Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୟୁରଭଞ୍ଜ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

Odisha

ମୟୁରଭଞ୍ଜ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

Ritu Das
Browse all articles by Ritu Das
·2 years ago·2 min read
ମୟୁରଭଞ୍ଜ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡିବାରେ ଲାଗିଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ାହେଉଛି ସ୍କୁଲ ବାରଣ୍ଡାରେ। ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। ଖାଲି ସ୍କୁଲ ଗୁଡ଼ିକ ୫-ଟି ରୂପାନ୍ତର କରି ବାହାର ଚିକଚିକ କଲେ କଣ ହେବ ଭିତର ଫମ୍ପା।  ଆଜି ଆମେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର -1 ସ୍ଥିତ ସୁରୁବାଲି ଗ୍ରାମର ଏକ ପ୍ରାଥମିକ ବିଦ୍ୟାଳୟ କଥା କହୁଛୁ। ଯେଉଁ ସ୍କୁଲରେ ସବୁ ଅବ୍ୟବସ୍ଥା। 
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର -1 ସୁରୁବାଲି ଗ୍ରାମରେ 1960 ମସିହାରେ ନିର୍ମାଣ ହୋଇଥିଲା ସରକାରୀ ପ୍ରାଥମିକ ବିଦ୍ୟାଳୟ।

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ବିଦ୍ୟାଳୟରେ ଦୀର୍ଘ ବର୍ଷ ହେବ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍କୁଲର ପାରିପାର୍ଶ୍ବିକ ଅବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ। ଏବେ ଏହି ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା 21ରହିଛି, ପ୍ରଧାନଶିକ୍ଷକଙ୍କୁ ମିଶାଇ ଶିକ୍ଷକଙ୍କ ସଂଖ୍ୟା ଦୁଇ ରହିଛି। ରୋଷେୟା ଜଣେ ଅଛନ୍ତି। ଦିନ ଥିଲା ଏହି ସ୍କୁଲର ଛାତ୍ରଛାତ୍ରୀଙ୍କ ସଂଖ୍ୟା 100ରୁ ଉର୍ଦ୍ଧ୍ବ ଥିଲା। କିନ୍ତୁ ଶିକ୍ଷାବିଭାଗର ଅବହେଳା ଯୋଗୁ ଆଜି ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି। ଶିକ୍ଷା ଅଧିକାରୀଙ୍କ କେବେହେଲେ ଦିନଟିଏ ପାଦ ପିଡିନି ଏହି ବିଦ୍ୟାଳୟରେ। 

ବିଦ୍ୟାଳୟର ପରିସ୍ଥିତି ଦେଖିଲେ ଯାଇ ବିଦ୍ୟାଳୟର ଅବସ୍ଥା କଣ ରହିଛି ଜାଣିହେବ। ବିଦ୍ୟାଳୟର ଅଫିସ ଗୃହ ଠୁ ଆରମ୍ଭ କରି ସମସ୍ତ ଶ୍ରେଣୀ ଗୃହ ଗୁଡିକରେ ପାଣି ଗଳୁଛି। ଆଜବେଷ୍ଟସ ଗୁଡିକ ଭାଙ୍ଗି ଯାଇଛି। ରୋଷେଇ ଘରର ମଧ୍ୟ ଅବସ୍ଥା ସେମିତି। କିଛି ବର୍ଷ ଆଗରୁ ଏକ ଛାତ ଘର ନିର୍ମାଣ ହୋଇଥିଲା। କିନ୍ତୁ ତାର ବାସ୍ତବ ଚିତ୍ର ଦେଖିଲେ ଆପଣ ଜାଣିପାରିବେ କିଭଳି ରହିଛି। ଛାତର ଛଡ ବାହାରି ଆସିଛି, ସିମେଣ୍ଟ ପଲସ୍ତରା ଭାଙ୍ଗି ଖସିପଡୁଛି, ଗୃହରେ ବସି ପାଠ ପଢିବା ମାନେ ବିପଦକୁ ଡାକି ଆଣିବା। କେତେବେଳେ ପ୍ଲାଷ୍ଟର ଖସି କାହାର ଜୀବନ ମଧ୍ୟ ଚାଲିଯାଇପାରେ। ସ୍କୁଲର ଯେଉଁ ପାର୍ଶ୍ବ ଦେଖିବେ ସୁବଥିରେ ଅବ୍ୟବସ୍ଥା। ଗ୍ରାମବାସୀ ଏବଂ ସ୍କୁଲ କର୍ତ୍ତୃପକ୍ଷ ବିଇଓଙ୍କୁ ଏବଂ ଉପଜିଲ୍ଲାପାଳଙ୍କୁ ଏନେଇ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ।  ତେଣୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ରାଜ୍ୟସରକାର ପାଠ ପଢ଼ାକୁ ଯଦି ଏତେ ଗୁରୁତ୍ବ ଦେଉଛନ୍ତି ଏହି ସ୍କୁଲର ଅବସ୍ଥା କେବେ ଦୂର ହେଉଛି ଏବଂ ଛାତ୍ରଛାତ୍ରୀଙ୍କ ଅବସ୍ଥା କେବେ ସୁଧୁରୁଛି ତାହା ଦେଖିବାକୁ ବାକିରହିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Education system | Argus News