Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଗମରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୁର୍ଗମରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ଅର୍ଗସ ବ୍ୟୁରୋ: ଦୁର୍ଗମରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ପାଞ୍ଚଟି ଶ୍ରେଣୀର ପାଠପଢା । ଖୋଲା ଆକାଶ ତଳେ ହେଉଛି ମଧ୍ୟାନ ଭୋଜନ ରୋଷେଇ। କୋଟପାଡ କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର କୁମ୍ଭୀଖାରି ସରକାରି ପ୍ରାଥମିକ ବିଦ୍ୟାଳୟ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ କେବଳ ଗୋଟିଏ ମାତ୍ର ଶ୍ରେଣୀ ଗୃହ ରହିଛି। ଫଳରେ ଏହି ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୫ଟି କ୍ଲାସର ପାଠ ପଢା । 

ସମସ୍ୟା ଘେରରେ କୁମ୍ଭୀଖାରି ସରକାରି ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟତ ନୁହେଁ ସତେ ଯେମିତି ଭୂତ କୋଠି। ସ୍କୁଲ ପରିସରରେ ଥିବା ପୁରୁଣା ବିଲଡିଂ ପୁରା ଭାଙ୍ଗି ଯାଇଥିବା ବେଳେ ବ୍ୟବହାର ହେଉଥିବା ଶ୍ରେଣୀଗୃହର ମଧ୍ୟ ସ୍ଥାନେ ସ୍ଥାନେ ପଲସ୍ତରା ଛାଡି ଗଲାଣି। ମାତ୍ର ବିକଳ୍ପ ନଥିବାରୁ ଏଠାରେ ବସି ପଢିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ। ରୋଷେଇ ଘର କଥା ନ କହିଲେ ଭଲ, ଯାଗା ନଥିବାରୁ ଖୋଲା ମେଲାରେ ଚାଲିଛି ରୋଷେଇ l

କୁମ୍ଭୀଖାରି ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ବଖାଣୁଛି ରାଜ୍ୟ ଶିକ୍ଷାବ୍ୟବସ୍ଥାର ଅସଲଚିତ୍ର । କେମିତି ହେଉଛି ଶିକ୍ଷା ଭିତ୍ତିଭୂମିର ବିକାଶ। ଯେଉଁଠି ପିଲାଙ୍କ ପାଠ ପଢିବାକୁ ଶ୍ରେଣୀଗୃହ ନାହିଁ। ପାଠ ପଢାଇବାକୁ ଶିକ୍ଷକ ନାହାନ୍ତି । ମଧ୍ୟାନ ଭୋଜନ ରୋଷେଇ ପାଇଁ ସ୍ଥାନ ନାହିଁ ସେଠି ଶିକ୍ଷାର ବିକାଶ କେମିତି ହେଉଥିବା ତାହା ଅନୁମାନ କରି ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
education system failed in Durgam | Argus News