Videos
|
Odisha

ଉପାନ୍ତ ଇଲାକାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଉପାନ୍ତ ଇଲାକାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ଅର୍ଗସ ବ୍ୟୁରୋ:  ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଲଦୀ ପଞ୍ଚାୟତ ଯମୁନା ଗାଁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଏହି ବିଦ୍ୟାଳୟଟି ୧୯୫୮ରେ ସ୍ଥାପିତ ହୋଇଛି।  ୮ଟି ଶ୍ରେଣୀ ପାଇଁ ଅଛନ୍ତି ମାତ୍ର ଜଣେ ଶିକ୍ଷକ। ସ୍କୁଲରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ମୋଟ ୭୦ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ପୂର୍ବରୁ ମାତ୍ର ୨ ଜଣ ଶିକ୍ଷକରେ ଚାଲିଥିବା ଏହି ସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦୟାସାଗର ଝାଙ୍କରଙ୍କ ଗତ ଏପ୍ରିଲ ୨ ତାରିଖରେ ପରଲୋକ ଘଟିଥିବାରୁ ସେହି ଦିନଠାରୁ ଜଣେ ମାତ୍ର ଶିକ୍ଷକରେ ସ୍କୁଲ ଚାଲିଛି।

ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ହେବା ସହ ଜଣେ ଶିକ୍ଷକ ଅଫିସ କିମ୍ବା ଟ୍ରେନିଂ ଗଲେ ସ୍କୁଲ ଛୁଟି ରହୁଛି। ବିଭିନ୍ନ ବିଷୟରେ ପାଠପଢା ଯାଉନଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟର ଶିକ୍ଷକ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ବିଇଓଙ୍କ ଠାରୁ ଆରମ୍ଭ କରି ଡିଇଓ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନ ଥିବାରୁ ସାଧାରଣ ରେ ଅସନ୍ତୋଷ ବୃଦ୍ଧି ପାଉଛି। ବିଦ୍ୟାଳୟରେ ଦେଖା ଦେଇଥିବା ଶିକ୍ଷକ ସମସ୍ୟା ଶିକ୍ଷା ବିଭାଗ କେବେ ସମାଧାନ କରୁଛି ତାହା ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education system in marginal area is in disarray | Argus News