Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଓଡ଼ିଶାର ୮ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ଖୁସି ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

Odisha

ଓଡ଼ିଶାର ୮ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ଖୁସି ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ଓଡ଼ିଶାର ୮ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ଖୁସି ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଓଡ଼ିଶାର ୮ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବା ବହୁତ ଗର୍ବର ବିଷୟ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ବିତରଣ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଶ୍ରୀ ପ୍ରଧାନ କହିଛନ୍ତି ଯେ ଢେଙ୍କାନାଳର ସ୍ୱାଦିଷ୍ଟ ମଗଜି, କୋରାପୁଟ ଜିଲ୍ଲାରେ ଜନଜାତି ସମୁଦାୟଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା କଳାଜିରା ଚାଉଳ, ମୟୂରଭଞ୍ଜର କାଇ ଚଟଣୀ, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଖଜୁରୀ ଗୁଡ଼ ସମେତ ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍‌ ଓ ଲାଞ୍ଜିଆ ସୌରା ଚିତ୍ରକଳାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବା ବହୁତ ଗର୍ବର ବିଷୟ ।

ଅଧିକ ପଢନ୍ତୁ : ଶିମିଳିପାଳ କାଇ ପିମ୍ପୁଡି ଚଟଣିକୁ ମିଳିଛି ଜିଆଇ ଟ୍ୟାଗ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଓଡ଼ିଶାରେ ଉତ୍ପାଦିତ ହେଉଥିବା ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ତଥା କଳା ଏବଂ ଉତ୍ପାଦର ସ୍ଥାନ ସ୍ୱତନ୍ତ୍ର । ଏ ସବୁର ପ୍ରଚାର ପ୍ରସାର ସହ ବିଶ୍ୱବିଦିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜାତୀୟ ସ୍ତରରେ ସ୍ୱୀକୃତି ଦେଇ ସ୍ଥାନୀୟ ଅର୍ଥନୀତି ବଢାଇବା ଦିଗରେ ନିରନ୍ତର ସମର୍ଥନ ଦେଉଥିବାରୁ ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Painting
Sponsored
Eight new products from Odisha have received the Geographical Indication (GI) tag, | Argus News