Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପିର ପ୍ରଚାରକୁ ଭଣ୍ଡୁର କରିବାକୁ ଦୀପାଲିଙ୍କ ସମର୍ଥକଙ୍କ ଉଦ୍ୟମ

Smruti Parija
Browse all articles by Smruti Parija
·2 years ago·2 min read
ବିଜେପିର ପ୍ରଚାରକୁ ଭଣ୍ଡୁର କରିବାକୁ ଦୀପାଲିଙ୍କ ସମର୍ଥକଙ୍କ ଉଦ୍ୟମ

Key Points

  • ଝାରସୁଗୁଡାରେ ମାତିଛି ଦୀପାଲିର ବାଘବାହିନୀ
  • ବିଜେପିର ପ୍ରଚାରକୁ ଭଣ୍ଡୁର କରିବାକୁ ଦୀପାଲିଙ୍କ ସମର୍ଥକଙ୍କ ଉଦ୍ୟମ
  • ସବୁଠି ଦୀପାଲି ଜାରି କରିଛନ୍ତି ଫତୱା
  • ଥାନାରେ ଅଭିଯୋଗ ପରେ ପୋଲିସ ନୀରବଦ୍ରଷ୍ଟା
  • ପୋଲିସର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ
  • ନ୍ୟାୟ ମାଗିଲେ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ

ଝାରସୁଗୁଡା: ପୁଣି ଝାରସୁଗୁଡାରେ ଆତଙ୍କ ଖେଳାଇଛନ୍ତି ଦୀପାଲିଙ୍କ ବାଘ ବାହିନୀ । ନିଜକୁ ବାଘର ଝିଅ ବୋଲି କହି କହି ବୁଲୁଥିବା ଦୀପାଲିଙ୍କ ସମର୍ଥକ ମାନେ ବିରୋଧୀର ପ୍ରଚାରକୁ ଭଣ୍ଡୁର କରୁଛନ୍ତି । ମହିଳା ମାନେ ପ୍ରଚାର କରୁଥିବା ବେଳେ ପୁରୁଷ ମାନେ ଶୋଭାଯାତ୍ରାକୁ ଭଣ୍ଡୁର କରିବା ସହ ଅଶ୍ଳୀଳ ଗାଳି ଗୁଲଜ କରୁଥିବାର ପୁଣି ଆସିଛି ଅଭିଯୋଗ । ବୁଡାପଡା ପରେ ପୁଣିଥରେ ବୁରମାହାଲରେ ଦୀପାଲିଙ୍କ ଗୁଣ୍ଡାବାହିନୀ ବିଜେପିର ପ୍ରଚାରକୁ ଭଣ୍ଡୁର କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବାର ଅଭିଯୋଗ ଆଣିଛନ୍ତି ମହିଳାମୋର୍ଚ୍ଚାର ସଦସ୍ୟ ମାନେ । ଆଉ ସେମାନେ ପ୍ରଶ୍ନ କରିଛନ୍ତି । 

ବିଜେଡିର ମହିଳା ସମ୍ମାନର କଥା କେବଳ ଘୋଷଣାରେ ମାକୁ ସମ୍ମାନ ଦେବା କ'ଣ ଏମିତି । ହାରିବା ଭୟରେ ଦୀପାଲିଙ୍କ ନିର୍ଦ୍ଦେଶରେ ତାଙ୍କର ଗୁଣ୍ଡାବାହିନୀ କରୁଛନ୍ତି ଆତଙ୍କ ।

ସେପଟେ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ଥାନାରେ ପହଁଞ୍ଚିଛି ମାମଲା । ପୋଲିସର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛି ଦଳ । କାହିଁକି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି ମହିଳାମୋର୍ଚ୍ଚା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଝାରସୁଗୁଡାରୁ ବିଜେଡିର ପ୍ରାର୍ଥୀ ହୋଇଥିବା ବିଧାୟିକା ଦୀପାଲି ଦାସ ନିଜକୁ ବାଘର ଝିଅ ବୋଲି କହିବା ସହ ତାଙ୍କ ବାପା ଶହୀଦ ହୋଇଥିବା କଥା କହି ଭୋଟ ମାଗୁଥିବା ବେଳେ ଏହାକୁ କଟାକ୍ଷ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ।

ଅଶାନ୍ତ ହେଉଛି ଝାରସୁଗୁଡା । ଆତଙ୍କ ଖେଳାଉଛନ୍ତି ଦୀପାଲିଙ୍କ ଗୁଣ୍ଡା ବାହିନୀ । ହେଲେ ଥାନାରେ ଅଭିଯୋଗ ପରେ ପୋଲିସ ଚୁପ୍ ହୋଇ ବସିବାକୁ ନେଇ ସାଧାରଣରେ ଉଠିଛି ଅନେକ ପ୍ରଶ୍ନ । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Efforts by Deepali supporters to disrupt BJP's campaign | Argus News