Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଉପାନ୍ତରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

Odisha

ଉପାନ୍ତରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଉପାନ୍ତରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ଅର୍ଗସ ବ୍ୟୁରୋ:  ଗଜପତି ରାୟଗଡ ବ୍ଲକ ଲୋବା ପଞ୍ଚାୟତର ତାଲାସାହି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ। ୧୯୫୯ ମସିହାରେ ତାଲାସାହି ଗ୍ରାମରେ ଏହି ପ୍ରାଥମିକ ବିଦ୍ୟାଳୟଟି ସ୍ଥାପିତ ହୋଇଛି । ଭ୍ରମରସିଂ, ତମରେଙ୍ଗ, ମାଧେପୁର ଏବଂ ତାଲାସାହି ଆଦି ଗ୍ରାମର ପିଲାମାନେ ଏହି ବିଦ୍ୟାଳୟ ଉପରେ ନିର୍ଭରଶୀଳ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମୋଟ ୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି । ପାଞ୍ଚଟି ଶ୍ରେଣୀ ପାଇଁ ବିଦ୍ୟାଳୟରେ ରହିଛି ମାତ୍ର ଗୋଟିଏ କୋଠା ଘର । ସେଠାରେ ବିଦ୍ୟାଳୟର କାର୍ଯ୍ୟାଳୟ ଚାଲୁଥିବା ବେଳେ ଗୋଟିଏ ଶ୍ରେଣୀର ପିଲା  ବସି ପଢୁଛନ୍ତି। ସେହିଭଳି ତିନୋଟି ଶ୍ରେଣୀର ପିଲା ସ୍କୁଲ ବାରଣ୍ଡାରେ ବସି ପାଠ ପଢୁଛନ୍ତି।

ସେହିପରି ସମାନ ଭାବରେ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବାରଣ୍ଡାରେ ଚାଲିଛି।  ବାରଣ୍ଡାରେ ଶିଶୁମାନଙ୍କୁ ଶିକ୍ଷାଦାନ ସହ ଖାଇବାକୁ ଦିଆଯାଉଛି। ଖାଲି ସେତିକି ନୁହେଁ ବିଦ୍ୟାଳୟରେ ସୁରକ୍ଷା ପାଚେରୀ ନାହିଁ।  ଶୌଚାଳୟ ଗୁଡିକ ମଧ୍ୟ ଭାଙ୍ଗିରୁଜି ଯାଇଛି । କେନ୍ଦ୍ରର ନୂତନ ଗୃହ କାମ ନିର୍ମାଣ ହୋଇ ଦୀର୍ଘ ୨୦ ବର୍ଷ ହେଲା ମାତ୍ର ତାହା ସମ୍ପୁର୍ଣ୍ଣ ହୋଇପାରୁନି। ବ୍ୟବହାର ନ ହୋଇ ଏହି ଅଧନିର୍ମିତ କୋଠା ଏବେ ପରିତ୍ୟକ୍ତ ଅଞ୍ଚଳଭାବେ ପଡି ରହିଛି। ଖାଲି ଏ ଗୋଟେ ବିଦ୍ୟାଳୟ ନୁହେଁ। ପଞ୍ଚୟତର ଭ୍ରମରସିଂ ଗାଁରେ ମଧ୍ୟ ସେହି ସମାନ ଅବସ୍ଥା ।  ଆବଶ୍ୟକୀୟ ଶ୍ରେଣୀଗୃହ ନଥିବାରୁ ପାଠ ପଢ଼ାରେ ବାଧା ସୃଷ୍ଟି ହେଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
education system failed in durgam | Argus News