ରାତି ପାହିଲେ ପାଳନ ହେବ ଇଦୁଲ ଫିତର
·2 years ago·1 min read

କଟକ: ରାତି ପାହିଲେ ପାଳନ ହେବ ଇଦୁଲ ଫିତର। ଇଦକୁ ପାଳିବା ପାଇଁ ଭାଇଚାରା ସହର କଟକରେ ଇସଲାମ ଧର୍ମାଲମ୍ବି ଲୋକେ ମନରେ ବେଶ ଉତ୍ସାହିତ ଥିବା ବେଳେ ବିଭିନ୍ନ ମସଜିଦ ମାନଙ୍କରେ ସାମୁହିକ ନମାଜ ପାଠ ପଢିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗୋଟିଏ ମାସର ଓଷା ପରେ ଆଜି ସରୁଛି ରମଜାନ ମାସ। ଆସନ୍ତାକାଲି ଇଦୁଲ ଫିତର ପାଳିବେ ଇସଲାମ ଧର୍ମୀ ଲୋକେ । ସେଥିପାଇଁ ମସଜିଦ ମାନଙ୍କରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ବିଧି ମୁତାବକ ଆଜି ସନ୍ଧ୍ୟାରେ ଚାନ୍ଦ ଦେଖିବା ପରେ ଆସନ୍ତାକାଲି ପାଳନ ହେବ ପର୍ବ। ଯଦି ଆଜି ଚାନ୍ଦ ଦେଖା ନଯାଏ ତେବେ ସନ୍ଧ୍ୟାରେ ବସିବାକୁ ଥିବା ଚାନ୍ଦ କମିଟି ବୈଠକ ପରେ ସ୍ପଷ୍ଟ ହେବ ପର୍ବ ଆସନ୍ତାକାଲି ନା ଗୁରୁବାର ପାଳନ ହେବ। ତେବେ କଟକ ସହରରେ ପ୍ରାୟ 40 ରୁ ଉର୍ଦ୍ଧ୍ବ ଛୋଟ ବଡ଼ ମସଜିଦ ରହିଛି। ବିଶେଷ କରି କଦମରସୁଲ, ଇଦଗା, ବୁଖାରୀବାବା ମସଜିଦ ରେ ସମୂହ ନମାଜ ପାଠ ହେବ ବୋଲି କହିଛନ୍ତି କଦମରସୁଲ ମସଜିଦ ସମ୍ପାଦକ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: