁ ସାମଲ କେମିତି କିଣିଲେ କଲେଜ ଜମି, ନିଜେ ମ୍ୟାନେଜିଂ କମିଟିରେ ଥାଇ କିଭଳି କିଣିଲେ କଲେଜର ଜମି। ଏବେ ସାମଲ ବାପ ପୁଅଙ୍କୁ ଇଡିକୁ ଏ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 
 

Sponsored
ED to interrogate Prafulla Samal and her son Prayashkanti in Bhadrak Barpada Engineering College land corruption case | Argus News