Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଗମରେ ଶିକ୍ଷା ଵ୍ୟଵସ୍ଥା ଫେଲ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଦୁର୍ଗମରେ ଶିକ୍ଷା ଵ୍ୟଵସ୍ଥା ଫେଲ 

ନୂଆପଡା : ଶିକ୍ଷକଙ୍କ ଅପେକ୍ଷାରେ ଦୁର୍ଗମ ଛାତ୍ରଛାତ୍ରୀ l କେତେବେଳ ସ୍କୁଲ କୋଠରୀ ତ କେତେବେଳେ ବାରଣ୍ଡାକୁ ଆସି ଶିକ୍ଷକ ଆସିବା ବାଟକୁ ଚାହିଁ ବସିଛନ୍ତି ଛାତ୍ରଛାତ୍ରୀ । ହେଲେ ସାର ମାନେ ଠିକ ସମୟରେ ଆସୁନନାହାନ୍ତି ।  ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଦୁର୍ଗମ କୋଦୋଭଟା ପ୍ରଥମିକ ସ୍କୁଲରେ l ସ୍କୁଲରେ ଏପରି ଶିକ୍ଷାଦାନକୁ ନେଇ ଚିନ୍ତାରେ ଅଭିଭାବକ l  ଏ ହେଉଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭଇସାଦାନୀ ପଞ୍ଚାୟତର ଦୁର୍ଗମ ବଣ ପାହାଡ଼ ଘେରା ମାଓ ଇଲାକା କୋଦୋଭଟା  । ଏଠାରେ ଥିବା  ସରକାରୀ ପ୍ରାଥମିକ ସ୍କୁଲରେ ଦୁଇ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି l ଠିକ ସମୟ ରେ ଶିକ୍ଷକ ଆସୁନଥିବା ଯୋଗୁଁ ଛାତ୍ରଛାତ୍ରୀ କେତେବେଳେ ସ୍କୁଲ ବାରଣ୍ଡାରେ ବୁଲୁଛନ୍ତି ତ ପୁଣି କେତେବେଳେ ସ୍କୁଲ ପରିସରରେ ବୁଲା ବୁଲି କରୁଛନ୍ତି ।  ଏପରି ସ୍ଥିତି ରେ ଶିକ୍ଷକ ଆସିବେ କେତେବେଳେ ଆଉ ଶିକ୍ଷାଦାନ ହେବ କେତେବେଳେ l 

କୋଦୋଭଟା ସ୍କୁଲରେ ଆଖ ପାଖ ଅନେକ ଗାଁର ପିଲା ପଢିବାକୁ ଆସନ୍ତି । ହେଲେ ଏଠାରେ ଶିକ୍ଷକ ବିଳମ୍ବରେ ଆସୁଥିବାରୁ ପିଲା ଛୁଆଙ୍କ ପାଠପଢା ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।  ଠିକ ସମୟରେ ଶିକ୍ଷକ ମାନେ ସ୍କୁଲକୁ ଆସିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏ ନେଇ ପଚାରିବାରୁ ସିଆରସିସିକୁ ପଠାଇ ତଦନ୍ତ କରାଯିବ ବୋଲି କହିଛନ୍ତି ବୋଡେ଼ନ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରେଶ୍ୱର ମେହେର । କୋଦୋଭଟା ସ୍କୁଲରେ ଏମିତି ଶିକ୍ଷାଦାନ ହେଲେ କେମିତି ଶିକ୍ଷାର ବିକାଶ ହେବ ? ପିଲା କେମିତି ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବେ l  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Educational system failed in Durgam | Argus News