Videos
|
Odisha

ଚିଠି ଲେଖି ତଦନ୍ତ ପାଇଁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ

Banajyotshna Ray
Browse all articles by Banajyotshna Ray
·2 years ago
ଚିଠି ଲେଖି ତଦନ୍ତ ପାଇଁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ

ଅର୍ଗସ ବ୍ୟୁରୋ:  ବନ୍ୟଜନ୍ତୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଟଙ୍କା କମାଇବା ମାମଲାର ତଦନ୍ତ କରିବ ଇଡି । ଚିଠି ଲେଖି ତଦନ୍ତ ପାଇଁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ । ଯାଜପୁରର ବଦ୍ରି ନାରାୟଣ ଭଦ୍ରା ଓ ମୋନାଲିଲା ଭଦ୍ରାଙ୍କୁ ପୂର୍ବରୁ ଗିରଫ କରିଛି ବନବିଭାଗ । ଏହି ଦମ୍ପତି ବେଆଇନ ଭାବେ ମାଙ୍କଡ଼କୁ ଘରେ ରଖିବା ସହ ଏହାର ଭିଡିଓକୁ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ଼ କରୁଥିଲେ ।

ସେହିପରି ମିଲିଆନ ଫଲଓର୍ସ ଥିବା ଭଦ୍ରକର ମିର୍ଜା ମହମ୍ମଦ ଆରିଫ ମଧ୍ୟ ସାପ ସହ ଖେଳର ଭିଡିଓ ସୋସିଆଲ ମିଡ଼ିଆରେ ଅପଲୋଡ଼ କରୁଥିଲେ । ଏମାନେ ୟୁଟ୍ୟୁବ ଓ ସୋସିଆଲ ମିଡ଼ିଆ ଜରିଆରେ କେତେ ଟଙ୍କା କମାଇଛନ୍ତି ତାହାର ଖୋଳତାଳ କରିବ ଇଡି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored